STORYMIRROR

Bharatabandhu Biswal

Others

3  

Bharatabandhu Biswal

Others

ବିଦ୍ୟାର୍ଥୀ

ବିଦ୍ୟାର୍ଥୀ

1 min
212


ବିଦ୍ୟାର ମୂଳ ଅଟେ ପୋଥି

ପଢନ୍ତି ସମସ୍ତ ବିଦ୍ୟାର୍ଥୀ ।

ଶିକ୍ଷା ଗ୍ରହଣ ମାନ ଗୁଣ

ପ୍ରୟୋଗ ଶୈଳୀ ଭିନ୍ନ ଭିନ୍ନ ।

ବିଦ୍ୟା ପୋଥିରେ ବାଇଗଣ

ବିସ୍ତାରେ ବିଷୟରେ ଜ୍ଞାନ ।

ବୀଜ ତା ଚିହ୍ନ ଉପଯୁକ୍ତ

ପ୍ରଯତ୍ନେ ରୋପଣ ଉଚିତ ।

ସିଞ୍ଚିବ ଖତ ସାର ଜଳ

ପାଇବ ଆବଶ୍ୟକ ଫଳ ।

ଅମଳ ପ୍ରକ୍ରିୟା କରଣେ

ଫଳର ଭୋଗ ଆହରଣେ ।

ଫଳରୁ ମିଳେ ପରିଚୟ

ବିଦ୍ୟା ବିଦ୍ୟାର୍ଥୀ ଜ୍ଞାନ ଚୟ ।

ସଠିକ୍ ବିଦ୍ୟା ସଂସାଧନ

ବିଦ୍ୟା ସରଳ ସୂତ୍ର ଜାଣ ।

ବିଦ୍ୟାର୍ଥୀ ଦିଅ ମନଯୋଗ

ବିଦ୍ୟାର କର ସୁପ୍ରୟୋଗ ।

ପ୍ରଯୁକ୍ତି ବିଜ୍ଞାନ ସାଧନ

ନ ହେଉ ଅହିତ କାରଣ ।

ରହୁ ପ୍ରକୃତି ଭାରସାମ୍ୟ

ବୃଦ୍ଧି ନହେଉ ପ୍ରଦୂଷଣ ।

ଜଗତ କଲ୍ୟାଣ ନିମନ୍ତେ

ପ୍ରୟୋଗ ବିଦ୍ୟା ସାଧ୍ୟ ମତେ ।

ବିଦ୍ୟାର ଜୟ ଜୟକାର

ନିର୍ଘୋଷ ସାଧୁ ବିଦ୍ୟାଧର ।




Rate this content
Log in