STORYMIRROR

jagabandhu sahu

Others

3  

jagabandhu sahu

Others

ବିଦାୟ ହେ ଗଣପତି

ବିଦାୟ ହେ ଗଣପତି

1 min
376

ଆହେ ଗଜାନନ ସ୍ବର୍ଗପୁର ଛାଡି

    ଆସିଥିଲ ମର୍ତ୍ତ୍ୟପୁରେ 

ଛାଡି ଆଜି ପୁଣି ଯାଉଅଛ ଚାଲି

    ଭସେଇ ଶୋକ ସାଗରେ ।

ତୁମ ଆଗମନେ  ଧରା ହସୁଥିଲା

     ଥିଲା ଆନନ୍ଦ ଉତ୍ସାହ

ଛୁଟି ଆସୁଥିଲା  ତୁମ ଜୟଗାନ

    ନାନା ସ୍ବରେ ଶହ ଶହ ।

ଥିଲା କୋଳାହଳ ଜନ ଯେ ଗହଳ

     ନାନା ସଜ୍ଜ ପଟୁଆର

ନାନା ଜାଗାରେ ଯେ  ବିଜେ କରିଥିଲ

     ଭିନ୍ନ ଭିନ୍ନ ଅବତାର ।

ବିସର୍ଜନ ପାଇଁ  ଆଜି ପ୍ରଭୁ ତୁମ

     ଲାଗିଛି ସବୁଠି ଭିଡ଼

ଫଗୁ ଖେଳ ସାଥେ ଢୋଲ କରତାଳେ

     ଶୁଭୁଅଛି ହରିବୋଲ ।

ଭଜୁ ଥିବ ସଦା  ଏ ଜନ ଜଗତ

     ନାମ ପ୍ରଭୁ ତୁମ ନିତି

ଦେଇ ଶୁଭାଶିଷ ଯାଅ ତୁମେ ପ୍ରଭୁ

     ବିଦାୟ ହେ ଗଣପତି ।

ମୁଁ ମୁଢ ଅଜ୍ଞାନ  କି ବର୍ଣ୍ଣି ପାରିବି

    ତୁମରି ଯେ ଯଶ କୀର୍ତ୍ତି

ଅଳ୍ପ ଜ୍ଞାନେ ପ୍ରଭୁ  ମୁହିଁ ଜଗବନ୍ଧୁ

     ଲେଖିଛି ତୁମ ଏ ସ୍ତୁତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ