STORYMIRROR

Antaryami Sahu

Others

3  

Antaryami Sahu

Others

ବିଚ୍ଛେଦ

ବିଚ୍ଛେଦ

1 min
231


     

ତମେ ମୋର ପ୍ରିୟା ହୁଅ କି ନହୁଅ

    ମୁଁ ତମର ପ୍ରିୟତମ,

ତମେ ମୋତେ କାନ୍ତ ଡାକ କି ନଡାକ

   ମୁଁ ତୁମ ଅନ୍ତର ତମ । ।

ତବମୁଖୁଁ ସ୍ୱାମୀ ଡାକନ ଶୁଣିଲେ

   ଦୁଃଖ କରିବିନି କେବେ,

ତମପାଇଁ ପ୍ରିୟା ପୂଜା ମନାସିବି

    ସୁଖରେ ଥାଅ ଏଭବେ ।।

ତମେ ପାଖେଥିଲେ ସ୍ଵର୍ଗସୁଖ ଲଭେ

   ଦୁରେ ଯେବେ ଚାଲିଯାଅ,

ବିଥୟ ହୁଅଇ ମନ କାହିଁପାଇଁ,

    କାଳେ ତୁମ୍ଭେ ନ ଫେରିବ ।।

ସହିନପାରିବି ରହିନପାରିବି

   ମୁଁ ତୁମରି ବିଚ୍ଛେଦକୁ,

ଜୀବନ୍ମୃତ ହୋଇ ବଞ୍ଚିବା ଅପେକ୍ଷା

  ଶୋଇଯିବି ମଶାଣୀକୁ ।।

ଜୀବନଠୁ ବେଶୀ ମୁଁ ତୋତେ ଚାହେଁ ଲୋ

  ତୁହି ମନ ଉପବନ,

ସ୍ପନ୍ଦନ ତୁମୋର ନିଶ୍ଵାସ ତୁମୋର

  ତୁମୋର ପଞ୍ଚ-ପରାଣ । ।

ଆସୁ ଯେତେଦୁଃଖ ଆସୁ ଯେତେବାଧା

   ହସି ହସି ସହିଯିବି,

ତମେଯଦି ଆଉ କାହାର ହୋଇଲେ

  ଯମା ସହିନପାରିବି । ।

ଅନ୍ୟର ନହୁଅ ମୋ ପାଇଁ ନ ହୁଅ

  ଖୁସିରେ ହିଁ ରହିଥାଆ,

କେବେ ଯଦି ମନେପଡ଼େ ମୋରି କଥା

  ମୋ ପାଖକୁ ଚାଲିଆ । ।



Rate this content
Log in