STORYMIRROR

Priyaranjan Biswal

Others

3  

Priyaranjan Biswal

Others

ଭୂବନେଶ୍ୱରର ହାଟ

ଭୂବନେଶ୍ୱରର ହାଟ

1 min
37


ଭୁବନେଶ୍ୱରରେ ବୁଲୁଥିଲି ମୁଁ ହାଟ।

ବେପାରୀଙ୍କର ଚାଲିଥିଲା ସେଠି ନାଟ।।

କିଏ ଡାକୁଥିଲା ନେ ବିଲାତି ପନ୍ଦର।

ଦଶଟଙ୍କାରେ ବିଡା ଧନିଆ ପତର।।

କିଏ କହେ ଫୁଲ ମୋ ବାସୁଛି ଅତର।

କିଏ କହେ ପରିବା ମୋ ଅତି ସୁନ୍ଦର।।

କିଏ କହେ ଭାଇ କୋବି କିଲୋ କୋଡିଏ।

ପାଞ୍ଚ ଟଙ୍କାରେ ଲେମ୍ବୁ ନିଅହେ ଯୋଡିଏ।।

କହେ କେ ଆଳୁ ବିଲାତି ପ୍ରେମ କାହାଣୀ।

କିଏ ଲେମ୍ବୁ ଲଙ୍କାର କହେ ଦୁଃଖ ବଖାଣି।।

ଆଳୁ ପାଇଁ କଲରା କରେ ନିତି କଳି।

ସାଥିରେ ଆଳୁକୁ ଧରି ବୁଲେ କଦଳୀ।।

ପରିବା ଏଠି ସବୁ ଗୋପର ଗୋପୀବାଳା।

କହ୍ନେଇ ରୂପେ ଆଳୁ କରେ ପ୍ରେମଲୀଳା।।

ହାଟରେ ଅନେକ ଲୋକଙ୍କ ସମାଗମ।

ପ୍ରେମୀଙ୍କର ଏଠି ଚାଲଇ ଚୋରା ପ୍ରେମ।।

ଇଶାରାରେ ସବୁ କଥା ଚାଲେ ତାଙ୍କର।

ପ୍ରେମୀ ବୁଝେ ମନ କଥା ତା ପ୍ରେମୀକାର।।

ହାଟରେ ମିଳେ ସତ ଅନେକ ଦରବ।

ତଥାବି ଉପେକ୍ଷିତ ହୁଅଇ ଗରିବ।।

କେଜାଣି ଏ ଡ୍ରାମା ଆଉ କେବେ ସରିବ?

ଗରିବ ମୁହଁରେ ପୁଣି ହସ ଫୁଟିବ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍