Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhanjana Tripathy

Romance

3  

Prabhanjana Tripathy

Romance

ଭୁଲ କବିତା

ଭୁଲ କବିତା

1 min
167


ଏଠି ସୁରକ୍ଷାର ନାହିଁ ଭାଷା

ଏଠି ସମ୍ପର୍କର ଖାଲି ନିଶା

ବାନ୍ଧିଲା ପରେ କିଏ ବା କାହାର

ହୃଦୟେ କରିଛି ବସା ।

ଆଜି ମୋହ ମାୟା ଖେଳେ ଖେଳ

ନିଜ ପର ତାଳ ମେଳ

ନିଜ ରକ୍ତ କୁ ଗୋଇଠା ମାରି

ଅନ୍ୟର ପୋଛେ ଝାଳ ।

ନାହିଁ ଭଉଣୀ ପ୍ରେମରେ ଭାଇ

ନାହିଁ ଭଉଣୀ'କି ଛତ୍ର ଛାଇ

ଇଜ୍ଜତ ଲୁଟାରେ ତାଳ ମେଲ କରି

ଶୋଷି ରକ୍ତ ଦିଏ ଖାଇ ।

କୁନ୍ଦୁଲି ନୁହଁ ଯେ ନୂଆଁ

କେତେ କାଳୁ ସେ ଜୀଵନ ଖିଆ

ଭଉଣୀ ଭଉଣୀ ଭାଇ ବିଶ୍ୱାସରେ

ସ୍ନେହିଁ ଦେଖେ ଜୁଇ ନିଆଁ ।

ଢାଲ ହେବ କି କିଏ କାହାର

ଏଠି ବଞ୍ଚିବା ବୋଧେ ବେପାର

ସୁକ୍ଷ୍ମ ଚିନ୍ତନ ମସ୍ତକେ ଆଣିଲେ

ବାହାରେ ସବୁ ଗୁମର ।

ଭଉଣୀ ବି ନିଜେ କେବେ ବି ଭାବିନି

ଭଉଣୀ ର ମୂଲ କେତେ

ଦି ଘଡିକ ସତେ ଜୀବନ ବଦଳେ

ରାଖୀ ବାନ୍ଧି ଭାଇ ହାତେ ।

ବାହାର ସହର ବୁଲି ଦେଖିଛି ସେ

ଭାଇ ର ଭାଇ ବିବୃତି

କେତେ ପାର୍କ କେତେ ସିନେମା ପେଣ୍ଡେଲ,

ଭାଇ ସହ ଭଗ୍ନୀ ପ୍ରିତୀ ।

ଭୁବନେଶ୍ୱର ରୁ ହରିଣ ବିହାର

ମଧୁ ବନ ହୀରଲ୍ଲୀ ବୁଟା (ନବରଙ୍ଗପୁର ପାହାଡ଼ ନାମ ହିରଲ୍ଲୀ 

କେତେ ସତ୍ୟ ର ଉଜାଗର କରି । ବୁଟା - ବୁଦା)

ବଡ଼ ବଡ଼ ଗଛ ଥୁଣ୍ଟl

ନିଆଁ ଲଗା ପ୍ରେମ କେବେ ଠୁ ଭାରିଲା

ଭାଇ ଠୁ ଆରମ୍ଭି ବୃତ୍ତି

କେଡେ କେଡେ ଜ୍ଞାନୀ ଭୂଇଁ ଚାଟିଲେଣି

ଭଉଣୀକି କରି ସତୀ ।

ଦୁର୍ଯ୍ୟଧନ ଭଳି ଭାଇଟିଏ ଥିଲେ,

ଦୁଷିଳା ଭଳି ଭଉଣୀ I

କୁରୁ ପାଣ୍ଡବଙ୍କ ଖେଳ ଇଜ୍ଜତରେ,

ଦ୍ରୌପଦୀ ବିଭଛ ବାଣୀ ।

ଲଙ୍କାପତି ଙ୍କି ସୃପନଖା ନାନୀ

ସୀତା ଚୋରି ର ରହସ୍ୟ

ପୁରାଣ ମନ୍ତବ୍ୟ ଭୁଲି ନାହିଁ କେହି

ଜାଣିଥିବ ତ ଅବଶ୍ୟ ।

ଚୀରହରଣ ଅଭ୍ୟାସ ଏଠି

କରେ ରାଜା' କାନ୍ଦେ ପ୍ରଜା

ଇତିହାସ ସାକ୍ଷୀ ନାହିଁ ମୁ ଦ୍ଵିପାଖି

ଯାହା ଦେବ ଦିଅ ସଜା ।


Rate this content
Log in