STORYMIRROR

Krushnapriya Mohapatra

Children Stories Inspirational Children

3  

Krushnapriya Mohapatra

Children Stories Inspirational Children

ଭଲ ମଣିଷ ମୁଁ ହେବି

ଭଲ ମଣିଷ ମୁଁ ହେବି

1 min
48

ଭଲ ମନ ଟିଏ ଦିଅ ମୋତେ ପ୍ରଭୁ

          ସମସ୍ତଙ୍କ ଭଲ ଚାହୁଁଥିଵି,

ଭଲ ହୃଦୟଟେ ଦିଅ ମୋତେ ପ୍ରଭୁ

          ସମସ୍ତଙ୍କୁ ସ୍ନେହ ଦେଉଥିବି।

ଭଲ ଥାଉ ମୋର ଶରୀର ସର୍ବଦା

           ଗୁରୁଜନ ସେବା କରୁଥିବି

ଭଲ ଚିନ୍ତା ଭଲ ଭାବନା ସହିତ 

           କାହା ଅପକାର ନ କରିଵି।

ଭଲ ପିଲାଟିଏ କର ଆହେ ପ୍ରଭୁ

            ଅନ୍ୟ ସୁଖ ଦେଖି ଖୁସି ହେବି

ଭଲ ଲାଗେ ନାହିଁ ଦୁଃଖୀ ଜନ ଦେଖି

           ଆଖିଲୁହ ତାର ପୋଛି ଦେବି।

ନିଜେ ଭଲହେଲେ ଏ ସାରା ସଂସାର

             ଆଖିକୁ ସୁନ୍ଦର ଦିଶୁଥିବ,

ସମସ୍ତଙ୍କ ଶୁଭ ମନାସି ଅନ୍ତରେ

            ଇଶ୍ୱରେ ସମର୍ପି ଦେଉଥିବ ।

 ପଞ୍ଚସଖା ମଧ୍ୟେ ଅଟନ୍ତି ସେ ଜଣେ

           ଗୁରୁ ସେ ଆଚାର୍ଯ୍ୟ ହରିହର

କହୁଥିଲେ ପିଲେ ଶୁଣ ମୋ କଥା

            ଭଲ କର୍ମ ସଦା ତୁମେ କର।

ଭଲ ମଣିଷଟି ହେବୁ ଆମ୍ଭେମାନେ

          କରିବେ ସଭିଏଁ ଆଦରଟି

ସୁନ୍ଦର ରୁପତ ଦି ଦିନ ରହିବ

          ଭଲ ହୁଏଗୁଣ ସୁନ୍ଦରଟି

 ଗୁଣ ବାନ ହୋଇ ନାଁ ରଖିଯିବା

          ଦେଶ ମାତୃକାର ସେବା କରି

ପର ଉପକାର କରିବା ଆଗ୍ରହେ

          ମହାପୁରୁଷଙ୍କ ନାମ ସ୍ମରି।



Rate this content
Log in