STORYMIRROR

Bauribandhu Lenka

Others

5.0  

Bauribandhu Lenka

Others

ଭଡାଘର

ଭଡାଘର

1 min
841



ସୁନ୍ଦର ତ୍ୱଚାରେ ଆବୃତ

ଅସ୍ଥି, ମାଂସ,ମେଦ ଆଉ ରକ୍ତ—

ଏହା ହିଁ ମୋର ଶରୀର।

ଜନ୍ମରୁ ଆଜି ପର୍ଯ୍ୟନ୍ତ

ଏହାକୁ ହିଁ ଭାବୁଥିଲି 'ମୁଁ' ବୋଲି

ଜାଣି ମୁଁ ନଥିଲି—

ଏହା ଏକ ଭଡାଘର॥


ଘରର ମାଲିକ କେବେ

ଆସିନାହିଁ ମାଗିବାକୁ ଭଡା।

ମାଲିକକୁ ବି ଜାଣିବା ପାଇଁଁକି

କେବେ ବି ପଡିନାହିଁ ଲୋଡା॥


ପିଲାଦିନେ ଦେଖିଛି ମୁଁ

ଏହି ଭଡାଘର ପ୍ରତି

କେତେ ଯେ ମମତା

ପିତାମାତାଙ୍କର।

କେତେ ନୂଆ ନୂଆ ସାଜ ସଜା

କେତେ ଯତ୍ନ ଆଉ

କେତେ ଯେ ଆଦର॥


ତାଙ୍କ ପରେ ଆଦର ଯତ୍ନରେ

ମୁଁ ବି କେବେ କରିନାହିଁ ଊଣା।

ହେଲେ ସମୟ କ୍ରମେ

ଯେତେ ଯତ୍ନ ନେଲେ ବି

ଘରଟି ଦିନେ ଭାଙ୍ଗିଯିବ

ପଡିଲାଣି ଜଣା॥


ଛାଡିବାକୁ ହେବ ଏ ଘରକୁ।

ଯାହା କିଛି ସଞ୍ଚିଥିଲି ଧନ ,ରତ୍ନ,

ଜମିବାଡି ଛାଡି ଦେଇ ଯିବାକୁ ପଡିବ

ଭଡା ବାବଦକୁ॥


ଅନ୍ୟ ଏକ ଭଡାଘରେ

ରହିବାକୁ ହେବ,

ଯେତେ ଦିନ ଯାଏ ଭାଗ୍ୟରେ ମୋ

ଭଡାଘର ଲେଖାଥିବ।

କୁହ ପ୍ରଭୁ କେତେ ଦିନ ଯାଏ

ଏହିପରି ଭଡାଘରେ ରଖିଥିବ?

*******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍