Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

3  

Mamatamanjari Das

Others

ଭାବନା

ଭାବନା

1 min
6.7K


ଭାବନାର ହାଟେ ରାତି ମୋର ସରେ

ପଲକେ ଥାଏ ତୋ ସ୍ମୃତି

ଜହ୍ନ ର ଜୋଛନା ଲାଗେ ଫିକା ଫିକା

ଅବା ଉଆଁସର ରାତି ।

ପଲକେ ସଜାଏ ଝଲକ କୁ ତୋ'ର

ସ୍ମୃତିର ପାଖୁଡା ବୁଣି

ସେଇ ସ୍ମୃତିରେ ହଜିଯାଏ ମନ

କିଛି ବି ପାରେନି ଜାଣି ।

ଅବୁଝା ଏ ମନ ତୋ' ବାଟକୁ ଚାହେଁ

ରାତି ସରେ ଝୁରି ଝୁରି

ସପନ ସାଥୀରେ ତୋ'ହାତ ଧରି ଚାଲେ

ଅନ୍ଧାରରେ ଥିରି ଥିରି ।

ସରିଯାଏ ରାତି ସରିଯାଏ ଦିନ

ତୋ' ଭାବନାର ହାଟେ

କେବେ ସରେ ନାହିଁ ମନର ଭାବନା

ତୋ' ସ୍ମୃତିର ସଉଦା ହାଟେ ।

ପ୍ରୀତି ଭରା ଏଇ ହୃଦୟରେ ମୋର

ପଥର ଦେଇଛି ରଖି

ତତେ ଝୁରି ଝୁରି ସରୁନି ସମୟ

ଏବେ ବି ଓଦା ମୋ ଆଖି ।


Rate this content
Log in