ବଧୂ
ବଧୂ
ଦୁହିତା ଜନମ ଦୁଇ କୁଳ ହିତା
କେବେ ଖରା କେବେ ଛାଇ
ସଂସାର ଭିତରେ ଘର କରିଥିଲେ
ପଥର ପଡିଲେ ସହି ॥
ଦୁହିତା ଭଗିନୀ ଜାୟା କୂଳବଧୂ
ଜନନୀ ରୂପଟି ତୋର
ସବୁରି ମନକୁ ନେଇ ଘର କଲେ
ସଂସାର ହୁଏ ସୁନ୍ଦର ॥
ମନରେ କପଟ ନ କରି ଉଚ୍ଚାଟ
ସହି ସବୁ ସୁଖ ଦୁଃଖ
ସଭିଁଙ୍କୁ ନିଜର କରିବା ଶିଖିଲେ
ଜୀବନେ ମିଳଇ ସୁଖ ॥
ଶାଶୁ ଶଶୁରଙ୍କୁ ମାଆ ବାପା ଭାବି
ହୃଦୟରେ ସ୍ଥାନ ଦେଲେ
ଚଳନ୍ତି ଠାକୁର ସଂସାରରେ ସିଏ
କୋଟି ପୂଣ୍ୟ ଫଳ ମିଳେ ॥
ନଣନ୍ଦଙ୍କୁ ଯିଏ ଭାବଇ ଭଉଣୀ
ଦେବରକୁ ନିଜ ଭାଇ
ଦେଢ଼ଶୁରଙ୍କୁ ଯେ ପିତୃ ତୁଲ୍ୟ ମଣେ
ଅଖଣ୍ଡ ସୁଖ ଭୋଗଇ ॥
ସ୍ଵାମୀକୁ ଭାବଇ ପରମ ଈଶ୍ଵର
ବନ୍ଧୁ ସଖା ସହୋଦର
ଅହିସୁଲକ୍ଷଣୀ ଅଟେ ସେହି ନାରୀ
ସୁନ୍ଦର ତା'ର ସଂସାର ॥