ବଡଦିନ
ବଡଦିନ


ବିବିଧ ଧର୍ମୀୟ ଦେଶ ଭାରତ ଆମର,
ରହନ୍ତି ସଭିଏଁ ଏଠି ହୋଇ ଏକାକାର।
ହିନ୍ଦୁ, ମୁସଲମାନ, ଜୈନ,ଶିଖ୍, ଈସାଇ,
କେଉଁ କାଳୁ ରହୁଛନ୍ତି ହୋଇ ଭାଇ-ଭାଇ।
ଭାରତୀୟ ପାଳନ୍ତି କେତେ ପର୍ବପର୍ବାଣୀ,
'ଖ୍ରୀଷ୍ଟମାସ' ସେଥିରୁ ମୁଖ୍ୟ ଗୋଟିଏ ପୁଣି ।
ଡିସେମ୍ବର ପଚିଶ ଯେବେ ହୁଏ ଆଗମନ,
ଈସାଇ ସମୁଦାୟ ପାଳନ୍ତି ବଡଦିନ।
ସେଦିନ ଧରାରେ ଯୀଶୁ ଜନମ ହୋଇଲେ,
ପାଶ୍ଚାତ୍ୟେ ମାନବତାର ମନ୍ତ୍ର ଶିଖାଇଲେ।
ସାନ୍ତାକ୍ଲୋଜ ଭେଟି ଦିଏ କେତେ ଉପହାର,
ଉପହାର ପାଇ ପିଲାଏ ହୁଅନ୍ତି ବିଭୋର ।
'କ୍ରୀସମାସ ଟ୍ରୀ' ରେ ସଜେ କେତେ ଘରଦ୍ବାର,
ଆଲୋକ ମାଳାରେ ଝଲସି ଉଠଇ ପୁର।
ଜାତି,ଧର୍ମ ଭୁଲି ଆମେ ଏକାଠି ହୋଇବା ,
ସହିଷ୍ଣୁତା ହୋଇ ସଦ୍ ଭାବନା ରଖିବା।