ବୈଜ୍ଞାନିକ ଯୁଗ
ବୈଜ୍ଞାନିକ ଯୁଗ


ବୈଜ୍ଞାନିକ ଯୁଗ ଆସିଲା ଜାଣ,
ବିଜ୍ଞାନ ବଳରେ ହେବା ନିପୁଣ ।
ନୂଆ ଜିନିଷ କରି ଉଦ୍ଭାବନ,
ସୁଗମ କରିବା ଆମ ଜୀବନ ।
ଅସାଧ୍ୟ ରୋଗର କରି ନିଦାନ,
ଦୀର୍ଘାୟୁ କରିବା ଜନ ଜୀବନ।
ଦୂର ବନ୍ଧୁ ସାଥେ କରୁ ଆଳାପ,
ଦୂର ଦେଶ ଲାଗେ ଆମ ସମୀପ।
ବିଜ୍ଞାନ ବଳରେ ଆକାଶେ ଉଡୁ ,
ମୀନ ପରି ଆମେ ପାଣିରେ ବୁଡୁ।
ଅନ୍ଧ ବିଶ୍ୱାସ ଯେ ହୋଇଲା ଦୂର,
ମଣିଷ ଜୀବନ ହେଲା ସାକାର ।
ନୂଆ ବରଷରେ ନେବା ଶପଥ,
ମାନବ ସମାଜେ କରିବା ହିତ।
ପ୍ରକୃତି ବଞ୍ଚାଇ ଆମେ ଚଳିବା,
ପ୍ରଦୂଷଣ ପ୍ରତି ସଜାଗ ହେବା।