STORYMIRROR

Monalisha Panda

Others

3  

Monalisha Panda

Others

ବାପା

ବାପା

1 min
228


ସାଗର ବକ୍ଷରେ ଅନେକ କୋହ

ଚାପି ରଖେ ତା ଆଖିର ଲୁହ

ସେ ସାଗର ଯଦି ହୁଅନ୍ତି ପିତା

ସେ ଅଟନ୍ତି ମୋ ପାଇଁ ଜଗତଜିତା ।।


ହୃଦୟେ ରଖନ୍ତି ସବୁ ଦୁଃଖ କଷ୍ଟ

ହସ ଥାଏ ତାଙ୍କ ମୁଖେ ସର୍ବଦା

ନିଜେ ରହି ଭୋକ ଉପାସେ

ପିଲାଙ୍କୁ ଦିଅନ୍ତି ଖୁଆଇ ହରଷେ ।।


ଜୀବନକୁ କରି ତୁଚ୍ଛ

ପରିବାରକୁ ମନେ କରି ନୀଚ

ପିଲାର ଅଭାବ କରି ପୂରଣ

ଉଙ୍କିବାକୁ ଦିଅନ୍ତିନି ତା ମନେ ଦୁଃଖର କାରଣ ।।


ମୋ ଲେଖନୀରେ ନାହିଁ ଶେଷ

ମୋ ପିତାଙ୍କ ବର୍ଣ୍ଣନା

ମୋ ଭାବନାରେ ନାହିଁ ଅନ୍ତ

ମୋ ପିତାଙ୍କ କଳ୍ପନା ।।


ତାଙ୍କ ବର୍ଣ୍ଣନା ନୁହେଁ ଯେ ସହଜ

ସେ ଅଟନ୍ତି ମୋ ପାଇଁ ଚଳନ୍ତି ଠାକୁର

ଭାଷାକୋଷେ ପଡ଼ିବ ଶବ୍ଦର ଊଣା

ଶେଷ ହେବନି କେବେ ତାଙ୍କ ବର୍ଣ୍ଣନା ।।


           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍