Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

3  

Bauribandhu Lenka

Others

ବାକି ଖାଲି ତବ ଦେଖା

ବାକି ଖାଲି ତବ ଦେଖା

1 min
201



ସମୟ ଚାଲିଛି ଗଡି

କେତେବେଳଳେ କାଳଛଞ୍ଚାଣ ଏ ପ୍ରାଣ 

ନେବ ଏ ଦେହରୁ କାଢି ।


ଜନମି ଥିଲି ମୁଁ ଦିନେ

କରମ କରିଛି ଫଳ ମୁଁ ଭୁଞ୍ଜିଛି

ନାହିଁ ତିଳେ ଦୁଃଖ ମନେ ।


ଦେଖୁଛି ମୁଁ ତବ ଲୀଳା

କାହାକୁ ମାରୁଛ କାହାକୁ ତାରୁଛ

ଆହେ ପ୍ରଭୁ ଚକାଡୋଳା ।


ହେ ମୋ ପ୍ରାଣ ପ୍ରିୟତମ

ଭରିଛ ଜୀବନ ପାତ୍ର ବହୁ ମତେ

ନାହିଁ ଆଉ ଲୋଭ ମମ ।


ଟେକି ଉର୍ଦ୍ଧେ ବେନି ହସ୍ତ

ସମର୍ପି ଦେଇଛି ଏ ଜୀବନ ପ୍ରଭୁ

ତବ ପଦେ ଜଗନ୍ନାଥ ।


ବାହୁଡିବାକୁ ଅପେକ୍ଷା

ଚିନ୍ତା ନାହିଁ ଆଉ ଆହେ ଚିନ୍ତାମଣି

ବାକି ଖାଲି ତବ ଦେଖା ।

       


Rate this content
Log in