STORYMIRROR

Arjuni charan Behera

Others Children

4  

Arjuni charan Behera

Others Children

ବାଇ ଚଢ଼େଇ ମୁଁ ବାଇ ଚଢ଼େଇ

ବାଇ ଚଢ଼େଇ ମୁଁ ବାଇ ଚଢ଼େଇ

1 min
364

  

ବାଇ ଚଢ଼େଇ ମୁଁ ବାଇ ଚଢ଼େଇ l

   ଟିକି ଡେଣା ଝାଡ଼ି ଉଡ଼ି ବୁଲଇ ll କଅଁଳଗୋଡ଼ ମୋ ଟିକି ଥଣ୍ଟଟି l

   ହଳଦୀ ଟିପା ମୋ ଚୁରୁକି ଚୁଟି ll

ତାଳ ବାହୁଙ୍ଗିରେ ବାନ୍ଧିଛି ବସା l

    ଡର ନାହିଁ ବାଆ ଝଡ଼ି ବରଷା ll

ତାଳଗଛ ମୂଳେ କାଳ ଭୁଜଙ୍କ l

    ଭୃକୁଟି ଦେଖାଇ କରନ୍ତି ରଙ୍ଗ ll

ବାଇ ଚଢ଼େଇକି ନାହିଁ ଖାତିରି l

    ବାଇଆକୁ ପରା ଭରସା ହରି ll

ଥିରି ଥିରି ଯାଏ ବତାସ ବହି l

   ବାଇଆ ବସାରେ ଝୁଲୁଣ ଥାଇ ll

ଧନ୍ୟ ଧନ୍ୟ ଆରେ ତୁହି ବାଇଆ l

     ବସା ଗଢ଼ିଅଛୁ ଭାରି ବଢ଼ିଆ ll

କୁଟା କାଠି ପତ୍ର କାହୁଁ ସାଉଁଟି l

    କୁଶଳୀ ଶିଳ୍ପୀ ତୁ ବୁଣିଛୁ ଗୁନ୍ଥି ll

କି କହିବି ଆରେ ବାଇ ବିହଙ୍ଗ l

   ଉପକାରୀ ଖାଇ କୀଟ ପତଙ୍ଗ ll

ଶେଷରେ ମିନତି ବାଇଆ କହି l

   ବାସ ମୋର ନାଶ ନକର ଭାଇ ll

ବାଇ ଚଢ଼େଇର କଥା ଘେନିବ l

  ଶୁଣ ଆହେ ଜୀବଶ୍ରେଷ୍ଠ ମାନବ ll

ବାଇଆ ବସାରେ ଛୁଆ ତିନିଟି l

  ସାହା ହେବେ ନିଶ୍ଚେ ପ୍ରଭୁ ଧୂର୍ଜଟି ll

ବାଇ ଚଢ଼େଇର କଥା ଏତିକି l

   ଫୁଲ ଫୁଟିଗଲା ମଲ୍ଲି କେତକୀ ll

       


Rate this content
Log in