STORYMIRROR

Anam Charan Sahoo

Others

3  

Anam Charan Sahoo

Others

ଅପାସୋରା ସ୍ମୃତି

ଅପାସୋରା ସ୍ମୃତି

1 min
298

ଯେବେ ବେନି ଜନ ଭାବନା ସମାନ

ବନ୍ଧୁତ୍ବର ହୁଏ ପୁଷ୍ଟି

ପାଦେ ପାଦ ମିଳି ସଂସାରରେ ଚଳି

ଆଦର୍ଶ କରନ୍ତି ସୃଷ୍ଟି।

ମୁହଁ ଦେଖି ଥରେ ମନ ପଢିପାରେ

ହୃଦୟ ବାରତା ଜାଣି

ଭେଟି ଦେଇଥାନ୍ତି ଆଞ୍ଜୁଳାରେ ଖୁସି

କହି କେତେ ମଧୁ ବାଣୀ।

ମିଳିମିଶି ସୁଖ କରିଥାନ୍ତି ଭୋଗ

ଦୁଃଖକୁ କରନ୍ତି ଭାଗ

ମାନ ଅଭିମାନ ଅଟଇ ବିଭବ

ସବୁକାମେ ଲୋଡା ଆଗ।

ନଥାଏ ବୟସ ସ୍ତ୍ରୀ ବା ପୁରୁଷ

ପଶୁ ମାନବରେ ଭେଦ

ଅବିଶ୍ବାସ କେବେ ନଥାଏ ସେଠାରେ

ସୃଷ୍ଟି କରିବାକୁ ଖେଦ ।

କେତେ ଖଟାମିଠା କାଳଜୟୀ ଗାଥା

ଅପାସୋରା ମଧୁ ସ୍ମୃତି

ସାଇତା ହୃଦୟେ ଜୀବନ ଅଧ୍ୟାୟେ

ସମୟ ସ୍ବାକ୍ଷର କୃତି ।

ବନ୍ଧୁ ତେଜିପାରେ ବନ୍ଧୁଟିଏ ପାଇଁ

ଯେତେ ସୁଖ ଐଶ୍ଚର୍ଯ୍ଯ

ବନ୍ଧୁ ଲଘିଂ ପାରେ ବନ୍ଧୁର ପଥକୁ

କରି ଦୁ‍ଃରାସାଧ୍ଯ କାର୍ଯ୍ୟ।

ବନ୍ଧୁତ୍ୱ ନୁହଁଇ ଅକ୍ଷର ତିନୋଟି

ଅଟେ ଏକ ସମ୍ଭାବନା

ସବୁ ମଣିଷର ନୁହେଁ ଏହା ଯୋଗ୍ୟ

ଯୋଗ୍ୟ ଲଭେ ବନ୍ଧୁ ସିନା।



Rate this content
Log in