ଅନୁଚ୍ଚାରିତ ଅଭାବ
ଅନୁଚ୍ଚାରିତ ଅଭାବ
1 min
212
ନିଝୁମ ରାତିର
ନିଃସ୍ତବ୍ଧ ପ୍ରହରରେ
ଇଏ କି ଅଦ୍ଭୁତ ଭାବନା
କରାଘାତ କରେ,
ହୃଦୟ ଦର୍ଜାକୁ ମୋର ?
ଆଶ୍ଚର୍ଯ୍ୟ !
ଉଜୁଡ଼ା ବସନ୍ତରେ
ସବୁଜିମାର ସାକାର ସ୍ୱପ୍ନ,
ରୁଦ୍ର ମଧ୍ୟାହ୍ନରେ
ହାବୁକାଏ ଶୀତଳତାର ଆଶ୍ଲେଷ,
ବର୍ଷୁକ ଆଷାଢ଼ରେ
ମେଞ୍ଚାଏ ଶୁଖିଲା ଭୂଇଁ,
ଉଦର ଜ୍ୱାଳାକୁ
ଥାଳିଏ ସରୁ ଅନ୍ନ.......
ଆଉ କ'ଣ ବା ଦର୍କାର ?
କିନ୍ତୁ, ତଥାପି ରହିଯାଏ ଅଭାବ !
ତେବେ ବି ମେଣ୍ଟେନାହିଁ
ମନର ଶୋଷ,
ତେବେ ବି ମରେ ନାହିଁ
ଭୋଗର ଭୋକ,
ରହିଯାଏ ଅଭାବ ତଥାପି।
ବିବେକୀ ଠାରେ ମାନବିକତାର ଅଭାବ,
ଜୀଅନ୍ତା ମଣିଷ ପାଇଁ ଜୀବନର ଅଭାବ....!