ଅଵିନାଶୀ ଆତ୍ମା
ଅଵିନାଶୀ ଆତ୍ମା
ପରମାତ୍ମାଙ୍କର ଅଂଶ ଆମେ ସଭିଏଁ ଆତ୍ମା।
ଶରୀରରେ ଵାସ ତାହାର ଵୋଲାଏ ଜୀବାତ୍ମା।।
ଶାଶ୍ଵତ ସର୍ବବ୍ୟାପୀ ଅଵିନାଶୀ ସେ ଅମର।
ଆତ୍ମା ସଦା ମୁକ୍ତ,ଵନ୍ଧନ ସଵୁ ଏ ମନର।।
ବସ୍ତ୍ର ପରି ଆତ୍ମା, ଶରୀର ଥାଏ ଵଦଳାଇ।
ଶସ୍ତ୍ର ପାରେନି କାଟି, ଅଗ୍ନି ପାରେନା ଜଳାଇ।।
ସୁଖ ଦୁଃଖ ଯେତେକ ଅନୁଭୁତି ଶରୀରର।
ସାକ୍ଷୀ ଅଟେ ସେ ମନରେ ଆସେ ଯେଉଁ ବିଚାର।।
ଆତ୍ମା ଚାଲିଗଲା ପରେ ଜୀଵ ମୃତ ଘୋଷିତ।
ନୂତନ ଶରୀରରେ ପ୍ରବେଶ ପାଇଁ ପ୍ରସ୍ତୁତ।।
ଆତ୍ମାର ସ୍ବଧର୍ମ ପବିତ୍ରତା ଆନନ୍ଦ ଶାନ୍ତି।
ଈଶ୍ୱରଙ୍କ ଗୁଣଗାନେ ଆତ୍ମା ଶାନ୍ତି ଲଭନ୍ତି।।
ଜ୍ଞାନ ପ୍ରେମ ସୁଖ ଶକ୍ତିର ଉତ୍ସ ଅଟେ ଆତ୍ମା।
ଅଶାନ୍ତି ଅପବିତ୍ରତାଠୁ ଦୂର ପରମାତ୍ମା।।
ପରମାତ୍ମାଙ୍କ ସହ ମିଳନ ଲକ୍ଷ ଆତ୍ମାର।
ଜ୍ଞାନ ବଳେ ଜନ୍ମ ମୃତ୍ୟୁ ଚକ୍ରୁ ଜୀଵ ଉଦ୍ଧାର।।
ପରମାତ୍ମାଙ୍କ ରୂପ ବୋଲି ଜାଣେ ଯେବେ ଜୀଵ।
ସଵୁ ଆତ୍ମା ପ୍ରତି ଜାଗଇ ମନେ ଭ୍ରାତୃଭାଵ।।
ଦୟା କ୍ଷମା ସ୍ନେହ ଶ୍ରଦ୍ଧା ଜୀଵ କରେ ଧାରଣ।
ସଵୁ ଜୀଵର କଷ୍ଟ ଅନୁଭବ ହୁଏ ଜାଣ।।
ଜୀଵନ ନାଟରେ ଦୃଶ୍ୟ ଦୁଃଖର ଯେବେ ଆସେ।
ଭାବିଲେ ଆତ୍ମା ନିଜକୁ ଦୁଃଖେ ଵି ଜୀଵ ହସେ।।
ଭାବିଲେ, ପରମାତ୍ମାଙ୍କଠୁ ବଡ଼ ନୁହେଁ କେହି।
ମୋହ ଜାଲରେ ମଣିଷ କେବେ ପଡିବ ନାହିଁ।।
ପରମାତ୍ମାଠୁଁ ଵଡ ନୁହେଁ କେଉଁ ପରିସ୍ଥିତି।
ଏପରି ଭାବିଲେ କଷଣରୁ ପାଇଵ ମୁକ୍ତି।।
ପ୍ରଭୁ ଭକ୍ତିରେ ଲାଗଇ ମନ ଯେଉଁ ପ୍ରାଣୀର।
ପରମାତ୍ମା ସଂସାରୁ ତାକୁ କରନ୍ତି ଉଦ୍ଧାର।।
ଚିନ୍ତନରେ ଆତ୍ମା ପରମାତ୍ମା ସଙ୍ଗେ ମିଶିବ।
ମୈର୍ତ୍ତ ମଣ୍ଡଳରେ ଜନମ ଆଉ ସେ ନନେବା।।
