STORYMIRROR

Mamatamanjari Das

Others

3  

Mamatamanjari Das

Others

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
177

ଅଚିହ୍ନା ମଣିଷ ଟେ ଥିଲେ ସେ ମୋ ପାଇଁ

ମୁଁ ବି ଥିଲି ଅଚିହ୍ନା

ମୁଖ ପୁସ୍ତିକାରୁ ପରିଚୟ ହେଲା

ହେଲେ ସେ ବନ୍ଧୁରେ ଗଣା ।

ସ୍ନେହ ପ୍ରିତୀ ଡୋରେ ବାନ୍ଧିଲେ ସଭିଙ୍କୁ

ହେଲେ ସେ ଆପଣା ଲୋକ

ଯେତେ ଦୁଃଖ କଷ୍ଟ ଭଲ ମନ୍ଦ ହେଲେ

ହୋଇଯାନ୍ତି ଉପସ୍ଥିତ ।

ନିଜର ବୋଲି ମୁଁ ଯାହାଙ୍କୁ ଭାବୁଥିଲି

ଅସଲ ବେଳକୁ ସେମାନେ କାଟିଲେ ଚେର

ଅଚିହ୍ନା ହୋଇ ବି ସେହି ବନ୍ଧୁ ମୋର

ସବୁ ଦୁଃଖକୁ କରନ୍ତି ଦୂର ।

ତିନୋଟି ବର୍ଷର ସମ୍ପର୍କ ର ଡୋର

ହେଲେ ଲାଗେ ଯୁଗ ଯୁଗ ପରି

ଭାବି ବି ପାରୁନି କେମିତି ବନ୍ଧୁ ମୋ

ଅଭିମାନେ ମୋତେ ଚାଲିଗଲେ ପର କରି।

ଅଫେରା ପଥରେ ଚାଲିଗଲେ ବନ୍ଧୁ

ପୁଣି ହୋଇଗଲେ ଅଚିହ୍ନା

ହେଲେ ତାଙ୍କ ସ୍ନେହ ପ୍ରିତୀ ଭଲ ପାଇବାଟା

ହୃଦେ ମୋ ରହିଲା ହୋଇଣ ଚିହ୍ନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍