ଅଚିହ୍ନା ମଣିଷ
ଅଚିହ୍ନା ମଣିଷ
ଅଚିହ୍ନା ମଣିଷ ଟେ ଥିଲେ ସେ ମୋ ପାଇଁ
ମୁଁ ବି ଥିଲି ଅଚିହ୍ନା
ମୁଖ ପୁସ୍ତିକାରୁ ପରିଚୟ ହେଲା
ହେଲେ ସେ ବନ୍ଧୁରେ ଗଣା ।
ସ୍ନେହ ପ୍ରିତୀ ଡୋରେ ବାନ୍ଧିଲେ ସଭିଙ୍କୁ
ହେଲେ ସେ ଆପଣା ଲୋକ
ଯେତେ ଦୁଃଖ କଷ୍ଟ ଭଲ ମନ୍ଦ ହେଲେ
ହୋଇଯାନ୍ତି ଉପସ୍ଥିତ ।
ନିଜର ବୋଲି ମୁଁ ଯାହାଙ୍କୁ ଭାବୁଥିଲି
ଅସଲ ବେଳକୁ ସେମାନେ କାଟିଲେ ଚେର
ଅଚିହ୍ନା ହୋଇ ବି ସେହି ବନ୍ଧୁ ମୋର
ସବୁ ଦୁଃଖକୁ କରନ୍ତି ଦୂର ।
ତିନୋଟି ବର୍ଷର ସମ୍ପର୍କ ର ଡୋର
ହେଲେ ଲାଗେ ଯୁଗ ଯୁଗ ପରି
ଭାବି ବି ପାରୁନି କେମିତି ବନ୍ଧୁ ମୋ
ଅଭିମାନେ ମୋତେ ଚାଲିଗଲେ ପର କରି।
ଅଫେରା ପଥରେ ଚାଲିଗଲେ ବନ୍ଧୁ
ପୁଣି ହୋଇଗଲେ ଅଚିହ୍ନା
ହେଲେ ତାଙ୍କ ସ୍ନେହ ପ୍ରିତୀ ଭଲ ପାଇବାଟା
ହୃଦେ ମୋ ରହିଲା ହୋଇଣ ଚିହ୍ନା ।
