STORYMIRROR

Sujata Routray

Abstract Others

3  

Sujata Routray

Abstract Others

ଆତ୍ମତୃପ୍ତି

ଆତ୍ମତୃପ୍ତି

1 min
396

କେତେ କବି ମହାକବିଙ୍କୁ ଦେଇଛି ସ୍ଥାନ ଇତିହାସ

ପ୍ରଶଂସା ପାଇଁ ସେମାନେ ନକରି ପ୍ରୟାସ

ଯଦି କିଏ ଅମୂଲ୍ୟ ରତ୍ନ ଅବା କୋହିନୂର

ଲୁଚାଇ ରଖି ପାରିବକି ତାକୁ ଅନ୍ଧକାର

ଚାହାନ୍ତି ନାହିଁ ସେମାନେ ମିଥ୍ୟା ପ୍ରଶସ୍ତି

ଯାହା ମାଧ୍ୟମେ ମିଳେ ଟଙ୍କା,ପ୍ରିୟା,ପ୍ରୀତି

ଖଦ୍ୟୋତ କରେ ସିନା ବୃଥା ଚେଷ୍ଟା

ଦେଖାଇ ପାରେକି ସେ ଆଲୋକ ବର୍ତ୍ତିକା

ଚାହେଁ ମୁଁ ହେବାକୁ ଖଦ୍ୟୋତନ ପ୍ରାୟ

ସଞ୍ଚୁଛି ମୁଁ ମେଞ୍ଚା ମେଞ୍ଚା ଖଦ୍ୟୋତ ଆତ୍ମସନ୍ତୋଷର

ପ୍ରଶଂସାକୁ ନଦେଇ ତିଳେମାତ୍ର ଶ୍ରେୟ ।


Rate this content
Log in

Similar oriya poem from Abstract