ଆତ୍ମା କାନ୍ଦୁଛି
ଆତ୍ମା କାନ୍ଦୁଛି
କଞ୍ଚା ପାଚିଲାର ହିସାବ ହଜୁଛି
ଲିିିିିଭୁଛି ବୟସ ଦ୍ୱୀପ
ଅସରନ୍ତି ଆଶା ମଉଳି ପଡିଛି
କିିିଏସେ ଦେଖୁଛି ରୂପ।
ଜୀବନର ପଥ ଏମିତି ଅଚଳ
ପାରୁନି ଆଗକୁୁ ବଞ୍ଚି
ନିିିୟତିର ଖେଳ ସତରେ ବିିଚିିତ୍୍ର
ବୁୁୁୁୁୁଝା ପଡେନାହିଁ କିଛି।
ଦୁୁୁନିଆ ଦାଣ୍ଡରେ ହୋ ହଲ୍ଲା ଆଜି
ବିିିକଳେ ଚିତ୍କାର ପ୍ରାଣ
ଅସହାୟ ମନ ବିଶ୍ୱାସ ହରେଇ
ଶୁଝି ପାରୁନାହିଁ ଋଣ।
ସମୟ ନଈରେ ପାଦ ଟଳମଳ
ବଢୁଛି କଷଣ ଭାରି
ରାତି ତ ଅଦେଖା ନିଦ ହଜେଇଛି
ସପନ ଯାଉଛିି ମରି।
ଧନୀ କି ଗରିବ ସବୁ ସମତୁଲ
ମୃୃତ୍ୟୁତ ସବୁରି ରାଜା
ପ୍ରାଣହୀନ ଲାଗେ ସମ୍ପର୍କର ଭାବ
ସବୁତ ଅଲୋଡ଼ା ଖୋଜା।
ସରିଯାଏ ଯେତେ କଳ୍ପନା ଜଳ୍ପନା
ବାସ୍ତବର ନାହିଁ ଚିହ୍ନ
ଅଣଲେଉଟା ଏ ସୁଖର ସହର
ଯନ୍ତ୍ରଣାରେ ସବୁ ଦିିନ।
କିିିଏସେ ଡାକୁଛି ହାତଠାରି ଏଠି
ନିିିଜେତ ଜୀଅନ୍ତା ଶବ
ଚିିିର ନିଦ୍ରରେ ଶୋଇଗଲା ପରେ
ସ୍ମୃତି ତ ପାଲଟି ଯିିବ।
ସବୁ ଦେଖି ଦେଖି ହୃଦୟ ଥରୁୁଛି
ଆତ୍ମା କାନ୍ଦୁଛି ବେଶି,
କେମିତି ହଟିବ କୋରୋନା ରାକ୍ଷସ
ମିିିଳିବ ଅଦିିିନେ ଖୁସି।
