STORYMIRROR

Santosh Kumar Nayak

Children Stories Inspirational Children

4  

Santosh Kumar Nayak

Children Stories Inspirational Children

ଆଙ୍ଗୁଠିଙ୍କ ବଡ଼ପଣ‌

ଆଙ୍ଗୁଠିଙ୍କ ବଡ଼ପଣ‌

1 min
330


ପାଞ୍ଚଟି ଆଙ୍ଗୁଠି ଡକାଇଲେ ସଭା

ଗାଇବାକୁ ବଡପଣ,

ବୁଢ଼ା ଆଙ୍ଗୁଠିଟା ସଗର୍ବେ କହିଲା

ମୋ ଠାରୁ ସଭିଏଁ ସାନ ।


ବୟସରେ ବଡ଼ କାମରେ ଆଗୁଆ

କେତେ ମୋର ସନମାନ,

ନଥି ପତରରେ ଖାତା ଖତିୟାନେ

ଲୋଡା ହୁଏ ଟିପ ଚିହ୍ନ ।


ବିଶି ଆଙ୍ଗୁଠିଟା ଫଅଁ ଫଅଁ ହେଇ

କହିଲା ଆଗକୁ ଆସି,

ଝଗଡ଼ା ଲାଗିଲେ ମୁହିଁ ଠିଆ ହୁଏ

ତୁମେ ସବୁ ଯାଅ ବସି ।


ମଝି ଆଙ୍ଗୁଠିଟା ବିଶି କଥା ଶୁଣି

କହିଲା ଦେଖାନି ଭାଉ,

ସିନ୍ଦୂର ଚନ୍ଦନ ମଥାରେ ଲଗାଏ

ମୋ ଠାରୁ ବଡ଼ କେ ଆଉ?


ପରୀ ଆଙ୍ଗୁଠିଟା ଫୁଲେଇ କହିଲା

ଆନ ଆଙ୍ଗୁଠିଙ୍କୁ ଚାହିଁ,

କୁଶ ବଟୁ ଅବା ରତନ ମୁଦ୍ରିକା

ଧାରଣ କରଇ ମୁହିଁ ।


ସବୁ ଶୁଣିସାରି କାଣିଟା କହିଲା

ଫୁଟାଣି ମାରୁଛ ମିଛେ,

ଗୁରୁ ଗୁରୁଜନେ ଜୁହାର ସମୟେ

ସଭିଏଁ ଥାଅ ମୋ ପଛେ ।


କେହି ବଡ ନୁହଁ କେହି ନୁହଁ ସାନ

ଆମେ ପରା ଭାଇ ଏକ,

ବଡ଼ପଣ ଛାଡ଼ି କରମ କରିଣ

ରଖିବା ଜାତିର ଟେକ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍