STORYMIRROR

Bhagabat Sahoo

Others Children

4  

Bhagabat Sahoo

Others Children

ଆମରି ଆକାଶ

ଆମରି ଆକାଶ

1 min
393


ଆମରି ଆକାଶେ ସୁରୁଜ ଉଅଇଁ

ନାଲିଆ ସିନ୍ଦୁର ପରି

କ୍ରମ ଅନୁସାରେ ଉତ୍ତାପ ତା ବଢ଼େ

ସଞ୍ଜ ହେଲେ ଯାଏ ଫେରି !!


ଆମ ଆକାଶରେ ଜହ୍ନ ହସୁଥାଏ

ଜୋଛନା କୁ ଦେଇ ଢାଳି

ଆକାଶ ରେପୁଣି ଫୁଟେ ତାରା ଫୁଲ 

ସଞ୍ଜରୁ ସକାଳ ସରି !!


ଆମରି ଆକାଶେ କଳା ମେଘ ଭାସେ

ବରଷି ଯାଏ ସେ ବାରି

ଆମରି ଆକାଶେ ମାର ଇ ବିଜୁଳି

ମାରେ ପୁଣି ଘଡ ଘଡି !!


ଆମରି ଆକାଶେ ଖରା ମେଘ ବେଳେ

ଇନ୍ଦ୍ରଧନୁ ଥାଏ ପଡି

ସାତଟି ରଙ୍ଗତା କରେ ଝଲମଲ

ଲାଗ ଇ ସୁନ୍ଦର ଭାରି !!


ଆମରି ଆକାଶେ ଗ୍ରହ ଓ ନକ୍ଷତ୍ର

ରହିଛନ୍ତି କେତେ ପୁରି

ଆମରି ଆକାଶେ ଉପଗ୍ରହ କେତେ

ରହିଛନ୍ତି ପୁଣି ମିଳି !!


ଆମରି ଆକାଶେ ଯେତେ ଦେବା ଦେବୀ

ରହିଛନ୍ତି ଘର କରି

ଆମରି ଆକାଶ ଆମ ମର୍ତ୍ୟ ପାଇଁ

ଅଟଇ ସରଗ ପୁରି !!



Rate this content
Log in