STORYMIRROR

Sabita Nayak

Others

4  

Sabita Nayak

Others

ଆମ ସ୍କୁଲ ସାର୍

ଆମ ସ୍କୁଲ ସାର୍

1 min
223


ଆମ ସ୍କୁଲ ସାର୍

ମୁହଁରେ ଥାଏ ସ୍ମିତ ହାସ୍ୟ

ସିଧାସାଧା ବେଶପୋଷାକ

ଠିକ୍ ସମୟରେ 

ପହଞ୍ଚିଯାଆନ୍ତି ଶ୍ରେଣୀ ଗୃହରେ

ସବୁବେଳେ କହନ୍ତି

ସମୟର ସମ୍ମାନ କର

ସମୟ ତୁମକୁ ଦେବ ସମ୍ମାନ।୧।


ଶାନ୍ତ ସିଗ୍ଧ କମନୀୟ ଚେହେରା

ଗୁରୁଗମ୍ଭୀର କଣ୍ଠରୁ ତାଙ୍କର

ସରଳ,ସହଜ,ସୁବୋଧ୍ୟ ଭାଷା

ଅବୁଝା, ଅବୋଧ ସରଳ ମନକୁ

କେତେ ଜୀବନ୍ତ ଉଦାହରଣ କେତେ ଗପ

ମହାପୁରୁଷଙ୍କ ମହାନକଥା

ନବୁଝିଲା ଯାଏଁ ବୁଝାଇ ଥାଆନ୍ତି

କେବେ ହେଁ ହୁଅନ୍ତି ନାହିଁ ଖପା।୨ା


କଅଁଳ ମନ ମୋ ଖାଲି ମସ୍ତିଷ୍କ

ଗୁରୁ ଉପଦେଶ ଦେଖାଏ ପଥ

ନ୍ୟାୟ ଧର୍ମ ଭୁଲ ଠିକ୍ ବିଚାର

ନମ୍ର ଶାଳୀନତା ଦାନ ପରୋପକାର,

ଚରିତ୍ର ଅଟଇ ଶ୍ରେଷ୍ଠ ସମ୍ପଦ

ଏଇ ମନୁଷ୍ୟ ଭଗବାନ ପୁଣି ରାକ୍ଷସ

ତୁମ ହାତରେ ତୁମ ଭାଗ୍ୟ ଡୋର

କ'ଣ ହେବ ତୁମେ କର ବିଚାର।୩।


ପ୍ରେରଣାଦାୟୀ କଥା ତାଙ୍କର

କଥାରେ କାମରେ ସେ ଧୁରନ୍ଧର

ନିର୍ଭୀକ ହୁଅ, ସାହସୀ ହୁଅ,ଜାଗ୍ରତ ରୁହ

ବଡ ହେବାପାଇଁ ବଡ ବଡ ସ୍ୱପ୍ନ ଦେଖ

ଭାଙ୍ଗିପଡନା ହାରିଯାଅନା ଆଗକୁ ଚାହଁ

ସଂଘର୍ଷ ହିଁ ଜୀବନ

କଠୋର ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବ

ସଫଳତାର ମୂଳମନ୍ତର।୪।


ମୁଁ ଯେବେ ଭାଙ୍ଗିପଡେ

ଆଜି ବି ସାର୍ ଙ୍କ କଥା ଭାରି ମନେପଡେ

"ପରିଶ୍ରମ କେବେ ବୃଥାଯାଏନି"

"ପୂଣ୍ୟର ନିଜସ୍ୱ ପୁରସ୍କାର ଅଛି"

"ନିଆାଁରେ ଜଳି ଜଳି ସୁବର୍ଣ୍ଣର ଶୁଦ୍ଧତା ଜଣାପଡେ"

ମୋ ସବୁ ସଫଳତା ମୋ ଗୁରୁଙ୍କ ଶ୍ରେୟ

ସତରେ

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର

ଗୁରୁସାକ୍ଷାତ୍ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ।୫।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍