Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

3  

Bijay Prusty

Romance

ଆଖିତଳେ ତୁମେ ହିଁ ଥିଲ

ଆଖିତଳେ ତୁମେ ହିଁ ଥିଲ

1 min
208



ତୁମକୁ ସଖୀ ମୁଁ ଦେଖିଲି ସେଦିନ

ଦରଦୀ ମନଟେ ନେଇ

ତୁମରି ଛୁଆଁରେ ହୃଦୟରେ ମୋର

ପ୍ରୀତି ନଦୀ ଗଲା ବହି I

ଭଲ ପାଇବାର ନୀଳ ସମ୍ମୋହନେ

ଅର୍ଦ୍ଧ ନିମିଳିତ ଆଖି

ମଧୁର ମଧୁର ପ୍ରେମର ସନ୍ଦେସ

କାନେ ମୋ କହିଲ ସଖୀ I

ତୁମ ଆଖି ସହ ମୋ ଆଖି ମିଶିଲା

ଲାଜେଇ ଗଲ ଲୋ ତୁମେ

ମନତଳେ ମୋର ଜୁଆର ଉଠିଲା

ଭିଜିଗଲି ତୁମ ପ୍ରେମେ I

ପ୍ରେମର ସହରେ ଝଡ ଉଠୁଥିଲା

ଉଲ୍ଲସି ଉଠିଲା ଛାତି

ତୁମରି ଦେହର ବେଳାଭୂମି ପରେ

ଝଲସିଲେ ହୀରା ମୋତି I

ରାତି ବିତିଗଲା ଜହ୍ନ ଡୁବିଗଲା

ନିଦ ମାଡିଲାନି ପାସ

ଆଖିତଳେ ସଖୀ ତୁମେ ଏକା ଥିଲ

ମୁହଁରେ ଫୁଟାଇ ହସ I

ତୁମରି ମନର ଖୋଲା ଆକାଶରେ

ଇନ୍ଦ୍ରଧନୁ ଶୋହୁଥିଲା

ଦୁନିଆର ସବୁ ରଙ୍ଗ ମାଖି ହୋଇ

ଆଖି ମୋ ଝଲସି ଗଲା I


Rate this content
Log in