STORYMIRROR

Sadananda Sahoo

Others

4  

Sadananda Sahoo

Others

ଆଜିର ସାବିତ୍ରୀ

ଆଜିର ସାବିତ୍ରୀ

1 min
341


ସଂସ୍କୃତି ବିଭବ ଉତ୍କଳ ପ୍ରଦେଶ 

    ପ୍ରଥା ପରମ୍ପରା ସାଥୀ , 

 ବାରମାସ ଯା'କ ପରବେ ସମୃଦ୍ଧ 

   ଓଷାବ୍ରତ ପାଳେପତ୍ନୀ ! ! 


ପୌରାଣିକ କଥା ନିଆରା ଏ'ଗାଥା 

     ପତିଭକ୍ତି  ଅନୁରକ୍ତି , 

ସତୀ ସାବିତ୍ରୀର ଭକ୍ତିଟା ଆଧାର 

     ଉଚ୍ଛୁଳି ପଡୁଛି ସ୍ମୃ୍ତି ! ! 


ଭକ୍ତି ନିଷ୍ଠା ବଳେ ସାବିତ୍ରୀ ସର୍ବାଗ୍ରେ 

   ନାରୀ ମଧ୍ୟେ ସର୍ବ ଶ୍ରେଷ୍ଠା , 

ମରଣ ମୁହଁରୁ ଆଣିଲେ ସ୍ଵାମୀକୁ 

   ଯମକୁ  ଦେଇଣ ଶିକ୍ଷା ! ! 


ସତ୍ୟବାନ ରାଣୀ ସାବିତ୍ରୀ ସୁନ୍ଦରୀ 

    ସତୀ ବୋଲି ବିବେଚିତ , 

ସର୍ବଯୁଗେ ଖ୍ୟାତ ନିଖୁଣେ ଚିତ୍ରିତ 

   ପୁରାଣରେ  ପରିଚିତ ! !  


ଆଜିର ସାବିତ୍ରୀ ଏ'ବ୍ରତ ପାଳୁଛି 

   ମହା ଆଡମ୍ବର ପୁର୍ଣ୍ଣେ , 

ଭକ୍ତି ସ୍ନେଁହଶ୍ରଦ୍ଧା କେତେ ତା'ସଦିଚ୍ଛା 

   ସ୍ମର ଆହେ ସତ୍ୟବାନେ ! ! 


ଅଧୁନା ସାବିତ୍ରୀ ଆଭୁଷଣେ ମାତି 

   କରୁଛି ତା'ରୂପ ଚର୍ଯ୍ୟା , 

ଲୋକ ଦେଖାଣିଆ ତା'ଓଷା ପଣିଆ 

   ବୋଲାଏ ସେ' ସୁନାଭାର୍ଯ୍ୟା ! ! 


ଦାମୀ ଶାଢୀ ଚୁଡି ହସ୍ତେ ହୀରାମୁଦି

   ଗଳାରେ ସ୍ଵର୍ଣ୍ଣିମହାର , 

କିଛିଊଣା ନାହିଁ ଆଭୁଷଣେ ଭାଇ 

   କଳିଯୁଗ  ସାବିତ୍ରୀର ! ! 


ସରାଗ ମନରେ ମନ୍ଦିର ବେଢାରେ 

   ଦେଖାଏ ତା' ପତୀପ୍ରତୀ , 

ସଵୁଫଳ ମୂଳ ଆଣିଛନ୍ତି କାନ୍ତ 

   କହି ନଥିଲି  ମୁଁ' କିଛି ! ! 


ଏ'ଦାମୀ ଶାଢୀ ମୋ' ଭାଇ ଦେଇଛି 

   ଅଛିସେ' ବମ୍ବେରେ ଯନ୍ତ୍ରୀ , 

ଭାରି ଭଲପାଏ ମୋତେ ପରାସିଏ 

   ମୁଁ' ତା'ର ଗେହ୍ଲା ଭଗ୍ନୀ ! ! 


ଗୌରବ ଗାରିମା ଗାଉଛି ସାବିତ୍ରୀ 

   ଭକ୍ତି ପ୍ରିତୀ ନାହିଁ ବେଶି , 

ଶାଶୁ ଘର ଠାରୁ ବାପ ଘର ଯାଏ 

   କାହାଣୀ ସେ'କହେ ହସି ! ! 


ମହଙ୍ଗା ମାଡରେ ସତ୍ୟବାନ କାନ୍ଦେ 

     ଉଚ୍ଚା ଦଅର କୁ ହେଜି , 

ସାବିତ୍ରୀ ଫୁଲେଇ ହୁଏତ' ଗେହ୍ଲେଇ 

   ଯେନେତେନେ କରେ ରାଜି ! ! 


ଓଷା ବ୍ରତ ପାଳ ହେ' ସାବିତ୍ରୀ ଗଣ 

    ଭକ୍ତିପୂତ  ନିବେଦନ , 

ପ୍ରତିଯୋଗି ଭାଵ କରନି ପୋଷଣ 

     ଲୋଡାନାହିଁ ଆଭୁଷଣ ! ! 


ଭକ୍ତି ଅର୍ଘ୍ୟବତୀ ଜାଳହେ' ସାବିତ୍ରୀ 

     ପ୍ରଭୁ କୃପାଲାଭ ହେଵ , 

ଦାମୀ ଫଳମୂଳ ନୁହେଁ ପ୍ରୟୋଜନ 

    ଶ୍ରୀଫଳ କୁ ଶ୍ରେଷ୍ଠଭାବ ! ! 


ସ୍ଵାମୀମନ ନେଇ ଚଳିବ ହେ'ପତ୍ନୀ 

   ଏ'ହାହିଁତ ଶ୍ରେଷ୍ଠ ବ୍ରତ , 

ସୁଖ ସମୃଦ୍ଧିରେ ସଂସାର ହସିବ 

   ପ୍ରଶଂସିତ ହେଵ ସତ ! ! 



Rate this content
Log in