ଆଦର୍ଶ ଗାଆଁ
ଆଦର୍ଶ ଗାଆଁ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
କଲେକ୍ଟର ଗଲେ ଦୂର ଗାଆଁକୁ,
ଗାଆଁ ପରିମଳ ପରିଖି ବାକୁ।
ରାସ୍ତା ଘାଟ ଏବେ ଦିଶେ କଙ୍କ୍ରିଟି,
ଗୋଡେ ଲାଗେ ନାହିଁ କାଦୁଅ ମାଟି ।
ଶୌଚାଳୟ ସବୁ ଘରେ ଯେ ଅଛି,
ବାହ୍ୟ ମଳମୁକ୍ତ ଗାଆଁ ଦିଶୁଛି ।
ମାଟି ଘର ସବୁ ଗଲାଣି ଲୁଚି,
ପକ୍କା ଘରେ ଗୁଡ୍ଡୁ ଖେଳଇ ପୁଚି।
ରୋଷେଇ ଘରରୁ ଉଠୁନି ଧୂଆଁ,
ଇନ୍ଧନ ଗ୍ୟାସ୍ ସବୁ ଘରେ ଥୁଆ।
ମାଆ,ଖୁଡି,ବୋଉ ଖୁସିରେ ରାନ୍ଧେ,
ଚୁଲି ଧୂଆଁ ଆଉ ତାଙ୍କୁ ନ ବାଧେ।
ଗାଆଁ ରେ ଖୋଲିଛି ଅଙ୍ଗନବାଡି,
ସକାଳେ ଲାଗେ ସେଠି ପିଲାଙ୍କ ଧାଡି ।
ପୁଷ୍ଟିକର ଖାଦ୍ୟ ସେଠାରୁ ମିଳେ,
ଆମ୍ବୁଲାନ୍ସ ଆସେ ଜରୁରୀ ବେଳେ ।
ବର୍ଜ୍ଯ ବସ୍ତୁ ପାଇଁ ବ୍ଯବସ୍ଥା ଅଛି,
ଗାଆଁରେ ଡଷ୍ଟବିନ୍ ଥୁଆ ହୋଇଛି।
ଗାଆଁରେ ନାହିଁ ଆଉ କଜିଆ କଳି,
ଭାଇ- ଭାଇ ହୋଇ ଯାଆନ୍ତି ଚଳି।