Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maitreyee Kamila

Others

3  

Maitreyee Kamila

Others

ଭିଜୁଥିବା ପଣତ

ଭିଜୁଥିବା ପଣତ

3 mins
354


ଦୁଇଟି ମାସ ହେବ ସଂସ୍କୃତିର ବାହାଘର।ଘର ଚଳେଇବା ଶିଖିଗଲାଣି ଆଉ ତା ସହ ସମସ୍ତଙ୍କ ମନ ନେଇ ଚାଲିବା ଧୀରେ ଧୁରେ ଶିଖୁଛି। ଶାଶୂ ନାହାନ୍ତି ବୋଲି ମାଆ ର ଭୂମିକା ଟା ତାର।କେତେବେଳେ ସୋମ ର ଆଉ କେତେବେଳେ ଶଶୁରଙ୍କ କଥା ସବୁ ତାର କାମ ବୁଝିବା। ସମ୍ପୁର୍ଣତା ର ମୂର୍ତ୍ତିମନ୍ତ ପ୍ରତୀକ ସିଏ। ପାଠ ଦି ଅକ୍ଷର ପଢ଼ିଛି ବୋଲି ସବୁଦିନ ଖବରକାଗଜ଼ ପଢେ।ପତ୍ରିକା ରୁ ଗପ ଗୀତ ପଢେ।91.fm ରୁ ଗୀତ ଶୁଣି ବାକୁ ଭଲ ଲାଗେ। ତା ସହ ବୁଣାବୁଣି ମଧ୍ୟ କରେ।ଏମିତି ରେ ସେ ଘରକୁ ଏକୁଟିଆ ସ୍ତ୍ରୀ ଲୋକ। ଦିନେ ସୋମ କୁ କହି ବାପା ମା ଙ୍କୁ ଦେଖା କରିବାକୁ ହରିପୁର ଗଲା। ନୂଆ ବାହା ହୋଇ ଶାଶୂ ଘରୁ ଆସିଛି ବୋଲି ସାଇ ପଡିଶା ରୁ ସ୍ତ୍ରୀ ଲୋକ ମେଳି ହଇଗଲେ ।ବୁଢ଼ୀ ମାନଙ୍କ ଟାହି ଟାପର ରେ ହସର ଆସର ଜମି ଥିଲା।ହଟାତ ଅଦିନିଆ ବର୍ଷାଟା ଆସିଗଲା ଯେ ସବୁ ଯେ ଯାହା ଘର କୁ ଗଲେ। କିଛି ଜଳଖିଆ ଆଣି ହାତରେ ଦେଇ ମାଆ ଆରମ୍ଭ କଲେ ଜାଣୁ ଦୁଇଦିନ ତଳେ କୃଷ୍ଣା ଶାଶୂ ଘରୁ କାନ୍ଦି କାନ୍ଦି ଆସିଲା।ଘରେ ପହଂଚି ଦେଖେ ତୋ ତାଲା ପଡିଛି। ବାରଣ୍ଡା ରେ ବସି କାନ୍ଥ କୁ ଆଉଜି କଣ ସବୁ ଭାବୁଥାଏ କେଜାଣି ଆଉ ପଣତରେ ଲୁହ ପଛୁଥାଏ ଠିକ ସେତିକି ବେଳେ ସୁଲୁ ମା ପାଇପ ପାଣି ନେଇ ଆସୁଥିଲା ଯେ ତା ଉପେରେ ଆଖି ପଡି ବାରୁ ପାଖକୁ ଯାଇ ହାତ ଧରି ପକେଇ ବାରୁ ଧକେଇ ଧକେଇ ଢେର କାନ୍ଦିଲା। କିଛି କହୁ ନ ଥାଏ ସୁଲୁ ମା ବୁଝେଇ କହୁଥାଏ ମା ବାବା ତୋର ଦନା ଯେଠେଇ ନାତି ବ୍ରତ ଘର କୁ ଯାଇଛନ୍ତି। ତୁ କେତେ ବେଳେ ଆସିଲୁ ଏଠି ଏକୁଟିଆ ବସି କାହିଁଇକି କାନ୍ଦୁଛୁ।ଘର ଆଡ଼େ ଚାଲ।ଏଠି କେହି କୁଆଡେ ନାହିଁ।ଏକୁଟିଆ ବସ ନା। କୃଷ୍ଣା ଆଉ ଟିକେ ଧକେଇ ଧକେଇ କାନ୍ଦିଲା। ଏତକ ଶୁଣିଲା ବେଳକୁ ସଂସ୍କୃତି plate ଛାଡି ଠିଆ ହୋଇଗଲାଣି ବୋଉ ତୁ ଏଇଛୁଣିଆ ଚାଲ କୃଷ୍ଣା ଘରକୁ।ଛତା ଆଣି ବୋଉ ହାତରେ ଦରେଇ ଦେଇ ଆଗେ ଆଗେ ଚାଲିଲା।ଏ ମା ଟିକେ ରହ ଆଉ ପଛକୁ ଫେରୁ ନଥାଏ ସେ।ସିଧା ଯାଇ କୃଷ୍ଣା ଘର ପିଣ୍ଡା ରେ। ତା ପାଟି ଶୁଣି ମାଉସୀ ଆସିବାରୁ କୁଣ୍ଢେଇ ପକେଇଲା। ବହୁତ ଖୁସି ହେଇଗଲେ ଆଉ ଭିତରକୁ ନେଇ କୃଷ୍ଣା ପାଖେ ଛାଡିଲେ। ପିଲାଦିନର ସାଙ୍ଗକୁ ଏତେ ଦିନ ପରେ ଦେଖିଖୁସି ହେଉଥିଲା ସଂସ୍କୃତି ହେଲେ କୃଷ୍ଣା ମୁଁହ ରେ ହସ ନଥିଲା।ସେ ଉଦାସୀ ମନକୁ ଠିକ ଭାବେ ପଢି ନେଲା ଆଉ ଡେରି ନକରି ପଚାରି ବସିଲା ତୋ ମୁହଁ କାହିଁକି ଶୁଖିଲା ଦିଶୁଛି।

କୃଷ୍ଣା ଆରମ୍ଭ କଲା ଶାଶୂ ଘରେ ସମସ୍ତେ ବହୁତ ଭଲ।ସବୁ ଯେ ଯାହା କାମରେ ଥାନ୍ତି। ବାହାଘର କୁ ଦୁଇ ବର୍ଷ ପୁରିଲାଣି।ଶାଶୁଙ୍କ ସବୁ ବେଳେ ଗୋଟିଏ କଥା କୋଳକୁ ଛୁଆଟିଏ ଆସୁ।ଆଛା ତୁ କହିଲୁ ଏଇଟା କଣ ମୋ ହାତର କଥା।ୟାଙ୍କର ତୋ ପଢ଼ା ପଢି ସରୁନି।ପଚାରିଲେ କହିବେ ପ୍ରମୋସନ ଟା ଆଗ। ସେଇ କଥା ସମସ୍ତଙ୍କ ଆଗରେ କହି ପାରୁନାହାନ୍ତି।ଏବେ ନିକଟରେ ଖୁଡି ଶାଶୂ ଆସିଥିଲେ ଯେ ଦୁଇ ଜା କଥା ହଉ କହି ପକେଇଲେ ଆଜି କାଲିକା ପିଲା କୋଉଠି ଶାଶୂ ଶଶୁର କଥା ଶୁଣୁ ଛନ୍ତି କି? ତାଙ୍କ ମନ ଯାହା କହିବ।ସେଦିନ ପଡିଶା ଘର ଛୁଆ କୁ ନେଇ ତା ଜେଜେମା ବୁଲି ଆସିଥିଲେ ଯେ ଶାଶୂ ଦେଖେଇ ଦେଖେଇ କହୁଛନ୍ତି ଆମର କହି କହି ଥକିଲିଣି ଯେବେ ସେମାନଙ୍କ ମନ ହେବ। ଖାଲି ସେତିକି ନୁହେଁ ସେଇକଥା କୁ ଧରି ପୁଅ ଆଗରେ ବଖାଣିବାରୁ ସେ ସିଧା ମାଆ କୁ କହି ପକେଇଲେ ତୋ ବୋହୁକୁ ପଚାର। ଯଦି ସତ କହିବାକୁ ସାହସ ନାହିଁ ମିଛ କାହିଁ କି କହିଲେ।ଏଥିରେ ମୋର ଭୁଲ କୋଉଠି କହୁନୁ । ସଂସ୍କୃତି ସବୁ ଶୁଣି ଲା ଆଉ କେମିତି ବୁଝେଇବ ଭାବୁଥିଲା।ଅଂଦ୍ଗାର ରାତିରେ ବର୍ଷା ର ତାଣ୍ଡବ ଲାଗି ରହିଥିଲା ।ଠିକ ସେତିକି ବେଳେ କୃଷ୍ଣା ର ପିଉସୀ ଘର ଭିତରୁ ଆସି ବସି ପଡିଲେ ସମସ୍ତଙ୍କୁ ଅନେଇ କହିଲେ ମୋ ନଣଦ ମାନି ଭାରି ଗେଲହ ବସର ରେ ବଢି ଥିଲେ ।କାହାରି କଥା ସହି ପାରନ୍ତି ନାହି।ଶାଶୂ ଘରକୁ ଯିବା ପରେ ଥରେ କଣ ହେଲାନା ସ୍ୱାମୀଙ୍କ ସହ ବାହାରକୁ ବୁଲି ଯାଇଥିଲେ ଫେରିବା ବେଳେ ଡ୍ରେସ ପିନ୍ଧି ଚାଲି ଆସିଲେ ଶାଶୂ ଘରକୁ। ସେତକ ଦେଖି ଶାଶୁଙ୍କ ମୁହଁ ହାଣ୍ଡି ।ସାଇ ପଡିଶା ଯାହାକୁ ଦେଖିଲେ ବହୁ ନା ରେ ଗପିଲେ। ମାନି କିନ୍ତୁ ମୁହଁ ଜମା ଖୋଲିଲେ ନାହିଁ।ଧୁରେ ଧୀରେ ସମସ୍ତଙ୍କ କଥା ଶୁଣିବା ଟା ଦେହସୁହା ହେଇଗଲା। ଶାଶୂ କହି କହି ଥକି ଯାଆନ୍ତୁ କିଛି ଉତ୍ତର ଦେବାର ନାହିଁ।ପାଞ୍ଚ ବର୍ଷ ହେଲାଣି ବାହାଘର ଆଜି ସେ ଘରେ ତାଙ୍କ ବିନା ପତ୍ର ଟେ ହଳିବନି।ଶାଶୂ ଶଶୁର ଏବେ ବୁଢା ହେଲେଣି। ଯାହା କରିବେ ମାନି କୁ ଆଗ ପଚରା ଯିବ। ତା ହାଁ ରେ ସବୁ ହେବ। ମାନି ସେଗାଁ ରେ ସୁନାନାକୀ ବହୁ। ସମୟ ର ସୁଅ ରେ ସବୁ ସୁଧରି ଯିବ ଲୋ ମା।ବାସ ଟିକେ ଧୈର୍ଯ୍ୟ ଧର ।ଛାତିକୁ ପଥର କର।କୃଷ୍ଣା ଛୁଆଟିଏ ଭଳି ସବୁ ଶୁଣୁ ଥାଏ। ରାତି ସାରା ଜମା ଶୋଇ ପାରୁ ନଥିଲା। ସକାଳ ହେବାରୁ ମା ପାଖଗେ ଛିଡା ହୋଇ କହିଲା ଆଜି ତୋ ଜ୍ୱାଇଁ ଆସିବେ ମୁଁ ଘରକୁ ଯିବି। ମା ବଲ ବଲ କରି ତା ମୁହଁ କୁ ଅନେଇ ରହିଲେ। ବର୍ଷା ଛାଡି ଯାଇ ଥାଏ ,କଅଁଳସୂର୍ଯ୍ୟ କିରଣ ଘର ସାରା ବିଛାଡି ପଡି ଥାଏ ।ମା ଦଉଡି ଯାଇ ସଂସ୍କୃତି ମା କୁ କହି ଆସିଲେ ଝିଅ କୁ ଆମ ଘରକୁ ପଠେଇବ ।ଦୁହେଁ ସାଙ୍ଗ ହେଇ ଭାତ ଖାଅନ୍ତେ।ଉପେର ଓଳି ଜ୍ୱାଇଁ ଆସି ନେଇ ଯିବେ ମାନି କୁ।ମାଉସୀଙ୍କ ହସ ହସ ମୁହଁ ଦେଖି ଆଉ କିଛି ବୁଝିବାକୁ ବାକି ରହିଲା ନି । ମାଆ ର ପଣତ କାନି ଆଜି ପୁଣି ଆଖି ଲୁହ ରେ ଭିଜୁଥିଲା। ଏହା କିନ୍ତୁ ଖୁସି ର ଲୁହ ଥିଲା।

ମୈତ୍ରେୟୀ କମିଳା


Rate this content
Log in