ଏଇତ ଜୀଵନ
ଏଇତ ଜୀଵନ
ସକାଳ ୮ଟା ମୁଁ ଘରୁ ବାହାରି ବସରେ ସାଲେପୁରରୁ ଯାତ୍ରା କଲି ଭୁବନେଶ୍ୱରକୁ । ବସରେ ସିଟ ଫୁଲ ଯାତ୍ରୀ,ଦୁଇ ତିନି ଷ୍ଟପେଜ ପରେ ବସରେ ଦୁଇ ଜଣ ଝିଅ ଉଠିଲେ ।ମୋ ସିଟ ପାଖରେ ଠିଆ ହେଲେ।ଯାତ୍ରୀ ପାଇଁ ବସ ଅନେକେ ଜାଗାରେ ଠିଆ କରୁଥାଏ ।କିଛି ବାଟ ଗଲା ପରେ ବସରେ ଭରପୁର ଯାତ୍ରୀ ।
ବସ ଚାଲିଥାଏ ,ହଠାତ ମୋ ପାଖରେ ଠିଆ ହେଇଥିବା ଝିଅଟି ମୋ ଗାଲରେ ଆଙ୍କି ଦେଲା ଦୁଇ ଶକ୍ତ ଚାପୁଡ଼ା ର ଚିହ୍ନ ।ଅନ୍ଧକାର ଦିଶିଲା ମୋତେ, ମୁଁ କିଛି ପଚାରିବା ଆଗରୁ ବସ ରୋକ ଏ ପିଲା ମୋତେ ଖରାପ ବ୍ୟବହାର କରୁଛି ,ବାରମ୍ବାର ମୋ ଡ୍ରେସ ଟାଣୁଛି ଝିଅଟି କହିଲା । ମିଛ ମାୟା ର ଏ ସଂସାର,ଝିଅଟିର ପାଟିରୁ ଏତିକି କଥା ଶୁଣିବା ମାତ୍ରେ ଵସ ଭିତରେ ଥିବା ମୋ ଭଳି ୟଙ୍ଗ ଯୁବକ ମାନେ ପରସ୍ତ ପରସ୍ତ କରି ବାଡେଇ ଚାଲିଲେ ମୋ ସମଗ୍ର ଶରୀରକୁ ।ଏ ସବୁକୁ ଦେଖୁଥିଲେ ଜଣେ ବୃଦ୍ଧ ବ୍ୟକ୍ତି ଯେ କି ମୋ ପାଖ ସିଟରେ ବସିଥିଲେ ।ସେ ପ୍ରତିରୋଧ କରେ ତ ଯୁବକ ଭିତରୁ ଜଣେ ଏ ବୁଢ଼ା ତୁ ଚୁପଚାପ ବସ ନଚେତ ତୋ ଅବସ୍ଥା ଏମିତି କରିଦେବୁ । ଶେଷରେ ଵସରୁ ମଧ୍ୟ ଓହ୍ଲାଇ ଦେଲେ ମୋତେ ।
ଗାଲରୁ ଲିଭି ନଥିବା ଆଙ୍ଗୁଳି ର ନକ୍ସା,ମନରେ ପ୍ରବଳ ଦୁଃଖ ନେଇ ଅନ୍ୟ ଏକ ବସ ଯୋଗେ ପହଞ୍ଚିଲି ଯାଇ ଭୁବନେଶ୍ୱରରେ । ସେତେବେଳକୁ ଇଣ୍ଟରଭ୍ୟୁ ଦେବାର ସମୟ ହେଇସାରିଥିଲା । ସେ ଅଫିସରେ ଇଣ୍ଟରଭ୍ୟୁ ଦେବା ସମୟରେ ଯାହା ଦେଖିଲି ତାହାକୁ ମୋ ଆଖି ବିଶ୍ୱାସ କରିପାରୁ ନଥାଏ । ପ୍ରକୃତରେ ମୋତେ ବସରେ ମାରିଥିବା ଝିଅ ସେଠାକୁ ଯାଇଥିଲା ଇଣ୍ଟରଭ୍ୟୁ ଦେବାକୁ,ଆଉ ଆମ୍ଭମାନଙ୍କ ଠାରୁ ଇଣ୍ଟରଭ୍ୟୁ ନେବା ଲୋକଟି ହେଉଛି "ମୋ ପାଖ ସିଟରେ ବସିଥିବା ବୃଦ୍ଧା "।ମୁଁ କିନ୍ତୁ ଘରକୁ ଫେରିଲି ହାତରେ ମିଠା ପ୍ୟାକଟ ଧରି । ଫେରିବା ସମୟରେ ମୁଁ ଯେଉଁ ବସରେ ବସିଥାଏ ସେହି ବସରେ ଆସି ମୋ କଡ ସିଟରେ ବସି ପଡ଼ିଲା ସେହି ଝିଅଟି ।ମୁଁ ଭୟରେ ସେ ବସରୁ ଓହ୍ଲାଇ ବାକୁ ଚେଷ୍ଟା କରେ ତ ଝିଅଟି ମୋର ହାତକୁ ଧରିପକେଇ କହିଲା ଭାଇ ମୋତେ କ୍ଷମା କରିବେ, ଆସିବା ସମୟରେ ମୁଁ ସିଟରେ ବସିବା ପାଇଁ ଯେଉଁ ଭୁଲ କରିଥିଲି ସେଥିପାଇଁ ମୁଁ ଦୁଃଖୀ । ସେତେବେଳକୁ ତା ଆଖିରୁ ପଶ୍ଚାତାପର ଅଶ୍ରୁ ନିଗିଡି ମୋ ଯନ୍ତ୍ରଣାକୁ ଧୋଇ ସାରିଥିଲା ।
ଶିବରାମ ଦଳେଇ
ଲେଖନପୁର ସାଲେପୁର.