STORYMIRROR

Sunanda Mohanty

Children Stories Action Inspirational

3  

Sunanda Mohanty

Children Stories Action Inspirational

ମୋ ଗାଁର ଆତ୍ମକଥା

ମୋ ଗାଁର ଆତ୍ମକଥା

2 mins
131


   ମୋ ଗାଁର ପ୍ରତ୍ୟେକ ମଣିଷ ଭିତରେ ମାନବିକତା ଓ ମୂଲ୍ୟବୋଧ ନିଶ୍ଚୟ ଭିନ୍ନ ବୋଲି ମିକୁ କହୁଥିଲା ସାଙ୍ଗକୁ।ଅଲଗା କେମିତି ବୋଲି ପ୍ରଶ୍ନ କଲା ସାଙ୍ଗ ବୁବୁନ ତ ମିକୁ କହିଥିଲା,ଦେଖୁନ ଏ ସହରୀ ମଣିଷର ଚଳଣୀ ଓ ହଷ୍ଟେଲ ଭିତରେ ଆମ ସୁପରିଟେଡେଣ୍ଟଙ୍କ ଅଜବ କାଇଦା କଟକଣା। କଣ ହେଲାକି? ବୋଲି ଉତ୍ତରରେ ମିକୁ କହିଥିଲା,ଜଣେ ବୁଢାଲୋକ ବାହାରେ ଫୁଟି ଝରିପଡ଼ିଥିବା ଫୁଲ ଗୋଟେଇ ନେଉଥିଲେ ତ, ହଷ୍ଟେଲ ଭିତରୁ, ମୁଁ ତୋଳି ଦେଇଥିଲି ଟଗର ଫୁଲ ଦିଟା। ଏତିକି ରେ ମୋ ଉପରେ ସାର ଖାଲି ଖପ୍ପା ନୁହଁନ୍ତି ଫାଇନ ବି ପକାଇଛନ୍ତି। ହଁ ହଷ୍ଟେଲରେ ଗୋଟେ ନିୟମ ଅଛି ତାକୁ ମାନିବା ତୁମର ନିହାତି ଆବଶ୍ୟକ ଥିଲା ବୋଲି କହିଥିଲା ବୁବୁନ ତ ଚୁପ୍ ରହିଲା ମିକୁ। ଦଶହରା ଛୁଟିରେ ମିକୁ ତାଙ୍କ ଗାଁକୁ ନେଇଯାଇଥିଲା ବୁବୁନକୁ।

   ଗାଁରେ କିଛି କଟକଣା ନଥିଲା। ସମସ୍ତେ ମିଶି ଗ୍ରାମରେ, ଗ୍ରାମଦେବତୀଙ୍କ ପାଖରେ ଜନ୍ତାଳ କରୁଥିଲେ ତ କାହା ଘରକୁ ଆସିଥିବା କୁଣିଆ,ବନ୍ଧୁବାନ୍ଧବ ତଥା ସାଙ୍ଗସାଥୀ ଙ୍କୁ ସୌହାଦ୍ୟପୂର୍ଣ୍ଣ ନିମନ୍ତ୍ରଣ କରିଥିଲେ। ଗ୍ରାମରେ କାହାଘରେ ଫୁଟିଥିବା ଫୁଲଗଛର ଫୁଲକୁ ସମସ୍ତେ ମିଶି ବାଣ୍ଟିକୁଣ୍ଟି ଠାକୁର ପୂଜାରେ ଲଗାଉଥିଲେ। ଗ୍ରାମ ପୋଖରୀର ମାଛ ସଭିଙ୍କୁ ସମାନ ଭାବେ ବାଣ୍ଟି ଦିଆଯାଉଥିଲା ବେଳେ,କମ ସଦସ୍ୟ ଥିବା ପଡ଼ୋଶୀ ଅଧିକ ସଦସ୍ୟ ଥିବା ପଡୋଶୀଙ୍କୁ ମାଛ ଦେଇଦେଉଥିଲା, ସେମିତି ନିଜ ନିଜ ଭିତରେ ଥିବା ସମସ୍ୟାର ଆପୋଷ ମିଳାମିଶା ଜରିଆରେ ସମାଧାନ କରାଯାଉଥିଲା। ଗ୍ରାମରେ ଗୃହପାଳିତ ପଶୁଙ୍କ ପାଇଁ ଥିବା ଆନ୍ତରିକତା ମଧ୍ଯ ବୁବୁନ କୁ ଚକିତ କରିଥିଲା। ତୁମଘର କୁକୁଡ଼ା ଆମଘରେ ରହିଯାଇଛି କହି କିଏ ଦେଇଯାଉଥିଲା ମାଲିକକୁ ତ କାହା ଗାଇ ବାଟବଣା ହୋଇଗଲେ ଅନ୍ୟ କେହି ଅଡେ଼ଇ ଆଣୁଥିଲା ଗାଁକୁ। କାହା ପିଲା ବୋଲି ନଭାବି ସେଦିନ, ଶିବଙ୍କ ପୂଜକ ନନା, ବୁଡିଯାଉଥିବା ସେବାୟତ ଜାତିର ପୁଅକୁ ବେକେ ପାଣିରୁ ଉଦ୍ଧାର କରିଥିଲା। ବୁଲାଜନ୍ତୁ ହିସାବରେ କୁକୁରଙ୍କ ପ୍ରତି ଅହେତୁକ ମମତା ମଧ୍ଯ ଚକିତ କରିଥିଲା ବୁବୁନକୁ । ନବଦିନବ୍ୟାପୀ ଦୁର୍ଗାପୂଜାରେ ସମସ୍ତଙ୍କ ସହଯୋଗ ଓ ଦଶ ହରାରେ, ପାଖ ପଡୋଶୀଙ୍କ ଘରେ ଖିଆପିଆ କରି ବୁବୁନ ଭାବୁଥିଲା ପ୍ରକୃତରେ, ଗ୍ରାମରେ ଆତ୍ମୀୟତା ସାଙ୍ଗକୁ ନିରବିଚ୍ଛିନ୍ନ ସମ୍ପର୍କ ସହ ଆତ୍ମା ଅଛି ।


Rate this content
Log in