STORYMIRROR

TASNEEM SULTANA LADLEE

Children Stories Tragedy

3  

TASNEEM SULTANA LADLEE

Children Stories Tragedy

ଭିକାରୀର ଆତ୍ମକଥା

ଭିକାରୀର ଆତ୍ମକଥା

3 mins
203


ଖରାବେଳ ସମୟ। ସ୍କୁଲ ଫାଟକ ପାଖରେ ଭିକାରୀ ଟିଏ ବସି ଥାଏ ।ତାକୁ ଭାରି ଶୋଷ ହେଉଥାଏ । ମୀରା ନିଜ ବୋତଲରୁ ଭିକାରୀଟିକୁ ପାଣି ଦେଉ ଥିବା ସମୟରେ ମାନସ ମଜାରେ ମୀରାକୁ ଠେଲି ଦେଲା । ମୀରା ପଡି ଯିବାରୁ ପାଣି ବୋତଲ ଢାଳି ହୋଇଗଲା ।ତୃଷାର୍ତ୍ତ ଭିକାରୀ ଆଉ ପାଣି ପିଇ ପାରିଲାନି । ମୀରା ମାନସ ଉପରେ ଅସନ୍ତୁଷ୍ଟ ହୋଇ କହିଲା- ଦେଖିବୁ ଭିକାରୀର ଅଭିଶାପ ପଡିଯିବ ଯେ । ମୀରା କଥାକୁ ଭିକାରୀଟି ଶୁଣି କାନ୍ଦି ପକାଇଲା ।କହିଲା- ଭଗବାନ କାହାର ଏପରି ଅବସ୍ଥା ନକରନ୍ତୁ । ସମସ୍ତେ ଭଲରେ ଥାନ୍ତୁ ।ଭିକାରୀଟି ଚାଲି ପାରୁ ନଥାଏ । ମୀରା ଓ ମାନସ ତାକୁ ବରଗଛ ଛାଇ ପାଖକୁ ଟେକି ନେଇଗଲେ । ତାକୁ ପାଣି ପିଇବାକୁ ଦେଲେ ।ପାଣି ପିଇ ସାରି ସେ ପିଲାଙ୍କୁ ଏକ ଗପଟିଏ କହିଲା ।

୩୦ ବର୍ଷ ତଳର କଥା । ମୁଁ ସେତେବେଳେ ସପ୍ତମ ଶ୍ରେଣୀରେ ପଢୁ ଥିଲି । ମୁଁ ପାଠପଢା ସହ ସହପାଠ୍ୟ କ୍ଷେତ୍ର ଯେପରି ଭାଷଣ ଓ ବିତର୍କ ପ୍ରତିଯୋଗିତାରେ ସ୍ବତନ୍ତ୍ର ପ୍ରତିଭାର ଅଧିକାରି ଥିଲି । କିନ୍ତୁ ଭାରି ଗର୍ବୀ ଓ ଅହଂକାରୀ ପ୍ରକୃତିର ପିଲା ଥିଲି। ସେଇ ବିଦ୍ୟାଳୟରେ ଜଣେ ଛାତ୍ର ବତ୍ସଳ ସାରଙ୍କ ଉଦ୍ୟମରେ ଆମେ କିଛି ପିଲା ତର୍କସଭାର ଅନେକ କଥା ଶିକ୍ଷା ହାସଲ କରିଥିଲୁ ।ସାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ମୋର ବଦଗୁଣ ଛାଡିଲା ନାହିଁ । ଓଲଟା ସାରଙ୍କୁ ବଦନାମ କରିବାକୁ ମୁଁ ବିଭିନ୍ନ ବାଟ ଖୋଜିବାକୁ ଲାଗିଲି । ପିଲେ ! ମୋ ଗର୍ବର କାରଣ ଥିଲା ମୋ ମାଆ, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଥିଲେ ଓ ବାପା ଏକ ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ଆମେ ବାପ ପୁଅ ଏକା ପ୍ରକୃତିର ଥିଲୁ । ମୋ ବାପା ଅନେକ ଥର ଆମ ବିଦ୍ୟାଳୟକୁ ବିଭିନ୍ନ କାର୍ଯ୍ୟକ୍ରମରେ ଆସୁଥିଲେ ।

ଦିନକର କଥା ମୁଁ ଆମର ସେଇ ସାରଙ୍କୁ ବଦନାମ କରିବା ପାଇଁ ମୋ ବାପାଙ୍କ ସାହାଯ୍ୟ ନେଲି । ବିଦ୍ୟାଳୟର ଏକ କାର୍ଯ୍ୟକ୍ରମ ସମୟରେ ମୋ ବାପା ଆମ ସାରଙ୍କ ଉଦ୍ଦେଶ୍ୟରେ କହିଲେ- 'ଏହି ବିଦ୍ୟାଳୟର ଅନେକ ପିଲା ବୃତ୍ତି ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ସୁନାମ ଅର୍ଜନ କରୁଛନ୍ତି '।ଯଦିଓ ସେମାନଙ୍କ ଏପରି କୃତିତ୍ବରେ ଆମର କିଛି ସାରଙ୍କ କୌଣସି ଯୋଗଦାନ ନାହିଁ,ତଥାପି ଏହି ବିଦ୍ୟାଳୟର ଶିକ୍ଷକ ହିସାବରେ ଏହା ତାଙ୍କ ପାଇଁ କମ୍ ଗର୍ବ ଓ ଗୌରବର କଥା ନୁହେଁ! '। ସେ ଦିନ ମୋ ବାପାଙ୍କ ଏପରି କଟୁ ବାକ୍ୟଟି ଆମର ସେଇ ସାରଙ୍କ ପାଇଁ ଉଦ୍ଧିଷ୍ଟ ଥିଲା ,ଏକଥା ଆମ ସାଙ୍ଗମାନେ ବୁଝି ଅଥୟ ହୋଇ ପଡିଲେ । ଆମର ସେଇ ସାରଙ୍କ ମୁଖମଣ୍ଡଳ ଲାଲ ପଡିଯାଇ ଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିଲେ ।ସେ କେବଳ ଉପରକୁ ଚାହିଁ ଚୁପ ରହିଥିଲେ । 

ଏମିତି କିଛି ବର୍ଷ ବିତିଗଲା ।ମୋ ବ୍ୟତିତ ମୋର ସାଙ୍ଗମାନେ ବେଳେ ବେଳେ ଗୁରୁ ଦିବସ ପରି ବିଶେଷ ଦିନ ଗୁଡିକରେ ସାରଙ୍କ ସହ ଫୋନରେ କଥାବାର୍ତ୍ତା କରନ୍ତି ।ସାର ସେମାନଙ୍କ ଉପରେ ଆଶୀର୍ବାଦର ବର୍ଷା ଅଜାଡି ଦିଅନ୍ତି ।ମୁଁ ସହରର ଏକ ନାମକରା କଲେଜରେ ନାମ ଲେଖାଇଲି ।ପାଠପଢା ପରେ ରୋଜଗାର ପାଇଁ ଅନେକ ପରୀକ୍ଷା ଦେଇ ଦେଇ ଅସଫଳ ହେଲି ।ଇତି ମଧ୍ୟରେ ମୋ ବାପା ଚାକିରିରୁ ଅବସର ନେଇ ସାରିବା ପରେ ବହୁ ରୋଗରେ ପିଡିତ ହେଲେ । ପେନସନ ଟଙ୍କାସବୁ ରୋଗ ବୈରାଗରେ ଖର୍ଚ ହୋଇ ଯାଉଥିଲା । ଶେଷରେ ସେ ପକ୍ଷଘାତରେ ପଡି ଘରେ ଶୋଇ ରହିଲେ ।ଦୁଇ ବର୍ଷ ପରେ ମୋ ମାଆ ମଧ୍ୟ ଅବସର ନେଇ ସାରିଥାନ୍ତି ।ସେ ଅଫିସକୁ ଦୌଡି ଦୌଡି ନୟାନ୍ତ ହୋଇଗଲେ ।ପେନସନ ଗଣ୍ଡେ ପାଇ ପାରିଲେନି । ମୁଁ ବେରୋଜଗାରିଆ ଥିଲି ।କୁସଙ୍ଗରେ ପଡି ବାପାଙ୍କୁ ନାଲି ଆଖି ଦେଖାଇ ତାଙ୍କ ଏଟିଏମ କାର୍ଡରୁ ପେନସନ ପଇସା କାଢି ନେଇ ନିଜ ସାଙ୍ଗମାନଙ୍କ ମେଳରେ ମଉଜ ମଜଲିସ କଲି ।ମୋର ଏପରି କାମରେ ବାପା ମାଆ ମର୍ମାହତ ହେବା ଛଡା ଆଉ କ'ଣ ବା କରିପାରି ଥାନ୍ତେ ? କେବଳ ଯାହା କପାଳକୁ ନିନ୍ଦୁଥିଲେ।ଶେଷରେ ମୋ ଜନ୍ମଦିନରେ ସାଙ୍ଗମାନଙ୍କ ସହ ମଉଜ କରୁଥିବା ବେଳେ ବାପା ମୋ ପରି କୁଳଙ୍ଗାର ପୁଅର ଅପ କର୍ମ କଥା ମାଆକୁ କହୁ କହୁ ସବୁଦିନ ପାଇଁ ଆଖି ବୁଜିଦେଲେ ।

ବାପାଙ୍କ ମୃତ୍ୟୁ ପରେ ମାଆ ପ୍ରତି ମୋର କୁ ବ୍ୟବହାର ଦିନକୁ ଦିନ ବଢିବାକୁ ଲାଗିଲା ।ଶେଷରେ ସେ ବାଧ୍ୟ ହୋଇ ତା ବାପା ଭାଈଙ୍କ ଘରକୁ ପଳେଇଲା। ମୁଁ ଖର୍ଚ୍ଚ ଅନ୍ୟ ବାଟ ନ ପାଇ ନିଶାଗ୍ରସ୍ତ ହୋଇ ଦୂର୍ଘଟଣାର ଶିକାର ହେଲି ।ଏବେ ପଙ୍ଗୁ ହୋଇ ଏଇ ବିଦ୍ୟାଳୟ ଫାଟକ ପାଖରେ ବସି ବେଆଇନ ଭିକ୍ଷାବୃତିକୁ ଆଦରି ନେଇଛି ।ଏତିକି କହି ଭିକାରୀଟି ଦୀର୍ଘଶ୍ବାସ ଛାଡିଲା ।ଆମେ ତା ଆତ୍ମକାହାଣୀ ଶୁଣି ହତବାକ ହୋଇ ଯାଇଥିଲୁ। କିନ୍ତୁ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା - ଏହା ଉପରକୁ ଚାହିଁଥିବା ଭିକାରୀଟିର ସେଇ ସାରଙ୍କ ଅଭିଶାପ ନଥିଲା ତ ! ! ! ଭିକାରୀଟି ଆମକଥା ଠଉରାଇ ନେଇଥିଲା । କହିଲା- ତୁମେ ଠିକ କଥା ଭାବୁଛ ପିଲେ । ଏପରି ଅଭିଶାପ ଆଉ କାହା ଉପରେ ନପଡୁ।


Rate this content
Log in