Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maitreyee Kamila

Others

3  

Maitreyee Kamila

Others

ଏଇଠୁ ଆରମ୍ଭ

ଏଇଠୁ ଆରମ୍ଭ

2 mins
545



କାଲି ଠୁ କିଛି ଖାଇନି ପୁରୁ।ଝଡି ବର୍ଷା ଲାଗି ରହିଛି ୨ଦି ନ ହେଲା କମିବାର ନା ଧରୁନି।ବା ଡ଼ିପଟେ କଇଁ ଆ ଗଛ କାଲି ସଂଜରେ ଗଡି ପଡିଲା। ମା ଗୋରୁକୁ ନଡ଼ା ଦେବା ବେଳେ କମର ଟା ଏମିତି ଧରିଛି ଯେ କଲି ଠୁ ହଲିପାରୁନାହାନ୍ତି ।ସକାଳୁ ଉଠିଲାବେଳକୁ ବା କଇଁଆ ଗଛଟିକୁ କାଟି size କରୁଛନ୍ତି। ଗାଁ ମୁଣ୍ଡ ସ୍କୁଲରେ କଣ ଗହଳି ଲାଗିଛି। ଘେରେ ବୁଲିସିବାକୁ ବାହାରିଲା ।ଓଃ ଭୋକ।ମୁଢି ଟିଣ ରେ ଖାଲି ସେନତେରା ମୁଢି ପଡିଛି। ତା ଆଖି ସାମ୍ନାରେ ଦୁଆର ବନ୍ଧ ଉପେରକୁ ମେଡେଲ ଟା ଝୁଲୁଛି ଟିକେ ହାତ ଲଗେଇ ଦେଇ ଭାବିଲା କୁଆ ଡେ ଗଲା ସେ ଦିନ ସବୁ। ଆଉ ଥରେ ଫେରିଆସିବ କି। ସାଙ୍ଗ ରୋହିତ ସାନ୍ତୁନୁ ଶ୍ୟାମା ଲଲିତ କୋଉଠି ଯାଇ ପହଂଚିଲେଣି। ମୁ ଭାଗ୍ୟକୁ ଆଦରି ପଡି ରହିଛି। ଦିନେ ନଖଟିଲେ ଖାଇବାକୁ ନାହିଁ। ସେଦିନ ର ଦୃଶ୍ୟ ଜଳ ଜଳ ହୋଇ ଆଖିରେ ନାଚୁଛି।

ଫୁଟବଲ ଖେଳ ରେ ହାରିବାଟା ନିଶ୍ଚିତ ଥିଲା। ରୋହିତ ଗୋଲ ନେଇ ଆମକୁ ଜିତେଇ ଦେଲା। ତା ଳି ଉପେରେ ତା ଳି।କାନକୁ ଶୁଭୁଥିଲା ଆଜି । ତୁମ ପାଖରେ ପରିବାର ର ବନ୍ଧନ କହିଲେ କିଛି ନଥିଲା। ମୋ ବାପା ମା ଏକୁଟିଆ ,ନାନୀ ଶାଶୂଘରେ ତା ସଂସାର କୁ ନେଇ। ଛି ୟାକୁ କୁହନ୍ତି ପୋଡା କପାଳ। ଗାମୁଛାଟା ଟାଣି ନେଇ ଟିକେ ସ୍କୁଲ ଘର ଆଡ଼େ ଚାଲିଲା ପୁରୁଆ ଓରଫ ପୁରୁଷୋତ୍ତମ। ଆ ରେ ଏ କଣ ରୋହିତ ଶାନ୍ତନୁ ଲଳିତ ଶ୍ୟାମା ସବୁ ଦିଶୁଛନ୍ତି। ନା ନା ମନର ଭ୍ରମ, କଣ ହେଲାଣି ଯେ କାଲିଠାରୁ ସେଇମାନଙ୍କ କଥା ଭାବି ଭାବି ସେମାନଙ୍କୁ ଦେଖିବା ଆରମ୍ଭ କରି ଦେଇଛି। ସତେତ ମୁଁ ସତରେ ସେମାନଙ୍କୁ ହି ଦେଖୁଛି।ଶ୍ୟାମା ର ଫୁରଫୁରିଆ ଚୁଳ ନାଲି shirt ରେ ରୋହିତ ।ସେଇ ଭଳି ହସ ହସ ମୁହଁ ଶାନ୍ତୁନୁ ର।ଆଉ ଲଳିତ ପୁରା ହିରୋ ମାର୍କରେ, ଆଉ ସମ୍ଭାଳି ପାରିଲାନି ନିଜକୁ।ବଡ଼ ବଡ଼ ପା ଦ ପକେଇ ଚାଲିଲା ଆଉ ପାଟି କରିବା ଆରମ୍ଭ କଲା ରୋହିତ ଶ୍ୟାମା ହସି ହସି ସ୍ୱାଗତ କଲେ ପୁରୁଆ କୁ ସମସ୍ତେ।କିଏ ଜାବୋଡି ପକେଇଲାଣି ତୋ କିଏ ପୁରୁଣା କଥା ସବୁ ଖୋଲି ଦେଲାଣି । ତୁମେ ସବୁ ଏକା ସହ ଏଠି କେମିତି। ଦୁଇଦିନ ଛୁଟି ଥିଲା ଭାବିଲୁ ଗାଁ କୁ ଗଲେ ଭଲ ହେବ।ପ୍ରୋଗ୍ରାମ ଠିକ ହେଲା ଆଜି ଦିପହରେ ଭାତ ଡାଲମା ରନ୍ଧା ହେବ ଆଉ ଗାଁ ସାରା ଲୋକ ଙ୍କୁ ଖାଇବାକୁ ଦିଆଯିବ। ପୁରୁ ସବୁ ବୁଝାବୁଝି କରି ବ।

       

     ଗାଁ ଲୋକଙ୍କୁ ଏକଜୁଟ କରାଗଲା । ଲୋକ ସବୁ ଛୁଆପିଲା ନେଇଆସିଲେ ଖାଇ ପିଇ ଖୁସିରେ ଗଲେ। ସମସ୍ତେ ଯିବା ପରେ ଚାରି ସାଙ୍ଗ ଏକାଠି ବସି କଥା ହେଲେ, ରୋହିତ କହିଲା ମୋ ଅଫିସରେ catering ଚାଲୁ ହେବ,ପୁରୁ କୁ ସାଙ୍ଗରେ ନେବି ବୋଲି ଭାବୁଛି। ପ୍ରଥମେ କିଛି ପଇସା ଲାଗିବ ବାପାଙ୍କୁ କହି ଜମି ଖଣ୍ଡେ ବିକିବ ବୋଲି କହିଲା ପୁରୁ। ସାଙ୍ଗରେ ବାପା ମା ମଧ୍ୟ ଯିବେ। ଘର ଖଣ୍ଡେ ବୁଝି ଖବର ଦେଲେ ପୁରୁ ଏଠୁ ଯିବ । ସଂଜ କୁ ଆକାଶ ଟିକେ ନିର୍ମଳ ଥିଲା ତାରା ଦୁଇ ଚାରିଟା ଦେଖାଯାଉଥିଲେ। ପୁରୁ କିନ୍ତୁ ଜହ୍ନ ଆଲୁଅକୁ ଘର ସାରା ବିଛାଡି ପଡିଥିବାର ଦେଖୁଥିଲା । ଝିଙ୍କରୀ ର ଝୀଂ ଝୀଂ ଶବ୍ଦ ଆଲୁଅ ପୋକ ଏମାନେ ସବୁ ତା ମଝିବାରଣ୍ଡା ରେ ଥିଲେ ହେଲେ ତାକୁ ଖାଲି ପୁନେଇ ଜହ୍ନଟା ଦିଶୁଥିଲା ଚାଳ ଉପେରେ ।




Rate this content
Log in