Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Others

3  

Aravinda Das

Others

ଗୋଟେ ଗଛର କାହାଣୀ

ଗୋଟେ ଗଛର କାହାଣୀ

3 mins
458




ଗୋଲକ ବାବୁ ପଡିଯାଇଥିଲେ ଗୋଲକ ଧନ୍ଦାରେ; ନିଜ ବଗିଚାରେ ଥିବା ଏକ ଶାଗୁଆନ ଗଛ କାଟି।

"ଶୁଣ,ମିଲି ବାହାଘର ପାଇଁ ବଜାର ରୁ ଫର୍ନିଚର ନକିଣି ଆମ ବଗିଚାରୁ ଶାଗୁଆନ ଗଛ କଟେଇ ,ବଢ଼େଇ ଦ୍ବାରା ପଲଙ୍କ,ସୋଫା,ଡାଇନିଂ ତିଆରି କରନ୍ତେ।"

 ତିତଲୀ ବାତ୍ୟାର ପୁରୁଣା ଶାଗୁଆନ ଗଛଟା ନଇଁ ଯାଇ ଘର ଛାତ ପ୍ରତି ବିପଦ ସୃଷ୍ଟି କରିଥିଲା। ସ୍ତ୍ରୀଙ୍କ କଥା ମନକୁ ପାଇଲା ଗୋଲକ ବାବୁଙ୍କର । ସୁର ମହାରଣାକୁ ଡକାଇ ସବୁ ହିସାବ କରିନେଲେ।

   "ବଢିଆ ମଞ୍ଜ କାଠ ବାହାରିବ।ପୁରା ପାକଳ ଗଛ । ବଜାରରେ କଣ ଏ କାଠ ମିଳିବ ?ତେବେ କଟାଇଲା ପରେ ଶୁଖିବା ପାଇଁ କିଛି ଦିନ ଛାଡିବାକୁ ପଡିବ।ତା ପରେ ଭଲ ପଟା ବାହାରିବ।"

 ମହାରଣାଙ୍କ କଥା ଶୁଣି ଗୋଲକ ବାବୁ କହିଲେ,"ବ୍ୟସ୍ତ ହଅନା । ହାତରେ ଆମର ବହୁତ ସମୟ ଅଛି।"


ଗୋଲକ ବାବୁଙ୍କ ବାପା,ତିରିଶ ବର୍ଷ ତଳେ ନିଜ ହାତରେ ପାଞ୍ଚଟା ଶାଗୁଆନ ଗଛ  ଲଗାଇଥିଲେ । ମହାବାତ୍ୟାରେ ଚାରିଟା ଗଛ ଭାଙ୍ଗିଯାଇଥିଲା । ଏଇ ଗୋଟାକ ସ୍ମୃତି ହିସାବରେ ଅଛି । ଆଜି ବାପା ସ୍ଵର୍ଗରେ । କେତେ କାଠ ବେପାରୀ,ସ-ମିଲ ବାଲା ଆସି ମୁଲଚାଲ କରିଛନ୍ତି । ହେଲେ ସମସ୍ତଙ୍କୁ ସିଧା ମନା କରିଛନ୍ତି ଗୋଲକ ବାବୁ।ଏକମାତ୍ର ଝିଅ ପାଇଁ ସେ ଗଛ ରିଜର୍ଭ।

   ଭଲ ଦିନ ଦେଖି ଗଛ ହଣାହେଲା । ଡାଳ ଛେଇ,ଗଣ୍ଡି କଟାହେଲା ।

ପରଦିନ ଦୁର୍ଯୋଗ ଆସି ପହଁଚିଲା ଦାଣ୍ଡ ଦୁଆରେ । ଗେଟ ସାମ୍ନାରେ ବନ ବିଭାଗର ଗାଡ଼ି।

"ବିନା ପରମିସନରେ ଗଛ କାଟିବା ଅପରାଧ । ଆଇନ ଅନୁସାରେ ଜେଲ ବି ହୋଇପାରେ । ଜୋରିମାନା ଅଲଗା । ଏବେ ଏ ଗଛ ସିଜ ହେବ।"

   ଚମକି ପଡିଲେ ଗୋଲକ ବାବୁ । ନିଜ ବଗିଚାରେ ଥିବା ଜିନିଷ ଉପରେ ତାଙ୍କର ଅଧିକାର ନାହିଁ ?

"ସାର୍,ବାତ୍ୟାର ଗଛ ନଇଁ ଯାଇଥିଲା । କେତେବେଳେ ଆମ ଉପରେ ପଡିଥାନ୍ତା ବୋଲି କଟାଇଲି । ଝିଅ ବାହାଘର ପାଇଁ କାମରେ ଆସିବ । ଆଇନ ଫାଇନ ଆମେ କେଉଁଠୁ ଜାଣିବୁ ? ନିଜ ଗଛ ବୋଲି କାଟିଲି । ବାପା ଲଗାଇଥିଲେ ।"

-ତମ ବାପା ସିନା ଲଗେଇଲେ ,ହେଲେ ଏ ଗଛର ମାଲିକ ସରକାର । ରାସ୍ତା ଘାଟ ମୂଲିଆ ମାନେ ତିଆରି କରନ୍ତି ବୋଲି ସେଇଟା ସେମାନଙ୍କର ହୋଇଯାଏ ? ଅନେକ ଜିନିଷ କେବଳ ସରକାରଙ୍କର।"


   କାନ୍ଦୁଣୁମାନ୍ଦୁଣୁ ହୋଇପଡିଲେ ଗୋଲକ ବାବୁ।କଟା ଗଛର ଫଟ ଉଠିଲା । କାଗଜରେ କଣ ସବୁ ଲେଖା ହୋଇ ଗୋଲକ ବାବୁଙ୍କ ଦସ୍ତଖତ ନେଲେ ବନ ବିଭାଗ ବାବୁ ।

 ଗଛ ଜବତ ହୋଇ ଗାଡ଼ିରେ ବୁହାହୋଇ ଗଲା ବନ ବିଭାଗ ଅଫିସକୁ।

 "ସାର୍,ମୋତେ କିଛି ସାହାଯ୍ୟ କରିପାରିବେନି ?"


 ଅଫିସ ଆସି କଥାବାର୍ତ୍ତା ହୁଅ ଦେଖିବା।ତେବେ ଗଛ ଫେରିପାଇବନି । ତୁମକୁ ଜେଲ ନ ପଠାଇବା ପାଇଁ ଚେଷ୍ଟା କରିବା ।"

   ତଳିଆ କର୍ମଚାରୀ ଜଣେ ଗୋଲକ ବାବୁଙ୍କ କାନରେ ଧୀର ସ୍ବରରେ କିଛି କହିଲେ । ତା ଶୁଣି ଛେପ ଢୋକିଲେ ଗୋଲକ ବାବୁ।


 ସ୍ତ୍ରୀ ଆସି ପଚାରିଲେ,"ଟଙ୍କା ଫଙ୍କା ଦେଇ କେସ ରଫାଦଫା କରିଦିଅ । ହାତୀ ଗଳି ଯାଉଛି,ପିମ୍ପୁଡିକୁ ଧରିବେ ଏମାନେ ।"

"ଟଙ୍କା ଯେତେ ଲାଞ୍ଚ ମାଗୁଛନ୍ତି, ସେଥିରେ ଝିଅ ବାହାଘର ହୋଇଯିବ।"


    ସନ୍ଧ୍ୟା ବେଳକୁ ଓକିଲ ବନ୍ଧୁ ପାଣ୍ଡବ ବାବୁ ଆସି ପହଞ୍ଚି ସବୁ ଶୁଣି କହିଲେ, "ବ୍ୟସ୍ତ ହଅନା । ଏବେ ମୋ ସାଙ୍ଗରେ ଚାଲ।"


    ବନ ଵିଭାଗ ଅଫିସରେ ପହଞ୍ଚି ପାଣ୍ଡବ ବାବୁ ଗୋଟାଏ କାଗଜ ବଢ଼ାଇଦେଲେ ସାରଙ୍କ ହାତକୁ । ତାକୁ ପଢି ବାବୁଙ୍କ ଅକଲ ଗୁଡୁମ । ସାଙ୍ଗେସାଙ୍ଗେ ଫୋନ୍ ଲଗାଇଲେ ଉପର ହାକିମଙ୍କୁ।

  ସବୁ ଶୁଣି ବଡ଼ ହାକିମ କହିଲେ, "ଅଯଥାରେ କଥା ବଢାନା । ସହଜରେ ସରକାର ଏବେ ହରଡ଼ଘଣାରେ । ତା ଉପରେ ପୁଣି ଏ ଓକିଲମାନେ ନାକରେ ଦମ୍ କରିରଖିଛନ୍ତି । ଶୀଘ୍ର ସେ ମାଲିକ ଘରେ ଗଛ ଫେରାଇ ଦେଇ କ୍ଷମା ମାଗ । ଯେଉଁଠି ଜଗିବା କଥା ତାକୁ ଛାଡି ଏଇ କାମରେ ମାତିଛ ? ସସ୍ପେଣ୍ଡ କରିବି ସମସ୍ତଙ୍କୁ।"


  ବନ ବିଭାଗ ବାଲା ଚୁପଚାପ ଗଛ ଗଣ୍ଡିଟା ଗାଡ଼ିରେ ନେଇ ଥୋଇଦେଇ ଆସିଲେ ଗୋଲକ ବାବୁଙ୍କ ଘରେ।


  ରାତିରେ ଗୋଲକ ବାବୁଙ୍କ ସ୍ତ୍ରୀ ପଚାରିଲେ,"ପାଣ୍ଡବ ବାବୁ ସେ କାଗଜରେ କଣ ଲେଖିଥିଲେ କି ବନ ବିଭାଗ ଡ଼ରିଗଲା ?


- କେଜାଣି ମୁଁ ବି ବୁଝି ପାରିଲିନି । ପାଣ୍ଡବ ବାବୁ ଲେଖିଥିଲେ ଆମ ବଗିଚାରେ ବିଅର ଫ୍ୟାକ୍ଟ୍ରି ଖୋଲିବ ବୋଲି କାଳେ ଗଛ କଟା ହୋଇଛି।"



Rate this content
Log in