Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puja Pradhan

Children Stories Inspirational

3  

Puja Pradhan

Children Stories Inspirational

ଭାଗବତମହିମା

ଭାଗବତମହିମା

11 mins
178


ଆମ ସଂସ୍କୃତି ଆମ ପୁରାଣ ପୋଥି ସବୁଠାରୁ ଶ୍ରେଷ୍ଠ ଆମ ଗୀତା, ଭାଗବତ ହେଲେ କାହିଁକି କେଜାଣି ସେସବୁ ଆମ ପିଲାମାନଙ୍କୁ

ଭଲ ଲାଗୁନାହିଁ । ଭାଗବତ ଜନ୍ମ କହିଲେ ପିଲାଏ ହସୁଛନ୍ତି କହୁଛନ୍ତି କଣ ଭଗବାନ ସତରେ ଅଛନ୍ତି ଭାଗବତ ରେ ଯାହା ସବୁ ଲେଖା ହୋଇଛି ସତରେ କଣ ସେସବୁ ସତ । ସେମାନଙ୍କ ପାଟିରୁ ଏସବୁ ଶୁଣିଲେ ବୋହୁତ ଖରାପ ଲାଗେ ମନକୁ କେବଳ ଗୋଟାଏ ପ୍ରଶ୍ନ ଆସେ କାହିଁକି ଏପରି ହେଲା ଆମେ ଆଗକୁ ଆଗକୁ ଯିବା ନିଶାରେ ଯେମିତି ବୋହୁତ ପଛରେ ରହିଯାଇଛୁ

ବାହାର ଦୁନିଆରେ ଆମେ ସମସ୍ତେ ଏମିତି ମାତିଗଲେ ଯେ କେତେବେଳେ ଆମ ସଂସ୍କୃତି ଓ ଆମ ଗୀତା, ଭାଗବତ ଯେଉଁଠି ପୂଜା ଘରେ ଶୋଭା ପାଉଥିଲା ସେଠି କ୍ୟାସେଟ ଗୀତ କୁ ଲୋକେ ଆପଣେଇ ନେଲେ ମାର୍ଗଶିର ମାସରେ ଘରର ବୋହୂ ମାନେ ଲକ୍ଷ୍ମୀ ପୁରାଣ ପଢୁଥିଲେ ହେଲେ ଏବେ ଆଉ କେହି ଲକ୍ଷ୍ମୀଠାକୁରାଣୀ ଙ୍କ ପାଖରେ ବହି ପଢୁନାହାଁନ୍ତି । ସକାଳ ହେଲା ମାତ୍ରକେ ସଭିଙ୍କ ଘରେ ଲକ୍ଷ୍ମୀ ପୁରାଣର କ୍ୟାସେଟ, ବାଜିବାକୁ ଆରମ୍ବ ହୋଇଯାଏ । ଦେଖନ୍ତୁ ଦୁନିଆ କେତେ ଅଳସୁଆ ହୋଇଗଲାଣୀ ପୂର୍ବରୁ ଶାଶୁ ଘରକୁ ଝିଅ ଯିବ ବୋଲି ଘରର ସ୍ତ୍ରୀ ଲୋକେ କେତେ ଘର କରଣା ବିଷୟରେ ବୁଝାଇ କୁହନ୍ତି । ବଡ଼ ମାନଙ୍କ ସାଙ୍ଗରେ କେମିତି ବ୍ୟବହାର ଛୋଟ ମାନଙ୍କ ସହିତ ସ୍ନେହଶ୍ରଦ୍ଧା ରେ କଥା ହେବା ବିଷୟରେ ବୁଝାଇ କହୁଥିଲେ ।

ରୋଷେଇ, ପିଠା ପଣା, ଝୋଟି ଚିତା, ସବୁକିଛି ଶିଖାଉଥିଲେ ହେଲେ ଏବେ ସେସବୁ କରିବାକୁ ପଡୁନାହିଁ ଆଜି କାଲିକା ଦୁନିଆରେ ଏତେ କାମ କିଏ କରୁଛି । କାହା ପାଖରେ ବେଳ ନାହିଁ ସଭିଏଁ ଗୋଟାଏ ଜିନିଷ ପାଇଁ ପାଗଳ ହୋଇ ବୁଲୁଛନ୍ତି । 

ସଭିଙ୍କ ଦରକାରୀ ଜିନିଷ ନିଜନିଜ ଫୋନ । ଯଦି ହାତରେ ଫୋନ ଅଛି ତେବେ ସବୁକିଛି ହୋଇଯିବ । ଲକ୍ଷ୍ମୀପୂଜା ଆସିଲେ ଦାଣ୍ଡ ଦୂଆରେ ଗୋବର ଲିପା ହେଉଥିଲା ଝିଅ, ବୋହୂ ଘର କାମ ଶୀଘ୍ର ସରେଇ ନିଜନିଜ ଘରକୁ ବିଭିନ୍ନ ଝୋଟି ରେ ସଜେଇ ଦେଉଥିଲେ ଖୁବ ସୁନ୍ଦର ଲାଗୁଥିଲା ହେଲେ ଏବେ ବଜାରରେ ଝୋଟି ର ଅନେକ ପ୍ରକାରର ଛାଞ୍ଚ ମିଳିଯାଉଛି । ସହଜରେ କେତେ ପ୍ରକାର ଝୋଟି ସମସ୍ତେ ପକାଉଥାନ୍ତି । କାହିଁକି ଏତେ ଗୁଡ଼ାଏ ସମୟ ନଷ୍ଟ କରିବେ କଦଳୀ ପାତ୍ରରେ ଖାଇବା କାହାକୁ ଭଲଲାଗେନି

କିନ୍ତୁ ଏବେ ବଜାରରେ କଦଳୀ ପତ୍ର ଭଳି ଗୋଲଗୋଲ ଫ୍ଲାଇଭର ଥାଳି ବିକ୍ରିହେଉଛି ଯେତେ ଖାଇଲେବି ଚିରିବନି ମାଜିଦେଲେ ଚିକଚିକ ହୋଇଯିବ । ଏସବୁ ଦେଖିଲେ ଲାଗେ ନା ପୂର୍ବରୁ ଯାହାସବୁ ଥିଲା ଠିକ ଥିଲା । ମନେପଡ଼ିଯାଏ ନିଦ ନଆସିଲେ ଜେଜେମାର ଗପମୁଣିରୁ କେତେ ସୁନ୍ଦରସୁନ୍ଦର ମଜାଳିଆ ଗପ କେବେ କେମିତି ଭୟରେ ଦେହ ଥରି ଉଠୁଥିବ । ଥରେଥରେ ହସରେ ଯେମିତି ଘର କମ୍ପି ଉଠୁଥିବ । ସନ୍ଧ୍ୟା ହେଲେ ଗାଁ ଭାଗବତ ଘରୁ ଶୁଭୁଥିବ କେତେ ମହାନ ପବିତ୍ର ବାଣୀ ଯାହା ସବୁ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନ ଙ୍କୁ ଶୁଣାଇଥିଲେ ଗାଁ ର ଗୁରୁଜନ ମାନେ ଦିନସାରା ପରିଶ୍ରମ ହୋଇ ବିଲ ରେ ଯେଉଁ ହାଡ଼ ଭଙ୍ଗା ଖଟଣୀ ଖଟିଥିଲେ ତାକୁ ଭୁଲିଯାଇ ପ୍ରଭୁଙ୍କ ପବିତ୍ର କଥା ଶୁଣି ନିଜ ଦୁଃଖକୁ ଭୁଲି ଯାଆନ୍ତି । ସେହିଦିନ ଗୁଡିକ ବୋହୁତ ପଛରେ ରହିଯାଇଛି । କିନ୍ତୁ ଆଜିବି ଅନେକ ଲୋକ ସେହି ପୁରୁଣା ଦିନର ସ୍ମୃତି କୁ ଆଜିବି ନିଜ ଜୀବନରେ ସାଇତି ରଖିଛନ୍ତି । କିଏ ମାନୁ କିମ୍ବା ନ ମାନୁ କାହାରିକୁ ବୁଝାଇବା ଅପେକ୍ଷା ନିଜେ ଚୁପ ରହିବାକୁ ପସନ୍ଦ କରନ୍ତି । କାହିଁକିନା ସେମାନେ ଜାଣିଛନ୍ତି କେତେ ମହାନ ଆମ ସଂସ୍କୃତି ଓ ତାର ମହିମା । ପ୍ରତାପପୁର ଗାଁ ର ଲୋକେ ଆଜିବି ଭାଗବତ ଘରେ ସନ୍ଧ୍ୟା ହୋଇଗଲେ ଏକାଠି ହୋଇ ଗୀତା, ଭାଗବତ, ଶୁଣିବାକୁ ଭଲପାଆନ୍ତି । ହେଲେ ସେହି ଗାଁ ର କିଛି ଯୁବକ କହିଲେ ଏହି ଭାଗବତ ଘରେ ଆଉ କଣ ଅଛି ତାକୁ ଭାଙ୍ଗି ଦିଆଯାଉ । ଏହିକଥାକୁ କିଛି ବୃଦ୍ଧ ବ୍ୟକ୍ତି ବାରଣ କରିଥିଲେ । କହିଲେ ଆରେ ଯୁଗ ଯେତେ ଆଗକୁ ଗଲେବି ଏହିସବୁ ଜିନିଷର ଅନେକ ମାହାତ୍ମ୍ୟ ଅଛି ତୁମେ ମାନେ ବୁଝିବନାହିଁ । ହେଲେ ଦିନ ଆସିବ ନିଜେ ଜାଣିବ ସେହିଦିନ କହିବ ଆମେ କାହିଁକି ଏଠି ଏକାଠି ହୋଉ ବସିବାକୁ ଭଲପାଉ । ଭାଗବତ ହେଉଛି ଶ୍ରୀକୃଷ୍ଣ ଙ୍କ ମହାନଗାଥା । ସବୁକିଛି ବଦଳାଇ ଦେଲ ବୋଲି କଣ ଆମ ଗାଁ ରେ ଥିବା ଭାଗବତ ଘରକୁ ଭାଙ୍ଗିବା ବିଚାର ମନରୁ ବାହାରକରିଦିଅ । ନଚେତ ଆମ ଗାଁ କୁ ଅନେକ ବିପତି ଆସିବ

ସବୁ ଲୋକଙ୍କ ଏହି କଥା ଶୁଣି ସେହି ଯୁବକ ମାନେ କିଛିବି ନ କହି ଚୁପ ରହିଲେ ଏହିପରି କିଛିଦିନ ଚାଲିଗଲା । କିଛି ଯୁବକ ମାନେ ପଢୁଥିଲେ ଆଉକିଛି କୌଣସି ଦୋକାନ କରି ଗାଁ ମୁଣ୍ଡରେ ବେପାର ଆରମ୍ବ କରିଦେଇଥିଲେ । ବାକି ସାତ ଜଣ ଚାକିରୀ ପାଇଁ ଚେଷ୍ଟା କରୁଥିଲେ । ପୂଜା ଵିଧି ହେଲେ ଏମାନେ ସବୁ ଏକାଠି ହେଉଥିଲେ ଗାଁ କୁ ଯିବା ବାଟରେ ଗୋଟିଏ କ୍ଲବ ଘରଟିଏ ତୋଳି ଥିଲେ । ହେଲେ ଗାଁ ମଝିରେ ଥିବା ଭାଗବତ ଘରକୁ ଭାଙ୍ଗିବା ପାଇଁ ସବୁଦିନ ଚେଷ୍ଟା କରୁଥିଲେ କାହିଁ କେତେ ବର୍ଷ ହେବ ସେହି ଗାଁ ରେ ଭାଗବତ ଘରଟି ଅଛି ତାରି ପାଖରେ ବିରାଟ ବଡ଼ ଝଙ୍କାଳିଆ ବରଗଛ ଟି ଯେମିତି ଘରଟିକୁ ଜଗିରହିଛି । ଗାଁ ର ଅନେକ ଲୋକ ନିଜନିଜ କାମପାଇଁ କେତେ ସାଲୁକନା, ଚୁଡ଼ି ବାନ୍ଧି ଥାଆନ୍ତି । ସେଥିଲାଗି କୁହନ୍ତି ଭକ୍ତର ଭଗବାନ ବୋଲି କାହାର ଶ୍ରଦ୍ଧା, ଭକ୍ତିକୁ ଉପହାସ କରିବା ଠିକ ନୁହେଁ । ଲୋକେ କୁହନ୍ତି ଥରେଥରେ ରାତିରେ ସେହି ଘରୁ ହରିବୋଲ, ହୁଳହୁଳି, ଘଣ୍ଟି, ମୃଦଙ୍ଗ, ଶଙ୍ଖ, ବାଜୁଥିବାର ଲୋକେ ଶୁଣିଛନ୍ତି । ଯେମିତି ଲାଗେ ସାକ୍ଷାତ ଭଗବାନ ସେହି ଘରେ ଅଛନ୍ତି । ଦିନେ ସେହି ଗାଁରେ ରହୁଥିବା ସୋମନାଥ ବାବୁଙ୍କ ପୁଅ ସୂର୍ଯ୍ୟର ଚାକିରୀ ହୋଇଯାଇଛି ବୋଲି ଖବର ଆସିଲା ପୁଅର ଚାକିରୀ ହୋଇଯିବା ଖବର ଯେମିତି ସୋମନାଥ ବାବୁ ଜାଣିଛନ୍ତି । ଗାଁରେ ବୁଲିବୁଲି ମିଠା ବାଣ୍ଟି ବାକୁ ଲାଗିଲେ ସୂର୍ଯ୍ୟ ର ସାଙ୍ଗମାନେ ସମସ୍ତେ କହିଲେ ତୁ ବୋହୁତ ଭାଗ୍ୟବାନରେ ଭୁବନେଶ୍ୱର ଭଳି ସହରରେ ଚାକିରୀ ପାଇଛୁ । ଆମେ କିନ୍ତୁ ମିଠା ଖାଇବୁନି ତୁ ତୋ ପ୍ରଥମ ଦରମାରେ ଆମକୁ ଗୋଟାଏ ଭୋଜି ଦେବୁ । ସୂର୍ଯ୍ୟ କହିଲା ହଁ ନିଶ୍ଚୟ ଦେବି ଯେତେ ହେଲେବି ତମେ ସମସ୍ତେ ମୋର ପିଲା ଦିନର ସାଙ୍ଗ ଆମେ ଏକାଠି ହୋଇ ନିଜନିଜର ସୁଖ ଦୁଃଖ ବାଣ୍ଟିଛେ କେମିତି ତୁମକୁ ଭୁଲି ଯିବି । ପ୍ରଥମ ଦରମାରେ ନିଶ୍ଚୟ ଭୋଜି ହେବ । 

ସାଙ୍ଗ ମାନଙ୍କ ସହିତ ଦେଖାକରି ସୂର୍ଯ୍ୟ ଘରକୁ ଫେରିଲା ଭୁବନେଶ୍ୱର ଯିବାପାଇଁ ନିଜ ଜିନିଷ ସବୁ ସଜାଡ଼ିବାକୁ ଲାଗିଲା ।


ସୋମନାଥ ବାବୁ ପୁଅ କୁ କହିଲେ ବାବୁରେ ନିଜ କାମ ସାରି ଶୀଘ୍ର ଶୋଇପଡ ସକାଳୁ ଉଠି ଗାଁ ଠାକୁରାଣୀ, ଓ ଭାଗବତ ଘରକୁ ଯାଇ ମୁଣ୍ଡିଆ ମାରି ଆସିବୁ । ସୂର୍ଯ୍ୟ କହିଲା ବାପା ତମେ ଆଜିବି ଏହି ସବୁ କଥାକୁ ବିଶ୍ୱାସ କରୁଛ ସତରେ କଣ ଭଗବାନ ଅଛନ୍ତି

ସୋମନାଥ କହିଲେ ବୁଝିଲୁ ପୁଅ ତୋର ସିନା ଚାକିରୀ ହୋଇଗଲା । ତୁ ସହରକୁ ଚାଲିଯିବୁ ହେଲେ ଆମେ ଏହି ଗାଁରେ ରହିବୁ ଏହି ପାଣି, ପଵନ, ଧୂଳି, ମାଟିରେ ମଣିଷ ହୋଇଛୁ । ତମେ ପାଠପଢ଼ା ପିଲାମାନେ ସେସବୁକୁ ମାନିବିନି ଯଦି ନମାନ

ହେଲେ ଆମ ଭକ୍ତି, ଓ ଶ୍ରଦ୍ଧା କୁ ହସରେ ଉଡେଇଦିଅନି । ସୂର୍ଯ୍ୟ କହିଲା ନା ବାପା ତମେ ମନ ଦୁଃଖ କରନି ମୁଁ ନିଜେ କାଲି ଯିବି ସକାଳୁସକାଳୁ, ସୂର୍ଯ୍ୟ ନିଜର ସବୁକାମକୁ ଶେଷକରି ମନ୍ଦିର, ଭାଗବତ ଘରେ ମୁଣ୍ଡିଆମାରି ଭୁବନେଶ୍ୱର ଜୀବାକୁ ବାପା ଙ୍କ ସହିତ ବସ ଷ୍ଟାଣ୍ଡରେ ପହଁଚିଲା । ଠିକ ସମୟରେ ଗାଡି ଆସିଗଲା ବାପାଙ୍କୁ ପ୍ରଣାମ ଜଣାଇ ସୂର୍ଯ୍ୟ ନିଜ କର୍ମ କ୍ଷେତ୍ର କୁ ଚାଲି ଗଲା । ଦେଖୁଦେଖୁ ଗୋଟିଏ ମାସ ହୋଇଯାଇଥିଲା ସାଙ୍ଗ ମାନଙ୍କୁ କହିଥିବା କଥା ଅନୁଯାଇ ସୂର୍ଯ୍ୟ ପ୍ରଥମ ଦରମା ପାଇବା ପରେ ଘରକୁ ଆସିଲା ବାପା ଙ୍କ ହାତରେ ଦରମା ଦେଇକହିଲା ।


ବାପା ଏହେଉଛି ମୋ ପ୍ରଥମ ଦରମା ପୁଅ ପାଖରୁ ଏହି କଥା ପଦକ ଶୁଣି ସୋମନାଥ ବୋହୁତ ଖୁସି । ସୂର୍ଯ୍ୟ କହିଲା ବାପା ମୋ ସାଙ୍ଗ ମାନେ କହିଥିଲେ ପ୍ରଥମ ଦରମା ରେ । ମୁଁ ସେମାନଙ୍କୁ ଛୋଟ ଭୋଜି ଟେ ଦେବି ବୋଲି କହିଥିଲି । ସୋମନାଥ କହିଲେ ମୁଁ ଜାଣିଛିରେ ଏହି ଗାଁ ର ପାଣି ପଵନରେ ନାଚି ଖେଳି ତୁ ବଡ଼ ହୋଇଛୁ ଏହି ପିଲାମାନଙ୍କ ସହିତ ତୋର ସମୟ କାଟିଛି ତମେ ସମସ୍ତେ ପରସ୍ପର ଙ୍କ ସୁଖ ଦୁଃଖ ରେ ସାମିଲ ହୋଇଥାଅ । ସେମାନେ ତୁ ଚାକିରୀ ପାଇବା ଖୁସିରେ ଯଦି ଭୋଜି କରିବାପାଇଁ କହିଛନ୍ତି । ତେବେ ଭଲରେ କରିବୁ ଶୁଣ ସନ୍ଧ୍ୟା ହୋଇଗଲାଣି ମୁଁ ଟିକେ ଭାଗବତ ଘର ଆଡ଼କୁ ଯାଉଛି । ସୂର୍ଯ୍ୟ ସାଙ୍ଗ ମାନଙ୍କ ସହିତ ଏକାଠି ହୋଇ କାଲି ପାଇଁ ଭୋଜିର ପ୍ରସ୍ତୁତି ଆରମ୍ବ କରିଲା

ତା ପରଦିନ ରବିବାର ହୋଇଥାଏ ଗାଁର ଶେଷ ମୁଣ୍ଡରେ ଥିବା ଆମ୍ବତୋଟାରେ ଭୋଜି ହେଲା ସବୁ ସାଙ୍ଗମାନ ଙ୍କର ଖାଇବା ସରିଲା ସୂର୍ଯ୍ୟ କହିଲା କଣ ଏବେ ସମସ୍ତେ ଖୁସିତ । ସମସ୍ତେ କହିଲେ ବୋହୁତ ଖୁସିରେ ତୁ ଚାକିରୀ ପାଇଲୁ ଆମକୁ ବଢିଆ ଭୋଜି ଦେଲୁ ଖୁସି ହେବୁନି କେତେ ଦିନ ଛୁଟି ମିଳିଛିକି । ସୂର୍ଯ୍ୟ କହିଲା ଆରେ ନା ଶନିବାର ଦିନ ସନ୍ଧ୍ୟା ରେ ଆସିଲି ରବିବାର ଦିନ ରହିଲି କାଲି ସକାଳୁ ଚାଲିଯିବି ନୂଆଁ ଚାକିରୀ ଛୁଟି କାହିଁକି ନେବି ସମସ୍ତେ କହିଲେ ହଁ ଠିକ କହିଲୁ ହେଲେ ସହରରେ ଚାକିରୀ କରିଲୁ ବୋଲି ଆମକୁ ଭୁଲିବୁନି ରେ । ସୂର୍ଯ୍ୟ କହିଲା ଆରେ ବାହାରକୁ ଯାଇ ରହିଲି ବୋଲି କଣ ଏମିତି ବଦଳିଯିବି ତମେ ସବୁ କଣ ପାଗଳ ହୋଇଗଲଣିକି । ଘରକୁ ଫେରି ସୂର୍ଯ୍ୟ ବିଶ୍ରାମ ନେଲା ବଢ଼ି ସକାଳୁ ବାପା ଙ୍କୁ ଉଠାଇ କହିଲା ବାପା ମୁଁ ବାହାରୁଛି ବସ ଆସିଯିବ । ସୋମନାଥ ପୁଅ କୁ କହିଲେ ବୁଝିଲୁ ତୁ ନିଜର କର୍ତ୍ତବ୍ୟ ବୁଝିଛୁ ତୋତେ ଦେଖିଲେ ଛାତି କୁଣ୍ଢେ ମୋଟ ହୋଇଯାଉଛି ପ୍ରଭୁ ତୋତେ ପରମାୟୁ ଦିଅନ୍ତୁ । ଭଲରେ ଯିବୁ ପହଞ୍ଚିବା ପରେ ଫୋନ କରିବୁ । ସୂର୍ଯ୍ୟ ବାହାରକୁ ବାହାରୁଥାଏ

ବାପା ସାଇକେଲ ଧରି କହିଲେ ରହିଥା । ମୁଁ ତୋତେ ବସ ଷ୍ଟାଣ୍ଡକୁ ନେଇଯିବି ବାପା ପୁଅ ଦୁହେଁ ବାହାରିଗଲେ । ଏହିପରି କେତେ ମାସ ବିତି ବାକୁ ଲାଗିଲା ସୂର୍ଯ୍ୟ କେବେକେବେ ଘରକୁ ଆସେ

ବାପା ଙ୍କ ପାଖକୁ ପ୍ରତି ମାସରେ ଦରମା ଟଙ୍କା ପଠାଇ ଦିଏ ସୋମନାଥ ବାବୁ ବୋହୁତ ଖୁସିରେ ଥିଲେ ଦେଖୁଦେଖୁ ପ୍ରାଏ କେତେମାସ ବିତିଯାଇଛି । ଫୋନରେ ସୋମନାଥ କହିଲେ ବୁଝିଲୁ ଏଥର ଟିକେ ଗାଁକୁ ଆସିବୁ ବାପା ଙ୍କ କଥା ଶୁଣି ସୂର୍ଯ୍ୟ କହିଲା ଠିକ ଅଛି ବାପା ମୁଁ ଶନିବାର ଦିନ ସନ୍ଧ୍ୟାରେ ଗାଁ ରେ ପହଁଚିବି ତମେ ମୋତେ ନେବାପାଇଁ ଆସିବନି ମୁଁ ଚାଲିଯିବ । 

ସୂର୍ଯ୍ୟ ବାପା କହିଲେ ମୋ ଦେହ ଟିକେ ଭଲନାହିଁ କାହାକୁ ବସ ଷ୍ଟାଣ୍ଡ କୁ ପଠାଇବି ତୋତେ ଆଣିବାକୁ । କିଛି ଦରକାରନାହିଁ ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ଏକା ଘରକୁ ଚାଲିଯିବି । ସୂର୍ଯ୍ୟର କଥା ଶୁଣି ସୋମନାଥ କହିଲେ ଠିକ ଅଛି । ଶନିବାରଦିନ ଅଫିସ କାମ ଶେଷକରି ସୂର୍ଯ୍ୟ ଗାଁକୁ ବାହାରିଲା ବାପା ଙ୍କ ପାଇଁ କିଛି ଫଳ, ମିଠା, ଗାଁରେ କିଛି ଗୋଟାଏ ପୂଜା ହେବା କଥା ବାପା କହିଥିଲେ । ସେଥିପାଇଁ ଭୋଗ ସାମଗ୍ରୀ ସୂର୍ଯ୍ୟ କିଛିକିଛି କିଣିଲା ଆଉକଣ ଦରକାର ବୋଲି ବାପା ଙ୍କୁ ଫୋନ ଲଗାଇଲା ହେଲେ ଫୋନ ଟି ଅନେକ ଥର ରିଙ୍ଗ ହେଉଥାଏ । ହେଲେ ସୋମନାଥ କିଛି କାମରେ ହୁଏତ ବ୍ୟସ୍ତ ଥିବାରୁ ଫୋନର ଉତ୍ତର ଦେଇପାରିନଥିଲେ । ସୂର୍ଯ୍ୟ ଭାବିଲା ଠିକଅଛି ଯଦିକିଛି ବାକିରହିଥିବ ତେବେ ଗାଁ ହାଟରୁ କିଣି ଆଣିବ । ଟିକେ ଡେରି ହୋଇଯିବାରୁ ଗାଁକୁ ଯାଉଥିବା ବସ ଟି ଚାଲିଗଲା । ସୂର୍ଯ୍ୟ ମନ ଖରାପ କରିବସିଛି କିଛି ସମୟ ପରେ ରତନପୁର ଯାଉଥିବା ଗାଡିଟି ଆସିଲା । ବସ ଦେଖି ସୂର୍ଯ୍ୟ ଖୁସି ହୋଇଗଲା କିନ୍ତୁ ବସ

ଟିକେ ଖରାପ ଥିବାରୁ ଅଳ୍ପ ବିଳମ୍ବରେ ଗାଡି ଛାଡିବ ବୋଲି ଗାଡିର ଡ୍ରାଇଭର କହିଲେ । ସୂର୍ଯ୍ୟ କହିଲା ଠିକ ଅଛି ସେତିକି ସମୟରେ ମୁଁ କିଛି ଖାଇନେଉଛି । ରାତି ପ୍ରାୟ ୮ ଟା ବେଳକୁ ବସ ଛାଡିଲା ସୂର୍ଯ୍ୟ ଭାବିଲା ଯଦି ମୁଁ ସେହି ଗାଡ଼ିରେ ଯାଇଥାନ୍ତି ହୁଏତ ଘରେ ପହଞ୍ଚିଯାଇଥାନ୍ତି । ହୁଏତ ଏବେ ରାତି ପ୍ରାଏ ୧୧ ଟା ହୋଇଯିବ ଠିକ ଅଛି ଘରକୁ ଯାଉଛି ବ୍ୟସ୍ତ ହେବାର କିଛିନାହିଁ କାଲି ସକାଳୁ ଟିକେ ଡେରିରେ ନିଦ ଭାଙ୍ଗିଲେ କିଛି ଅସୁବିଧା ନାହିଁ

ସୂର୍ଯ୍ୟ ଗାଡ଼ିରେ ବସିବା ପରେ ତାକୁ ନିଦ ହୋଇଯାଇଛି । କେତେ ସମୟପରେ ଲୋକଙ୍କ ପାଟି ଶୁଣି ସୂର୍ଯ୍ୟ ଉଠିଲା ଭାବିଲା ହୁଏତ ଗାଁ ମୁଣ୍ଡରେ ଗାଡି ଲାଗିଗଲାକି ପାଖରେ ବସିଥିବା ଜଣେ ଲୋକଙ୍କୁ ପଚାରିଲା ସେ କହିଲା ତମେ କୋଉଠି କୁ ଯିବକି ସୂର୍ଯ୍ୟ କହିଲା ପ୍ରତାପପୁର ଲୋକ ଜଣକ କହିଲା ଭାଇ ପ୍ରାଏ ତିନି କିଲୋମିଟର ପଛରେ ପ୍ରତାପପୁର ରହିଲାଣୀ । ସୂର୍ଯ୍ୟ କହିଲା ଗାଡିରଖ ମୋ ଗାଁ ପ୍ରାଏ ତିନି କିଲୋମିଟର ପଛରେ ରହିଲାଣି ଗାଡି କାହିଁକି ସେଠି ରଖିଲନାହିଁ । ମୁଁ କେମିତି ଯିବି ଗାଡିର ହେଲ୍ପର କହିଲା ମୁଁ ପ୍ରତାପପୁର ଗାଁ ମୁଣ୍ଡରେ କହୁଥାଏ ଭାଇ କିଏ ଓହ୍ଲେଇବ ହେଲେ କେହିବିକିଛି କହିଲେନି ସେଥିପାଇଁ ଗାଡି ଆଗକୁ ଚାଲିଲା । ଆମର କଣ ଦୋଷ କୁହ ଦେଖ କୌଣସି ଗାଡ଼ିରେ ଗାଁକୁ ଚାଲିଯାଅ । ସୂର୍ଯ୍ୟ ନିଜକୁ ଦୋଷ ଦେଉଥାଏ କାହିଁକି ଶୋଇଲା ବୋଲି ଭାବୁଥାଏ କାହାକୁ କିଛି ପାଟିନକରି ସେ ଗାଡ଼ିରୁ ବାହାରିବାପାଇଁ ଲାଗିଲା । ଡ୍ରାଇଭର ଗାଡି ରଖିଲା ସୂର୍ଯ୍ୟ ନିଜ ଜିନିଷ ଧରି ନିଛାଟିଆ ରାସ୍ତାରେ ଛିଡା ହୋଇଥାଏ କାହାକୁ ଫୋନ କରିଦେଲେ ତାକୁ ସେଠାରୁ କେହିବି ଘରକୁ ନେଇଯିବେ ଫୋନକରିବାପାଇଁ ପକେଟରୁ ଫୋନ କାଢିଲା ହେଲେ ରାତି ସେତେବେଳ କୁ ୧୧ ଟା ହୋଇଛି । କାହିଁକି କାହାକୁ ଡାକିବି ସମସ୍ତେ ପ୍ରାଏ ଶୋଇଯିବେଣି ଭାବି ନିଜେ ଜିନିଷ ଧରି ନିଜ ଗାଁ ଆଡ଼କୁ ଚାଲିଲା । କେହି କୁଆଡେ ନଥାନ୍ତି । ସୂର୍ଯ୍ୟ ପ୍ରାଏ କିଛିବାଟ ଯାଇଛି ତାକୁ ଲାଗିଲା କେହି ଜଣେ ତା ପଛରେ ଆସୁଥାଏ ହେଲେ ଯେବେ ସେ ପଛକୁ ଚାହୁଁଛି କେହିବି ନଥାଏ । ସୂର୍ଯ୍ୟ ଭାବିଲା ଶୂନଶାନ ରାତିରେ ନିଜ ଛାଇବି ନିଜକୁ ଡରାଇଦିଏ ଭାବି ଆଗକୁ ଚାଲିଥାଏ । ହେଲେ କାହିଁକି କେଜାଣି ଯେମିତି ସୂର୍ଯ୍ୟ ପଛରେ ଧୀରେଧୀରେ କେହି ଧାଉଁ ଥାଏ । ଏବେ ସୂର୍ଯ୍ୟ ବି ନିଜ ଚାଲିବା ଗତିକୁ ବଢ଼ାଇଦେଇ ଥାଏ । କଣ କିଏ ମୋ ପଛରେ ଆସିଛି ମନକୁମନ ଭାବୁଥାଏ ଶୂନଶାନ ରାତିରେ ଲୋକେ କୁହନ୍ତି ଭୂତ ରାସ୍ତାରେ ଯିବାଆସିବା ଲୋକଙ୍କୁ ହଇରାଣ କରନ୍ତି । ତେବେ ସତରେ କଣ କୌଣସି ଭୂତ ଆଜି ସୂର୍ଯ୍ୟ ପଛରେ ଆସୁଛି । କାହାକୁ ଡ଼ାକିବ କେହିତ କୁଆଡେ ନାହିଁ ନିଜ ମନର ଭୟକୁ ମନରେ ରଖି ସୂର୍ଯ୍ୟ ନିଜ ଗାଁ ଆଡ଼କୁ ଚାଲୁଥାଏ । ହେଲେ ସୂର୍ଯ୍ୟର ଚାଲିବା ସାଙ୍ଗକୁ ତାଳ ଦେଲା ଭଳି ତାପାଦକୁ ଅନୁସରଣ କରି ପଛରୁ କେହି ତାରି ପାଖକୁପାଖକୁ ଆସିବାକୁ ଚେଷ୍ଟା କରୁଥାଏ । 

ଧୀରେଧୀରେ ଯେମିତି କେହି ସୂର୍ଯ୍ୟର ମନରେ ବସି ରହିଥିବା ଡରକୁ ଜାଣି ତାକୁ ଡାକିବାକୁ ଚାହୁଁଛି ଓ ହସୁଛି । ସୂର୍ଯ୍ୟ ଭାବୁଥାଏ ହୁଏତ ମୁଁ କାଲିର ସକାଳ ଦେଖିବି କି ନାହିଁ ଜାଣି ପାରୁନଥାଏ

କିନ୍ତୁ ଭଗବାନ ଙ୍କୁ ଡାକି ଆଗକୁ ଚାଲୁଥାଏ । ଗାଁ ଆଉକିଛି ଦୂରଥାଏ ହେଲେ ଏତେ ରାତିରେ କାହାକୁ ଡ଼ାକିବ ଗାଁରେ କିଏ ଏତେ ରାତି ପର୍ଯ୍ୟନ୍ତ କଣ ନଶୋଇ ରହିଥିବେ । ସୂର୍ଯ୍ୟ ଭୟରେ ପଛକୁ ଚାହୁଁନଥାଏ । ଗାଁ ଆଡ଼କୁ ଚାହିଁଲା ଲାଗୁଥାଏ ଯେମିତି କାହାର ବାହାଘର ହେଲା ଭଳି ଆଲୁଅ ଦୂରକୁ ଦିଶୁଥାଏ ଦେଖୁଦେଖୁ କାନକୁ ଶୁଭୁଥାଏ ଶଙ୍ଖ,ହୁଳହୁଳି, ଘଣ୍ଟି, ମୃଦଙ୍ଗ,ତାସହିତ ହରିବୋଲ,ରାଧେରାଧେ,ଏକଣ ସବୁ ହେଉଛି କିଛିବି ଜାଣିହେଉନଥାଏ । ଯେମିତି ଗାଁ ମୁଣ୍ଡରେ ସୂର୍ଯ୍ୟ ପାଦ ଦେଇଛି ଯେଉଁ ଭୟ ତାକୁ କିଛିସମୟ ପୂର୍ବରୁ ହେଉଥାଏ । ଯେମିତି ସେସବୁ ଆଉକିଛି ନଥିଲା କିଛି ଗୋଟାଏ ଚିତ୍କାର ଶୁଭୁଥାଏ ସୂର୍ଯ୍ୟ ସାହସ କରି ପଛକୁ ଚାହିଁଲା ଓ ସେ ଯାହା ଦେଖିଲା ତାଠାରୁ କିଛିପାଦ ଦୂରରେ ଥିବା କିଆବୁଦା ଟା ମନକୁମନ ଜଳିବାକୁ ଲାଗିଥାଏ । ସେହି ନିଆଁରେ ଯେମିତି କେହିଜଣେ ଛଟପଟ ହୋଇ ଜଳିବାର ଶବ୍ଦ ଶୁଭୁଥାଏ । 


ସୂର୍ଯ୍ୟ ଏସବୁ ଦେଖି ନିଜ ଗାଁ ଆଡ଼କୁ ଦୌଡିବାରେ ଲାଗିଲା କି ତେଜ କି ମହକ ଲାଗୁଥିଲା ଯେମିତି କୌଣସି ମନ୍ଦିରରେ ପୂଜାଅର୍ଚନା ଚାଲିଛି କଣ ଏସବୁ ହେଉଛି ସୂର୍ଯ୍ୟ ଜାଣିପାରୁନଥାଏ ଦେଖୁଦେଖୁ ତାର ନଜର ପଡିଲା ଗାଁ ମଝିରେ ଥିବା ଭାଗବତ ଘରକୁ ସେହି ଚମତ୍କାରୀ ଆଲୋକର ତେଜ ସେହିଘରୁ ଆସୁଥାଏ ତାସାଙ୍ଗକୁ ଶଙ୍ଖ, ହୁଳହୁଳି, ହରିବୋଲ, ଘଣ୍ଟି, ମୃଦଙ୍ଗ, ର ଶବ୍ଦ ସେହି ଘରୁ ଶୁଭୁଥିଲା । ଚାରିପାଖରେ ଧୂପ, ଝୁଣାର ମହକରେ ଯେମିତି ଗାଁ ମହକୁ ଥିଲା ସୂର୍ଯ୍ୟ ଜାଣିପାରିଲା ବାପା, ଓ ଅନ୍ୟ ଗୁରୁଜନ ମାନେ ଯାହାସବୁ କହୁଥାନ୍ତି । ସେ କଥାସତ ପ୍ରକୃତରେ ଭାଗବତ ର ଦିବ୍ୟତେଜ ଥାଏ ସେନାମରେ ବୋହୁତ ପବିତ୍ରତା ରହିଥାଏ ପାପୀ କାନରେ ସେହି ବାଣୀ ପଡିଲେ ତାର ସବୁ ପାପ ଦୂର ହୋଇଯାଇଥାଏ ଓ ତାକୁ ମୁକ୍ତି ବି ମିଳିଯାଏ । ସୂର୍ଯ୍ୟ ଆଖିରୁ ଧାରଧାର ହୋଇ ପଶ୍ଚାତାପର ଲୁହ ଝରିଯାଉଥାଏ ସେନିଜେ ସେହି ଅପରୂପ ଶବ୍ଦ ଶୁଣି ହରିବୋଲହରିବୋଲ କହିବାକୁ ଲାଗିଲା ଓ ସେହିଠାରେ ମୁଣ୍ଡିଆ ମାରି ତଳେ ପଡିଗଲା । ସକାଳ ହେବାରୁ ସବୁଲୋକେ ସୂର୍ଯ୍ୟ କୁ ଭାଗବତ ଘର ସାମ୍ନାରେ ପଡିରହିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସୋମନାଥ ବାବୁ ପୁଅ ବିଷୟରେ ଶୁଣି ଭାଗବତ ଘରପାଖକୁ ଧାଇଁଲେ ସେତେବେଳକୁ ସୂର୍ଯ୍ୟ କୁ ଉଠାଇ ସବୁଲୋକ କଣ ହୋଇଛି ବୋଲି ପଚାରୀ ବାକୁ ଲାଗିଥାନ୍ତି । ସୂର୍ଯ୍ୟ ସଭିଁଙ୍କୁ କାଲି ରାତିର ପ୍ରତ୍ୟେକ କଥା କହିବାକୁ ଲାଗିଲା କିଭଳି ଭାବରେ କେହି ଜଣେ ତାକୁ ବାଟରେ ହଇରାଣ କରୁଥିବା ବିଷୟରେ କହିଲା । ସେସବୁ ଶୁଣି ସମସ୍ତେ ସୂର୍ଯ୍ୟ କୁ ଚାହିଁଥାନ୍ତି ସେନିଜ ସାଙ୍ଗ ମାନଙ୍କୁ କହିଲା ଆମ ଗାଁର ଲୋକେ ଯାହାସବୁ କହୁଛନ୍ତି ସେସବୁ ସତ ମୁଁ ନିଜେ କାଲି ରାତିରେ ଦେଖିଛି । ପ୍ରକୃତରେ ଆମ ଗାଁ ରେ ଏହି ପବିତ୍ର ଭାଗବତ ଘରର ମହାନତା ବୋହୁତ ତାର ବାଣୀ କାନରେ ବାଜିଲେ ପାପୀ ଏହି ଭବ ସାଗରରୁ ତରିଯାଏ । ସୋମନାଥ ବାବୁ ସୂର୍ଯ୍ୟ କହିବା କଥା ଶୁଣି କହିଲେ ଆରେ ତୁ ଧନ୍ୟ ହେଲୁରେ ଭଗବାନ ଙ୍କ ଅପରୂପ ତେଜ ଦେଖିଲୁ । ଏବେ ଜାଣିଲୁତ କାହିଁକି ଆମେ ଏହି ଗାଁରୁ ଭାଗବତ ଘରକୁ ଭାଙ୍ଗିବାପାଇଁ ମନା କରୁଛୁ ବୋହୁତ କିଛି ସମସ୍ୟା ର ଉପାୟ ଏହି ଭାଗବତ ରେ ରହିଛି ।

ମଣିଷ ଯେତେବେଳେ ନିଜ କର୍ମକୁ ଭୁଲି ଅଧର୍ମ ବାଟକୁ ଚାଲିଯାଏ ସେତେବେଳେ ଏହି ଭାଗବତ ହିଁ ମଣିଷକୁ ଠିକ ମାର୍ଗକୁ ଆଣିଥାଏ

ଯେଉଁ ଘରେ ଗୀତା, ଭାଗବତ ଲୋକେ ଶୁଣିବାକୁ ଚାହାଁନ୍ତି ।

ସେହି ଘରେ ଈଶ୍ୱର ଙ୍କ ଅପରୂପ କରୁଣା ହୋଇଥାଏ । ହେଲେ ତମେମାନେ ସେସବୁକୁ ନଷ୍ଟ କରିବାପାଇଁ ଚାହିଁରହିଛ । ସୂର୍ଯ୍ୟ କହିଲା ବାପା ଆମର ଭୂଲ ହୋଇଯାଇଛି ଏବେ ଆମେ ସମସ୍ତେ ଏହି ଭାଗବତ ଘରକୁ ଭାଙ୍ଗିବା ବିଚାର କେବେବି ମନକୁ ଆଣିବୁନି ସୂର୍ଯ୍ୟର ସବୁ ସାଙ୍ଗମାନେ ମଧ୍ୟ୍ୟ ସେହିକଥା କହିଲେ । ଏକାଠି ହୋଇ ହରିବୋଲ କାହି ସମସ୍ତେ ମୁଣ୍ଡିଆ ମାରିଲେ । ସୂର୍ଯ୍ୟ କହିଲା ବାପା ଆଜି କି ପୂଜା ବୋଲି କହୁଥିଲ ସୋମନାଥ କହିଲେ ଆରେ ଆଜି ହେଉଛି ଭାଗବତଜନ୍ମ ସେଥିପାଇଁ ମୁଁ ତୋତେ କହିଥିଲି ଗାଁ କୁ ଆସିବାପାଇଁ ମୁଁ ବୋହୁତ ଖୁସି ତମେ ସମସ୍ତେ ଜାଣିଲ ପ୍ରଭୁଙ୍କ

ମହିମା ବିଷୟରେ । ହଁ ବାପା ଆମେ ଆଜି ସମସ୍ତେ ଏକାଠି ହୋଇ ପୂଜାରେ ଯୋଗଦେବୁ । ଗାଁର ଅନ୍ୟ ଲୋକମାନେ କହିଲେ ତେବେ ଡେରି କାହିଁକି ସମସ୍ତେ ନିତ୍ୟକ୍ରମ ସାରି ଆସି ଏହିଠାରେ ଏକାଠି ହୁଅ । ଆଜି ଅନେକ ବର୍ଷ ପରେ ଆମ ଗାଁରେ ବଡ଼ ଆଡ଼ମ୍ବର ସହିତ ଏହି ପୂଜାକୁ ଆଗକୁ ନେବା । ଗାଁର ସବୁଠାରୁ ବୟସ୍କ ବୃଦ୍ଧବ୍ୟକ୍ତି କହିଲେ ଆରେ ଆମସଭିଙ୍କ ମନରେ ଚିନ୍ତା ଥିଲା ଆମ ମାନଙ୍କପରେ ତମେ ଏହି ଭାଗବତ ଘରର କିପ୍ରକାର ଦାଇତ୍ୱ ନେବ । ହେଲେ ଆମେ ଏବେ ଶାନ୍ତିରେ ମରିପାରିବୁ ଭଗବାନ ତୁମ ମାନଙ୍କ ଆଖି ଖୋଲି ଦେଇଛନ୍ତି ।

ଧନ୍ୟ ତାଙ୍କର ଲୀଳା ଏବେ ସମସ୍ତେ ନିଜନିଜ କାମରେ ଲାଗିପଡ଼ ଆଜି ବୋହୁତ ବଡ଼ ଭୋଜି ହେବ । ବୋହୁତ ବର୍ଷ ପରେ ପ୍ରତାପପୁର ଗାଁ ଲୋକେ ଗୋଟିଏ ମନ ହୋଇ ଏହି ପବିତ୍ର ଭାଗବତଜନ୍ମରେ ପୂଜା ଅର୍ଚନା କରିଥିଲେ । ସେହିଦିନ ଠାରୁ କେହି ଭାଗବତ, ଗୀତା, ପୁରାଣଶାସ୍ତ୍ର, କୁ ଉପହାସ କରିଲେ ନାହିଁ

ଏବେ ସନ୍ଧ୍ୟା ହେଲେ ବୃଦ୍ଧମାନଙ୍କ ସହିତ ଯୁବକ ମାନେବି ଏହି ପବିତ୍ର ବାଣୀ ଶୁଣିବାକୁ ଆରମ୍ବ କଲେ । ଧନ୍ୟ ପ୍ରଭୁଙ୍କର ଲୀଳା

ଆପଣମାନେ ବି ଘରେ ଏକାଠି ହୋଇ ଏହି ପବିତ୍ର ବାଣୀକୁ ପିଲାମାନଙ୍କୁ ଶୁଣାନ୍ତୁ ଓ ପ୍ରଭୁଙ୍କ କୃପା ଲାଭ କରନ୍ତୁ ।



Rate this content
Log in