Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakrushna Dakua

Others

5.0  

Ramakrushna Dakua

Others

ଚନ୍ଦ୍ରଭାଗାର ସୂର୍ଯ୍ୟ

ଚନ୍ଦ୍ରଭାଗାର ସୂର୍ଯ୍ୟ

7 mins
689


ସୂର୍ଯ୍ୟ ଫେରିଛି , 12 ବର୍ଷ ପରେ ନିଜ ଅଜା ଘର ଚନ୍ଦ୍ରଭାଗାକୁ । ମନରେ କିନ୍ତୁ ବାଲ୍ୟବସ୍ଥାର ଉତ୍ସାହ, ଉନ୍ମାଦନା ନାହିଁ । କି ନାହିଁ ମନରେ ଆଉ ସତେଜତା , ବିପ୍ଳବତା କିମ୍ବା ଉଦାରତାର ବ୍ୟକ୍ତିତ୍ୱ। ସେ ବଦଳି ଯାଇଛି, ସେ କୁହେ ତାକୁ କୁଆଡ଼େ ସମୟ ବଦଳାଇ ଦେଇଛି । ଆଉ ଏତେ ଦିନ ପରେ ସେ ଫେରିଛି । କିଛି ତାକୁ ଆଦର କରନ୍ତି ଆଉ କିଛି ଅନାଦର । ତିରସ୍କାର କିଛି ହାତ ଗଣତି କରୁଥିଲେ ମଧ୍ୟ ସେ କାହାକୁ ଖାତିର କରୁନି । ଜଣକୁ କିନ୍ତୁ ଖୋଜୁଛି, ବହୁତ ଖୋଜୁଛି । ଯାହା ପାଇଁ ସେ ଅନ୍ୟମାନଙ୍କ ସହ ଝଗଡ଼ା କରୁଥିଲା , ଘରକୁ କଥା ଯାଉଥିଲା । ସେ ଆଜି ଖୋଜୁଛି ସେହି ଚିହ୍ନା ଚେହେରାକୁ ।

ଚନ୍ଦ୍ରଭାଗାକୁ ଆସିବାର 6 ମାସ ବିତିଗଲାଣୀ ତଥାପି ‘ଚନ୍ଦ୍ରୀକା’ର ଦେଖାନାହିଁ । ଖୋଜ୍ ଖବର କିଛି ନାହିଁ । ଲାଜ ଛଡ଼େଇ ତା ଅଜାକୁ ବି ପଚାରିଛି ସୂର୍ଯ୍ୟ ‘ଅଜା ରାଉତ ଘରର ଚନ୍ଦ୍ରୀକା କ’ଣ ଗାଁରେ ରୁହେନି ? ନାତିଆ କଥା ଠିକ୍ ବୁଝି ପାରିଲେ ଅଜା । ଯାଉନୁ ଆଜି ତ ଶନିବାର ସେ କୁଳକୁ ଆସିଥିବ ତାକୁ ସେଠି ଦେଖିବୁ ! କିନ୍ତୁ ଖବରଦାର ବେଶୀ ଭାବ ଲଗେଇବୁନିରେ ନାତିଆ । ହଉ ଅଜା ମୁଁ ଆସୁଚି । ହବ ଯଦି ରାମଚଣ୍ଡି ଦେଇ ପୁରୀ ଯାଇ ଆସିବ । କୁଏତ ଫେରିବା ପୂର୍ବରୁ ଜଗାକୁ ଟିକେ ଦେଖି ଆସିବି । ହଉ ଯା ଆଉ ଶୁଣ, ମାଗାନ୍ନା ସୁଆର ଘର ହେଇ ଆସିବୁ କହିବୁ ଅଜା ମନେ ପକାଉଥିଲା । ହଁ ଭରିଲା ସୂର୍ଯ୍ୟ, ମନ ଘରେ କିନ୍ତୁ ଚନ୍ଦ୍ରିକା ପ୍ରବେଶ କରିସାରିଥିଲା । ଏକ ଲୟରେ ଚନ୍ଦ୍ରଭାଗା କୁଳ ଆଡ଼େ ବାଇକ ନେଇ ବାହାରି ପଡ଼ିଲା ସୂର୍ଯ୍ୟ । ମନେ ମନେ ଭାବୁଥିଲା ଆଜି ସୂର୍ଯ୍ୟ-ଚନ୍ଦ୍ରୀକା ଓ ଚନ୍ଦ୍ରଭାଗା ଏକ ଓ ଏକକାର ହେବେ ।

ଏ କାହାଣୀ ଏବେକାର ନୁହେଁ ବହୁ ପୁରୁଣା । ପୁରୁଣା ହେଲେ ବି ସୂର୍ଯ୍ୟ ପାଇଁ ସବୁକିଛି ଆଜି ଆଜି ଯେମିତି । ସେ କିଛି ବି ଭୁଲିନି, କୁଳରେ ପହଞ୍ଚିବା ପୂର୍ବରୁ ସବୁ କିଛି ଥିଲା ତା ଆଖି ସାମ୍ନାରେ ।

ବର୍ଷ ମନେ ପକେଇ ପାରୁନି ସୂର୍ଯ୍ୟ କିନ୍ତୁ ତିଥି ମନେ ରଖିଛି । ସେ ଦିନ ଥିଲା ଚୈତ୍ର ନବରାତ୍ର ଆରମ୍ଭର ପ୍ରଥମ ଦିନ । ଉପବାସ କରିଥାଏ ଚନ୍ଦ୍ରୀକା । ସୂର୍ଯ୍ୟ ତାକୁ ଆସି ନେଇଗଲେ ଦୁହେଁ କୋଣାର୍କ ନବଗ୍ରହ ମନ୍ଦିରରେ ପୂଜା କରି ଫେରିବେ । ସକାଳ ଯାଇ ମୁଣ୍ଡ ଉପରକୁ ସୂର୍ଯ୍ୟ ଆସିଲେଣି । ହେଲେ ଚନ୍ଦ୍ରୀକା ପାଖରେ କିନ୍ତୁ ସୂର୍ଯ୍ୟ ପହଞ୍ଚି ପାରନି । ରାଗରେ ତମ ତମ ହୋଇ ବସିଥାଏ ଚନ୍ଦ୍ରୀକା । ସେତେବେଳେ କାହା ହାତରେ ସୂର୍ଯ୍ୟକୁ ଡକାଇ ପଠାଇଲା ଚନ୍ଦ୍ରୀକା । ହେଲେ ସୂର୍ଯ୍ୟର ଦେଖାନାହିଁ, ଯାଇକି ସଞ୍ଜକୁ ଆସିଲା ସୂର୍ଯ୍ୟ । ସେତେବେଳକୁ ଚନ୍ଦ୍ରଭାଗାରୁ ବହୁ ଦୂର ପଶ୍ଚିମ ଆକାଶରେ ଲୁଚି ସାରିଥାନ୍ତି ସୂର୍ଯ୍ୟ । ସଂଧ୍ୟା ପୂରା କୋଣାର୍କ ସହରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିସାଥାଏ । ଚନ୍ଦ୍ରଭାଗା କୁଳରେ ସତେ ଯେମିତି ଆଦ୍ୟ-ଯୌବନାପ୍ରାପ୍ତ ପ୍ରେମୀଯୁଗଳଙ୍କ ପ୍ରତିମୃତ୍ତି କୋଣାର୍କର ପ୍ରତିମୃତ୍ତିର ଅବିକଳ ଭଳି ମନେ ହୁଏ । ଘରୁ ଆସି ବହୁ ସମୟ ହେବ ଚନ୍ଦ୍ରୀକା ଚନ୍ଦ୍ରଭାଗା କୁଳରେ ବସି ଏ ସବୁ ଦେଖୁଛି । କିନ୍ତୁ ରାଗ ତମ ତମ । ଆଜି ସେ ଆସନ୍ତୁ ସବୁ କିଛିର ଫଇସଲା ଏଇଠି ହେବ । ଆଉ ନୁହେଁ ଯେ କଥା ଦେଇ କଥା ରଖି ପାରେନି ତା ସହ କଣ ସମ୍ପର୍କ ରଖିବି । ଏଥର ସବୁକିଛିର ଅନ୍ତ ହେବ । ଲୋକ ଦେଖାଣିଆ ପ୍ରେମ ନୁହେଁ ଯଦି ଯାହାସ ଅଛି ଆଜି ହିଁ ସମସ୍ତଙ୍କ ସାମ୍ନାରେ ସତ ମାନି ସମ୍ପର୍କକୁ ସମ୍ମତି ଦେବ ତ ଭଲ ନ ହେଲେ ଉଭୟଙ୍କ ରାସ୍ତା ଭିନ୍ନ ହେବ ।

ଚନ୍ଦ୍ରୀକା, ନାରୀ ରୂପୀ ଅପସରାଟିଏ । ସୂର୍ଯ୍ୟ ବି ସୂର୍ଯ୍ୟଙ୍କ ଭଳି ତେଜବାନ କଲେଜ ପଢୁଆ ଯୁବକଟିଏ । ଉଭୟ ଏବେ ଏବେ ଯୌବନର ପ୍ରଥମ ପାହାଚରେ ପାଦ ଦେଇଛନ୍ତି । ଦୁହେଁ ବାଟ ଭୁଲିବା ପୂର୍ବରୁ ହିଁ ଆଜି ଅଚାନକ ଯେ, ସେମାନଙ୍କ ଜୀବନରେ ଝଡ଼ ଆସିବ ସେ କଥା ଦୁହେଁ ଜାଣିନଥିଲେ । ସୂର୍ଯ୍ୟ କିନ୍ତୁ ଚନ୍ଦ୍ରୀକାର ରାଗ-ଅଭିମାନ ଓ ସ୍ୱାଭିମାନ କଥା ଜାଣିଛି । ଜାଣିଛି ବୋଲି ତ ସେ ପୂର୍ବ ପ୍ରସ୍ତୁତି କରି ଅନେକ ଉପହାର ନେଇ ଆସିଛି କୁଳକୁ । ହଁ, ଯାହା ହେଲେ ବି ପ୍ରତିଦିନ ସଂଧ୍ୟା ସାଢ଼େ 5ଟାରେ ଉଭୟଙ୍କ ଦେଖା ବେଳାଭୂମୀରେ ହେବ ଏହି ସମୟ ଓ ସ୍ଥାନ ସେମାନେ ବାଛିଛନ୍ତି । ମନ୍ଦିର ଯିବା ପାଇଁ କଥା ଦେବା ପରେ ବି ସୂର୍ଯ୍ୟ ଚନ୍ଦ୍ରମାର ସାଥ୍ ଦେଇନଥିଲା । ଆଉ ଏକଥାରେ ଯେ, ଚନ୍ଦ୍ରମା ରାଗିଥିବା ଭଲ ସେ ଜାଣିପାରିଛି ସୂର୍ଯ୍ୟ । ସେଥିପାଇଁ କୁଳରେ ପହଞ୍ଚିଥିଲେ ବି ଚନ୍ଦ୍ରୀକା ପାଖରେ ପହଞ୍ଚିବାରେ ବିଳମ୍ବ କରିବାକୁ ଲାଗିଲା ସୂର୍ଯ୍ୟ । ସେ ଦୂରରେ ରହି ଦେଖିପାରୁଥିଲା ଚନ୍ଦ୍ରୀକା ବାଲି ଘର ତିଆରି ପୁଣି ତାକୁ ଭାଙ୍ଗିବାରେ ବ୍ୟସ୍ତ । ସୂର୍ଯ୍ୟ ଭାବି ସାରିଥିଲା ତା ଅବସ୍ଥା ଏବପେ କଣ ହେବ । ତଥାପି ଅଧିକ ଅପେକ୍ଷା ନ କରାଇ ତନ୍ଦ୍ରୀକା ପାଖରେ ପହଞ୍ଚିଗଲା ସୂର୍ଯ୍ୟ ।

ପ୍ଲିଜ୍ ...ସରି...ଏମିତି ଅନେକ କଥା କହି ବୁଝାଇବାକୁ ଚେଷ୍ଟା କରୁ କରୁ ସୂର୍ଯ୍ୟ ଗାଲରେ ଚନ୍ଦ୍ରୀକା ଏକ ଶକ୍ତ ଚାପୁଡ଼ା ଟିଏ ମାରିସାରିଥାଏ । ଚାପୁଡ଼ା ମାରିବା ପରେ କିଛି ବାଟ ଦୌଡ଼ି ଯାଇ କାନ୍ଦିବାକୁ ବି ଲାଗିଲା । ସୂର୍ଯ୍ୟ ସେମିତି ସେଠି ବସିଥାଏ । ସେ କିଛି ବୁଝିପାରିଲା ନାହିଁ । ହଟତଟସ୍ଥ ହୋଇ ସୂର୍ଯ୍ୟ ସାମ୍ମାରେ ଥିବା ଜଳରାଶୀକୁ ଦେଖୁଥାଏ । ସେ ବୁଝିସାରିଥିଲା ନାରୀ ମନର ବେଦନା, ଦୁଃଖ ଓ ବ୍ୟାକୁଳତାକୁ । କୋହକୁ ଅଟକାଇ ଚନ୍ଦ୍ରୀକାକୁ ତୁନି କରିବାକୁ ଉଠିବାକୁ ଉଦ୍ୟତ ହେଲା ସୂର୍ଯ୍ୟ । ଚନ୍ଦ୍ରୀକା ପାଖରେ ପହଞ୍ଚିଲା ବେଳକୁ କିନ୍ତୁ ସୂର୍ଯ୍ୟ କୋହ ସମ୍ଭାଳିପାରିନଥିଲା । ସରି...ବାବୁ ଆଉ ହେବନି । ନା..ନା ମାନେ ନା .....ସେଦିନ ଚନ୍ଦ୍ରୀକା ରାଗ , କୋହ ଓ ଲୁହରେ କହିଥିଲା ଏ ଲୁହ ନୁହେଁ ଲହୁ । ଯାହା କଲ ଠିକ୍ କଲନି । ସବୁ ଆଶା, ଭରସା, ବିଶ୍ୱାସ ଭାଙ୍ଗିଦେଲ । ସୂର୍ଯ୍ୟ ନିରୁତ୍ତର , ଗୋଟିଏ କଥା କହିଲା ଥରେ ସୁଯୋଗ ଦିଅ । ସୁଯୋଗ ! ହୁଁ ସୁଯୋଗ ପୁଣି କେଉଥି ପାଇଁ ମୋ ସହ ଖେଳିବ ବୋଲି ? ମୋ ଭାବନାକୁ ପାଦରେ ଦଳି ମଚକି ଆଘାତ ଦେବ ବୋଲି । ଶୁଣ ! ମୋତେ କିଛି ସମୟ ଦରକାର । ପ୍ଲିଜ୍ ମୋ ଠାରୁ କିଛି ଦିନ ଦୂରେଇ ରୁହ । କେତେ ଦିନ ପ୍ରଶ୍ନ କଲା ସୂର୍ଯ୍ୟ । ମୋତେ ଜଣାନାହିଁ ମୁଁ ତୁମ ଠାକୁ କିଛି ଦିନ ଦୁରେଇ ରହିବାକୁ ଚାହେଁ । ଠିକ୍ ଅଛି କହି ସମ୍ମତି ଜଣାଇଲା ସୂର୍ଯ୍ୟ । ଭାବିଥିଲା ସବୁ କିଛି ଠିକ୍ ହୋଇଯିବ । କିନ୍ତୁ ତା ସବୁ ଭାବନା ସମୟ ହିଁ ବିଗାଡ଼ି ଦେଲା । କିଛି ଦିନ ପରେ କୁଏତ ଯାଇ ସେଠାରେ ଏକ ଘରୋଇ କାରଖାନାରେ କାମ କରିବାର ସୁଯୋଗ ପାଇଲା । ସେ ଭାବିଥିଲା କାଳେ 3 ବର୍ଷର ଏଗ୍ରିମେଣ୍ଟ ସରିଲେ ଆସି ସବୁ କିଛି ଠିକ୍ କରିନେବ । ଭାଗ୍ୟର ବିଡମ୍ବନା ସେ ସୁଯୋଗ କିନ୍ତୁ ସୂର୍ଯ୍ୟକୁ ମିଳିଲା ନାହିଁ । ଉଦ୍ୟମୀ, ପରିଶ୍ରମୀ ହିଁ ସୂର୍ଯ୍ୟକୁ କୁଏତରେ ଭଲ ଭଲ କମ୍ପାନୀରେ ଜବ୍ ଅଫର ମିଳିଲା । ଆଉ ବାପା ମା ଛେଉଣ୍ଡ ପିଲା ହୋଇଥିବାରୁ ସେମିତି କିଛି ଦାୟିତ୍ୱ ବି ମୁଣ୍ଡ ଉପରେ ନଥିଲା । ମାମୁ, ମାଇଁ ଅଜାର ଧ୍ୟାନ ରଖୁଛନ୍ତି । ମୋଟା ଅଙ୍କର ଦରମା ପାଉଥିବାରୁ ପ୍ରତିମାସରେ ସେ ଅଜାଙ୍କ ନାମରେ ହିଁ ଟଙ୍କା ପଠାଏ । ଘରେ ସମସ୍ତ ସୂର୍ଯ୍ୟ ପାଇଁ ଖୁସ୍ । ସେ କିନ୍ତୁ ଖୁସି ନଥିଲା । ଚନ୍ଦ୍ରୀକା କଥା ତାକୁ ବାରମ୍ବାର ଆଘତ ଦେଉଛି । ସୂର୍ଯ୍ୟ ଆଜି ବି ବୁଝି ପାରୁନି ପ୍ରକୃତରେ ଭୁଲ୍ କାହାର , କେଉଁଠି ରହିଲା ଭୁଲ୍ । କଣ ପାଇଁ ଏ ସବୁ ଏମିତି ଭାବରେ ସବୁ କିଛି ଭାଙ୍ଗିଗଲା । ସେ କିନ୍ତୁ ମୁଣ୍ଡରେ ଗୋଟିଏ କଥା ପୁରାଇଚି ହଉ ସମ୍ପର୍କ ଅଧିକ ଆତ୍ମୀୟ ହେଉ ହେଉ ଆମେ ଭିନ୍ନ ହୋଇଗଲୁ । କିନ୍ତୁ ମନ ମାନୁନନି ।

ଆଜି ବି ବାର ବର୍ଷ ପରେ ସେ ଚନ୍ଦ୍ରଭାଗା ଅଛି, ସେ କୁଳ ଅଛି ସେ ଦିନର ପ୍ରତିଟି ଚିତ୍ର ସାମ୍ନାକୁ ଆସୁଛି କିନ୍ତୁ ଚନ୍ଦ୍ରୀକା ନାହିଁ । ସେମିତି ଚନ୍ଦ୍ରୀକାକୁ ସମୁଦ୍ର କୁଳରେ ଇତସ୍ତତ ହୋଇ ଖୋଜୁଛି ସୂର୍ଯ୍ୟ । ଦୁଇ ଘଣ୍ଟା ବାଜିଗଲାଣି ଏମୁଣ୍ଡରୁ ସେ ମୁଣ୍ଡ ବୁଲି ଦେଇ ଆସିଲାଣି । ସଞ୍ଜ ବି ନଇଁ ଆସିଲାଣି , ସୂର୍ଯ୍ୟକୁ ପୁରୀ ବି ଯିବାର ଅଛି । କଣ କରିବ ସେ ନେଇ ସାଙ୍ଗରେ ନେଇଥିବା ପ୍ଲାଷ୍ଟିକ ପାଣି ବୋତଲରୁ ପାଣି ପିଇବା ପରେ ତାକୁ ଫୋପାଡ଼ି ଦେଲା । ଠିକ୍ ସେହି ସମୟରେ ଚିହ୍ନା ପରିଚିତ ସ୍ୱରଟେ ବାରି ପାରିଲା ସୂର୍ଯ୍ୟ ।

ମାଧବୀ ! ସେଠି ଗୋଟେ ବୋତଲ ପଡ଼ିଛି ତାକୁ ଉଠେଇ ନେଇ ଆସ । ବେଶୀ ଦୂର ନୁହଁ ଖୁବ୍ ପାଖରେ ଛିଡ଼ା ହୋଇ କିଛି କଲେଜ ଛାତ୍ରୀଙ୍କୁ ସମୁଦ୍ରକୁଳରୁ ପ୍ଲାଷ୍ଟିକ ଆବର୍ଜନା ଉଠାଇ ପରିସ୍କାର କରିବାକୁ କହୁଥିଲା । ଖୁସିରେ ଆତ୍ମହରା ହୋଇ ଉଠିଲା ସୂର୍ଯ୍ୟ । ଚନ୍ଦ୍ରୀକା ପାଖକୁ ଗଲା । କେମିତି ଅଛୁ ଚନ୍ଦୁ ! କିଏ କହି ପଛକୁ ଚାହିଁଲା ବେଳକୁ ତା ସାମ୍ନାରେ ଛିଡ଼ା ହୋଇଥିଲା ସୂର୍ଯ୍ୟ । ସୂର୍ଯ୍ୟର ଆଖି ଛଳ ଛଳ ବାରି ପାରିଲା କିନ୍ତୁ ହୃଦୟରେ ଯେ ପ୍ରେମ ଅଛି ତାହା ଅନୁଭବ କରିପାରିନଥିଲା ଚନ୍ଦ୍ରମା । ସେ ନାରୀ ...କୁହନ୍ତି ନାରୀକୁ ସବୁ ମାଲୁମ ଥାଏ । ହୁଏତ ଏହା ଏକ କେବଳ ଭ୍ରାନ୍ତ ଧାରଣା ହୋଇପାରେ । ହସି ଦେଇ ଚନ୍ଦ୍ରମା ପଚାରିଲା କେମିତ ଅଛ ? ଏତେଦିନ ପରେ ଚନ୍ଦ୍ରଭାଗା କଥା ମନେ ପଡିଲା । ‘ନା ଚନ୍ଦ୍ରୀକା ପାଇଁ ଚନ୍ଦ୍ରଭାଗାର ଫେରି ଆସିଛି ସୂର୍ଯ୍ୟ’ -ସୂର୍ଯ୍ୟ ମୁହଁରୁ ଏତକ ଶୁଣିବା ପରେ ଉତ୍ତରରେ କହିଲା ‘ଓହ ! ଭଲ କଥା । ହଉ ଆମ କାମ ସରିଲାଣି ଆମେ ଏବେ ଆସୁଛୁ । ଶୁଣ ...ସରି ସୂର୍ଯ୍ୟ ମୋତେ ପିଲାଙ୍କୁ ନେଇ ପୁଣି ହଷ୍ଟେଲ ଫେରିବାର ଅଛି । ସମୟ ମିଳିଲେ କଥା ହେବା । ଆସିଛ ନା ରହିବତ ପୁଣି ଦେଖା ହେବ କେବେ ଗୋଟେ । ଚନ୍ଦ୍ରୀକା ..ହଁ କହୁ, କଥା କଣ କି ତିନି ଦିନ ପରେ ମୋର ଫ୍ଲାଇଟ ଅଛି । ମୁଁ ଫେରିଯିବ ..ତେଣୁ ଯଦି ଆଜି ଗୋଟାଏ ଦିନ ସମୟ ଦିଅନ୍ତ ! ହଁ ଭଲ କଥା ତୁମେ ତୁମ ଡେଷ୍ଟିନେସନକୁ ଫେରିଯିବ । ହେପି ଜର୍ଣ୍ଣି...ଆଉ ରହିଲା କୋଉ ଖୁସିରେ ଆଉ କାହିଁକା ବି ଗୋଟିଏ ଦିନ କଥା କହୁଛ କଣ ପୁଣି 12 ବର୍ଷ ଅପେକ୍ଷା କରିବା ପାଇଁ ଏଠି ଏକା ଛାଡ଼ି ମରିବାକୁ ଛାଡ଼ି ଦେଇ ଯିବ ବୋଲି । କେଇ ମିନିଟ ପରେ ଚନ୍ଦ୍ରୀକା ସେଠାରୁ ପଳାଇ ବି ଗଲା । ସୂର୍ଯ୍ୟ ସେମିତି ବେଳାଭୂମୀରେ ବସିଥାଏ । କିଛି ବୁଝଛିପାରୁନଥାଏ କଣ ସବୁ ହେଉଛି । ପରେ ଖବର ନେବାରୁ ଜଣା ପଡ଼ିଲା । ଏବେ ବି ସୂର୍ଯ୍ୟ ବାଟ ଚାହିଁ ଅବିବାହିତ ହୋଇ ରହିଛି ଚନ୍ଦ୍ରୀକା । ଆଉ ସତ ଜାଣିବା ପରେ ଚନ୍ଦ୍ରୀକା ଘରର ଲୋକେ ଓ ଗାଁ ସାରା ସୂର୍ଯ୍ୟକୁ ଛି ଛାକର କରୁଛନ୍ତି । ଝିଅର ଜିଦ୍ ଆଗରେ ଘରଲୋକ ଚୁପ୍ ବସିଛନ୍ତି । ଝିଅ ଏବେ ସରକାରୀ କଲେଜରେ ପ୍ରାଇଭେଟ ଲେକଚର ଅଛି ତେଣୁ ତା ହିସାବରେ ବଞ୍ଚିବାକୁ ଛାଡ଼ିଦେଇଛନ୍ତି ବାପା-ମା । ସେମାନଙ୍କ ଆଶା ସବୁ ସମୟ ସହ ସ୍ଥିର ହୋଇଯିବ । ଚନ୍ଦ୍ରମା ମନରେ ଉଠିଥିବା ଝଡ଼ ଯେ, ଶାନ୍ତ ହେବନି ସେ କଥା ବୁଝି ସାରିଥିଲା ସୂର୍ଯ୍ୟ । ଇଚ୍ଛା ନଥିଲେ ବି ବାଧ୍ୟ ହୋଇ କୁଏତ ଫେରିବାର ଥିଲା ତାକୁ । ପଛ କଥାକୁ ପଛରେ ରଖି ସେ ଦିନ ସଂଧ୍ୟାରେ ଫେରିଥିଲା ଆଉ ପର ଦିନ ହିଁ ସେ ଚନ୍ଦ୍ରଭାଗାରୁ ଚେନ୍ନାଇ ପଳାଇଥିଲା । ସେଠୁ ତା ସାଙ୍ଗ ସହ ଦିଲ୍ଲୀ ପରେ କୁଏତ ଫେରିଗଲା । ପଶ୍ଚିମ ଆକାଶରେ ସୂର୍ଯ୍ୟ ଲୁଚିଯିବା ଭଳି ଚନ୍ଦ୍ରମାର ମନ ଆକାଶର ବହୁ ଦୁରକୁ ଏକ ପାଶ୍ଚାତ୍ୟ ଦେଶର ଆକାଶରେ ସୂର୍ଯ୍ୟ ଭଳି ଚମକିବାକୁ ଉଡ଼ାଣ ଭରିସାରିଥିଲା ଚନ୍ଦ୍ରଭାଗାର ସୂର୍ଯ୍ୟ ।


Rate this content
Log in