Ramakrushna Dakua

Inspirational

2  

Ramakrushna Dakua

Inspirational

ମୁସ୍କାନ

ମୁସ୍କାନ

2 mins
563


ଶୁଭେଚ୍ଛା ଜଣାଇବା କ’ଣ ନିହାତି ଦରକାର ଥିଲା ? ଆରେ ବାପ୍ ରେ ମୁଁ ତ ଡରିଗଲି ! ମୁସ୍କାନର ରାଗରେ ଜିତେନ୍ଦ୍ର ଟିକେ ହଡ଼ ବଡ଼େଇ ଯାଇ ଏଭଳି କିଛି କହିଲା । ଭୁଲ୍ କଲା କି ଠିକ୍ ସେକଥା ବସି ଭାବୁଥାଏ । ମୁସ୍କାନ ବି ଛାଡ଼ିବା ଝିଅ ନଥିଲା । କ’ଣ ତୁମେ ଭାବୁଛ ମୁଁ ଦୁର୍ବଳ ! ମୁଁ ତୁମ ଲାଗି ପ୍ରେରଣା ନୁହେଁ କି ଯେ, ତାକୁ ଫୋନ୍ ରେ କହିବାକୁ ପଡ଼ିଲା ? ତା ମାନେ ଆଜି ଯାଏ ମୁଁ ତୁମ ପ୍ରେରଣା ନଥିଲି ! ଏମିତି କିଛି କହି ବହୁତ ଶୁଣେଇଲା ଜିତେନ୍ଦ୍ରକୁ । ସେ ବି ମୁସ୍କାନର କଥା ଶୁଣି ପୁରା ଚୁପ । ମହିଳା ଦିବସରେ ଶୁଭେଚ୍ଛା ଜଣାଇ ଭୁଲ୍ କଲା କି ଠିକ୍ ତାହା ସେକଥା ଜାଣିପାରୁନଥିଲା ଜିତେନ୍ଦ୍ର । ହଉ ସେ ଚାହୁଁଥିଲା ମୁସ୍କାନର ମୁହଁରେ ଅଳ୍ପ ଟିକେ ମୁସ୍କାନ ଖେଳିଯାଉ। 


ଦେଖ ! ମୁଁ ତୁମକୁ ନାରୀ ଓ ପୁରୁଷ ମଧ୍ୟରେ ଉଚ୍ଚା ନିଚା କିମ୍ବା ପାନ୍ତର ଅନ୍ତର ପାଇଁ ଶୁଭେଚ୍ଛା ଜଣାଉନି । କି ଏହା ବି ନୁହଁ ଯେ, ତୁମେ ସଶକ୍ତ ନୁହଁ, କି ତୁମକୁ କାହାର ନା କାହାର ସାଥ୍ ଦରକାର ଜୀବନ ବିତାଇବାକୁ । ଉଦ୍ଦେଶ୍ୟ ଏହା ବି ନୁହଁ ଯେ; ତୁମେ କାହାର କଥା କୁହା ମାନି ଜୀବନ ଜିଇଁବା ଅପେକ୍ଷା ସ୍ୱାଭିମନୀ ହୋଇ ଜୀବନ ଜିଅଁ । ତୁମେ ମାତୃତ୍ୱ ଲାଭ କରି ନାରୀ ଜନ୍ମ ସାର୍ଥକ କର । ଦୁହିତା ହୋଇ ବାପା –ମାଆଙ୍କ ଟେକ ରଖ । ଭଉଣୀ, ପ୍ରେମିକା ଓ ବାନ୍ଧବୀ ହୋଇ ଆଦର୍ଶ ଓ ଅନୁପ୍ରାଣିତ କର ଏହା ହିଁ ତ କାମନା କରୁଥିଲା ଜିତେନ୍ଦ୍ର ଆଉ କିଛି ତ ନୁହେଁ । ସେ ନିଜ ମାଆ, ଭଉଣୀ, ଭାଉଜ ସମସ୍ତଙ୍କ ଚେହେରା ମୁସକାନ ଚେହେରାରେ ଦେଖିଥିଲା ବୋଲି ତାକୁ ନେଇ ଏତେ ସବୁ ଶୁଭେଚ୍ଛା ଜଣାଇଛି । 


ଓହଃ ହଉ ସକାଳୁ ସକାଳୁ ଶୁଭେଚ୍ଛା ଜଣାଇଥିବାରୁ ମୁଁ ବି ଖୁସି ଆଉ ତୁମେ ଖୁସି ତ! ବୋଲି ପ୍ରଶ୍ନ କଲା ମୁସ୍କାନ । ଏକଥା ଶୁଣି ଜିତେନ୍ଦ୍ରକୁ ଅନୁଭବ ହେଲା ସତେ ଯେମିତି ସେ ମୁସ୍କାନର ହୃଦୟକୁ ଜୟ କରିପାରିଛି ।


Rate this content
Log in

Similar oriya story from Inspirational