ଅନ୍ଧବିଶ୍ୱାସ
ଅନ୍ଧବିଶ୍ୱାସ
ବାରମ୍ବାର ବିଦ୍ୟାଳୟରେ ଅନୁପସ୍ଥିତ କାରଣରୁ ସାର୍ ମାନେ ବିରକ୍ତ ହେଉଥାନ୍ତି।ହେଲେ ମିତାର ସେହି ଗୋଟିଏ କଥା ଯେ, ମୋର ଦେହ ଅସୁସ୍ଥ।
ମୁଁ ଡାକ୍ତର ପାଖକୁ ଯାଇ ଥିଲି।ମୋତେ ଜ୍ଵର ହେଉଛି।ଏମିତି ଏମିତି ସବୁଦିନ ଶୁଣି ଶୁଣି ଅଭ୍ୟସ୍ତ ହୋଇଗଲେଣି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ।
ହଠାତ କ୍ରମାଗତ ଭାବେ ୧୨ଦିନ ହେଲା ବିଦ୍ୟାଳୟକୁ ଆସି ନ ଥାଏ ମିତା।
ବିଦ୍ୟାଳୟର ଗଣିତ ଶିକ୍ଷକ ମିତାକୁ ବହୁତ ଭଲ ପାଆନ୍ତି।କାରଣ ମିତା ଖୁବ୍ ସୁନ୍ଦର ଭାବରେ ସବୁ ଗଣିତ ସରଳ ଭାବରେ ବୁଝାଇ ଦିଏ।ସବୁବେଳେ ସବୁ ପ୍ରଶ୍ନର ଠିକ୍ ଉତ୍ତର ଦେଇଦିଏ।ସେଥିପାଇଁ ସବୁ ସାର ଭାରି ଭଲ ପାଆନ୍ତି।ତେଣୁ ମିତା ଦେହ ଅସୁସ୍ଥ ଖବର ଆଗରୁ ଜାଣିଥିଲେ।ଏବେ ବଡ଼ ଚିନ୍ତିତ ଭାବରେ ଗଣିତ ସାର ତାଙ୍କ ଘରକୁ ଗଲେ।
ନିଜ ଘରଠାରୁ କିଛି ଦୂରରେ ତାଙ୍କର ଗୋଟିଏ ଏକ ବଖରିଆ ଚାଳଘର।ବଡ଼ ଦୟନୀୟ ଅବସ୍ଥା।ଦେହ ହାତରେ ହାଡ଼ ଗଣିହୋଇଯାଉଛି।
ଗୋଟିଏ ଅନ୍ଧାରୁଆ ଘରେ ମିତା ଶୋଇଛି।
ପାଖରେ ପାଣି ବୋତଲଟିଏ, ବେଡସିଟ୍ ଟିଏ ଆଉ ମିତାର କେତେ ଖଣ୍ଡ ବହି ଥୁଆହୋଇଛି।
ମିତା ମିତା ଡାକି ଡାକି ସାର ପହଞ୍ଚି ଯାଇ ଏସବୁ ଦେଖି ଭାରି ଦୁଃଖ କଲେ।ତା ବାପାଙ୍କ ସହ କଥା ହେବା ପାଇଁ ଅପେକ୍ଷା କଲେ।ତା ବାପା ତ ଘରେ ନଥିଲେ।ଯାହା ହେଉ କିଛି ସମୟ ଭିତରେ ଆସି ପହଞ୍ଚିଲେ।
ଘର ଭିତରକୁ ଆସୁ ଆସୁ ମିତାର ବାପା ରବୀନ୍ଦ୍ର ବାବୁ ,ସାରଙ୍କୁ ନମସ୍କାର ହୋଇ ମିତାର ଭଲମନ୍ଦ ପଚାରି ବୁଝିଲେ।ଦୁଃଖ କଷ୍ଟ ଭଲ ମନ୍ଦ ସବୁ ଜାଣିଲେ।
ହେଲେ ଏସବୁ ମାନିବାକୁ ଏ ମାନେ ସବୁ କଥା କହିଲା ରାଜି ନୁହନ୍ତି।
ମିତା ସହ ଆଲୋଚନା କିଛି ନ କରି ସବୁକଥା କହିଲା।ହେଲେ ତାର କଥା ଶୁଣି ସାର ମଧ୍ୟ ଚିନ୍ତିତ।
ତା ସହ ଦେହ ଆସୁସ୍ଥକୁ କିପରି ଭଲ ହୋଇପାରିବ।ସେ ବିଷୟରେ ମିତାକୁ ବି ପଚାରି ଥିଲେ।ବହୁତ ବ୍ୟସ୍ତବିବ୍ରତ ହୋଇ ହୋଇ ମିତା କହିଲା।
ସେ କଥା ଥିଲା ଏପରି।
ଅନେକ ଦିନ ତଳେ ଗୋଟିଏ ଗାଡ଼ି ଦୁର୍ଘଟଣା ରେ ବାପା ଓ ଝିଅ ବହୁତ କ୍ଷତାକ୍ତ ହୋଇ ଅଚେତ ଅବସ୍ଥାରେ ରାସ୍ତା କଡରେ ପଡିଥିଲେ।କୌଣସି ସହୃଦୟ ବ୍ୟକ୍ତି ଏମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରିଥିଲେ।
ଅନେକ ରକ୍ତ ଦେହରୁ ଯାଇଥିଲା ବୋଲି ରକ୍ତର ଆବଶ୍ୟକ ପଡିଲା।ତେଣୁ ସେହି ଡାକ୍ତରଖାନାରେ ମିତାକୁ ରକ୍ତ ଦିଆଯାଇଥିଲା।
ବାସ୍ ସେହି ଦିନ ପରଠାରୁ ମିତାର ଦେହ ସବୁବେଳେ ଅସୁସ୍ଥ ହୁଏ।ଆଉ ଏବେ ରକ୍ତ ପରୀକ୍ଷାରୁ ଜଣା ପଡିଲା ମିତା ଜଣେ ଏଡସ ରୋଗୀ।ତେଣୁ ତାକୁ ଛୁଇଁଲେ କି ଘରେ ରହିଲେ ଅନ୍ୟ ମାନଙ୍କୁ ବି ହେବ ,ଏଭଳି ଧାରଣା ଯୋଗୁଁ ତାକୁ ସମସ୍ତଙ୍କ ଠାରୁ ଅଲଗା ରଖାଯାଇଛି।
ସାର୍ ଦୁଃଖ ପ୍ରକାଶ କରି ମିତାକୁ ଅଭୟ ବାଣୀ ଜଣାଇ ଘରକୁ ଆସିଲେ।
ସହରରେ ଏକ ଡାକ୍ତରଖାନାରେ ଥିବା ତାଙ୍କ ସାଙ୍ଗସହ ପରାମର୍ଶ କରି ମିତାକୁ ସେଠାରୁ ନେଇଆସିଲେ।ମିତା ଡାକ୍ତର ମାନଙ୍କ ହେପାଜତରେ ରହି ଏବେ ସମ୍ପୂର୍ଣ୍ଣ ସୁସ୍ଥ ନ ହେଲେ ବି ମାନସିକ ସ୍ତରରେ ଭଲ।
ଯାହା ହେଉ ଝିଅଟି ଅଣହେଳାରୁ ଗୋଟିଏ ବଡ ବିପଦ ଓ ଦୁଃଖରୁ କିଛି ତ ଶାନ୍ତି ପାଇଲା।
ପ୍ରଣତି ମହାପାତ୍ର
ବାଲେଶ୍ବର