Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Others

2  

Kulamani Sarangi

Others

ପୁରୁଷୋତ୍ତମ ଦେବ (21)

ପୁରୁଷୋତ୍ତମ ଦେବ (21)

2 mins
2.0K


ପୁରୁଷୋତ୍ତମ ଦେବ( 21)

(ଐତିହାସିକ କାବ୍ୟାଂଶ)


କାଳବଇଶାଖୀ ଘୋର ଝଡଝଂଜା -

କାଳ ଛାଡି ଛାଡି ନାହିଁ,

ବରଷା ଶୀତଳ ବାରି ଧାର ଧାର

ଧରିତ୍ରୀରେ ପଡିନାହିଁ ।


ଏପରି ସମୟେ କାଂଚୀ ଅଭିଯାନେ

ବାହାରିଲେ ଗଜପତି,

ଧଳା,କଳା ଘୋଡା ଆରୋହି ଆଗରେ

ଜଗା ବଳିଆ ଯାଆନ୍ତି ।


ଜଗନ୍ନାଥ, ବଳରାମ ଆଗେ ଆଗେ

ଗଲେ ଅଶ୍ୱ ଝପଟାଇ,

ପ୍ରଚଣ୍ଡ ଖରାରେ ଶ୍ରୀଅଙ୍ଗରୁ ଝାଳ

ଗମ ଗମ ଯାଏ ବହି।


ଚିଲିକାରୁ ସୁଶୀତଳ ସମୀରଣ

ବହିଆସେ ମନ୍ଦ ମନ୍ଦ,

ଶ୍ରୀଅଙ୍ଗରେ ଲାଗି ଜଗନ୍ନାଥଙ୍କର

ପବନ ହେଲେ ଆନନ୍ଦ ।


ଭାବିଲେ ପବନ "ଆହା କେତେ ଜନ୍ମ-

ତପସ୍ୟା ମୋହର ଥିଲା !

ନାରାୟଣଙ୍କର ଅଙ୍ଗସଙ୍ଗ ଲାଗି

ଜୀବନ ପବିତ୍ର ହେଲା।


ପ୍ରଭୁଙ୍କ ଦର୍ଶନେ ଚିଲିକା ସୁନ୍ଦରୀ

ମନ ହେଲା ପ୍ରଫୁଲ୍ଲିତ,

ପକ୍ଷୀ କଳରବେ ମଧୁର ଭାଷିଣୀ

ଗାଏ ମଙ୍ଗଳ ସଂଗୀତ।


ନୀଳ ଜଳରାଶି ଗାଲିଚା ବିଛାଇ

ଦେଲା ଚିଲିକା ଛଇଳୀ,

ପଦଧୋଇ ପ୍ରଭୁଙ୍କର ଗଳେ

ଦେଲା ଧଳାହଂସ ପୁଷ୍ପମାଳି।


ଲହଡି ଛଳରେ ପ୍ରଭୁଙ୍କ ପୟରେ

ମଥା ଟେକିଲା ଚିଲିକା,

ଦେବୀ କାଳିଜାଇ ଦୁଇ ଠାକୁରଙ୍କୁ

କୂଳେ ଆସି କଲେ ଦେଖା।


ବାଣପୁର ନିବାସିନୀ ସୁଭାଷିଣୀ

ଭଗବତୀ ପହଞ୍ଚିଲେ,

ପ୍ରଭୁଙ୍କ ଦର୍ଶନକରି କାଞ୍ଚିଯାତ୍ରା

ମଙ୍ଗଳ କାମନା କଲେ।


ଚିଲିକାର ତଟ ଛାଡନ୍ତେ ସାମନ୍ତ

ଦିନ ହେବ ଦଶଘଡି,

ଝପଟାଇ ଘୋଡା ପବନ ବେଗରେ

ଦୁଇଭାଇ ଗଲେ ଉଡି।


ପବନ ସହିତ କଥା ହେଉଥିଲେ

ଧଳା କଳା ଘୋଡା ବେନି,

କାହିଁ କେତେଦୂରେ ପଛେ ରହିଥିଲେ

ରାଜାଙ୍କ ସୈନ୍ୟ ବାହିନୀ ।


ପ୍ରଚଣ୍ଡ ଖରାରେ ଶ୍ରୀଅଙ୍ଗରୁ ଝାଳ

ଗମ ଗମ ଯାଏ ବହି,

ଗଛ ଛାଇତଳେ ଥକାମାରି ବେନି

ଭାଇ ଗଲେ ଠିଆହୋଇ।


ପଚାରିଲା ଗଛ ଛାଇକୁ "ପ୍ରଭୁଙ୍କୁ

ଡରାଉଛି କଣ ଖରା ?"

ଛାଇ କହେ "ଭାଇ ଜଗତ ପତିଙ୍କ

ମାନବୀୟ ଲୀଳା ପରା।


ଖରା,ବର୍ଷା,ଶୀତ ପ୍ରକୃତି ଉପରେ

ପକାଏ ଯେଉଁ ପ୍ରଭାବ,

ମନୁଷ୍ୟ ରୂପରେ ପ୍ରଭୁଙ୍କୁ ଆମ୍ଭର

ହେବ ସେହି ଅନୁଭବ।


ଶୁଣୁଥିଲେ ସୂର୍ଯ୍ୟ, ବୋଇଲେ "ଆଶ୍ଚର୍ଯ୍ଯ

ହେବାର ତ କିଛି ନାହିଁ,

ପ୍ରଭୁଙ୍କ ନିର୍ଦ୍ଦେଶେ ନିଜ କର୍ତ୍ତବ୍ୟ ମୁଁ

ପ୍ରତିଦିନ କରୁଥାଇଁ।


ମୋର ଧର୍ମ , ମୁହିଁ ବଇଶାଖ ମାସେ

ଅଗ୍ନିଗୋଳା ବରଷିବି,

ପ୍ରଭୁ ଯେବେ ମୋତେ ଆଦେଶ କରିବେ

କର୍ତ୍ତବ୍ୟ ମୁହିଁ ହୁଡିବି।


ଯେଉଁ ପ୍ରଭୁ ତିନି ଜଗତ କରତା

ପ୍ରଳୟ,ପ୍ରଭବକାରୀ,

ସେପରି ଆଜ୍ଞା ସେ ଦେବେ ବୋଲି ବୃକ୍ଷ

ଭାବିପାରୁଛୁ କିପରି?


ଭାରତ ଯୁଦ୍ଧରେ ଅର୍ଜୁନ ରଥରେ

ସାରଥି ହୋଇଣ ପ୍ରଭୁ,

କହିଥିଲେ ଯାହା କର୍ତ୍ତବ୍ୟ ବିଷୟେ

କହୁଛି ଶୁଣ ତୁ ବାବୁ।


କର୍ତ୍ତବ୍ୟ ନକଲେ ନିଜେ ପ୍ରଭୁ, ବିଶ୍ୱ

ହୋଇଯିବ ନଷ୍ଟ ଭ୍ରଷ୍ଟ,

ବର୍ଣ୍ଣସଙ୍କରଙ୍କ ପ୍ରଭାବ ବଢିବ

ପ୍ରଜାଏ ପାଇବେ କଷ୍ଟ ।


ଅନନ୍ତ ବିହାରୀ ପ୍ରଭୁ ଚକ୍ରଧାରୀ

ସଦା ରହନ୍ତି ଜାଗ୍ରତ,

କର୍ତ୍ତବ୍ୟ କର୍ମ ସେ ସଦା କରୁଥାନ୍ତି

ତେଣୁ ବଂଚିଛି ଜଗତ।"


କ୍ରମଶଃ---


Rate this content
Log in