Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krushna Chandra Dakua

Others

5.0  

Krushna Chandra Dakua

Others

ସାଇତା କାହାଣୀ

ସାଇତା କାହାଣୀ

1 min
11.9K


ଧୋବ ଫର ଫର

ସାଧା କାଗଜ ଉପରେ 

ଜେବେ ସ୍ୟାହି ଭରା

କଲମ ମୁନରେ

ଲେଖି ଦିଏ ମୂଁ

ମୋ ଜୀବନ କାହାଣୀ l


ଲାଗେ ଯେମିତି

ମୁଁ ଏକ ନିରବ ସମାଧି

ସବୁ ଦେଖି 

ନଦେଖିଲା ଭଳି 

ଅଭିନୟ କରିବା 

ମୋ ମନେ ଏକା

ସତେ ଭୟଙ୍କର ଲୁଚକାଳି l


ସେହି ଧୋବ ଫର ଫର

କାଗଜକୁ ନେଇ

ତିଆରି କରେ ମୁଁ

ମୋ ହୃଦ ପୁସ୍ତକ

ତାକୁ ମନେ ରଖିବା ପାଇଁ

ଆଜି ଜାଣୁଅଛି

କାହିଁକି ସାଇତି ରଖିବି l


ବୋଧେ ରଖିବାଟା 

କିଛି ମୂଲ୍ୟ ନାହିଁ

ସେ ଅତୀତ ଦେଖିଲେ

ଆତ୍ମା କାନ୍ଦିବ 

ଯେମିତି ଏ ଜୀବନ

କିଛି ମୂଲ୍ୟ ନାହିଁ 

ହଁ କିଛି ମୂଲ୍ୟ ନାହିଁ.....!!



Rate this content
Log in