Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Others

3  

Pranati Mahapatra

Others

ଏତିକି ସୁଦୟା କର

ଏତିକି ସୁଦୟା କର

1 min
6.9K


ଶ୍ରୀ ପଦ ବନ୍ଦନା କରେ ବିଶ୍ୱପତି

ଶ୍ରୀଚରଣେ କରି ସ୍ତୁତି,

କରପତ୍ର,ହୃଦ ପୁଷ୍ପ,ନେତ୍ରତ୍ୱୟ,

କର୍ମ ଫଳ ଦେଇ ଲଭିବି ମୁକ୍ତି।

ନୀଳ ସିନ୍ଧୁ ଜଳୁ ଦାରୁବ୍ରହ୍ମ ରୂପେ

ଶ୍ରୀକ୍ଷେତ୍ର କରିଲ ବାସ,

ଶ୍ରୀ ମହାପ୍ରସାଦ ଭକ୍ତ ମୁଖେ ଦେଇ

ରଖିଲ ଗୌରବ ଯଶ।

ଶ୍ରୀଗୁଣ୍ଡିଚା ରାଣୀ, ଭକ୍ତ ସାଲବେଗ

ଦାସିଆ,ବନ୍ଧୁ ମହାନ୍ତି,

ତୁମ ଭାବ ଡୋରେ ବନ୍ଧା ଏ ଜଗତ

କି ଲୀଳା ରଚୁଛ ସତେ।

ଗହଳ ଚହଳ ଫାଟି ପଡୁଥାଏ

ନିତି ପ୍ରତି ମୂହୁର୍ତ୍ତରେ,

ନର ପଶୁପକ୍ଷୀ କୀଟୁ ବ୍ରହ୍ମ ଯାଏ

ସର୍ବେ ଆନନ୍ଦ ବିଭୋରେ।

ତୋର ଦରଶନେ ଆତ୍ମା ପାଏ

ମୋକ୍ଷ ମନୋବାଞ୍ଛା ପୂର୍ଣ୍ଣ ହୁଏ,

କଳୁଷ କାଳିମା ହଟିଯାଏ ମନୁ

ଏ ଜୀବନ ଧନ୍ୟ ହୁଏ।

ତଥାପି କାଳିଆ କଳିର ମଣିଷ

କାହିଁ ଏତେ ଉଗ୍ର ହୁଏ,

ସ୍ନେହ, ପ୍ରେମ, ଆଉ ଭକତି ଭାବନା

ତା ମନୁ ଉଭେଇ ଯାଏ।

ପାପ ଲାଳସାରେ ଜୀବ ହତ୍ୟା କରେ

ବୃକ୍ଷ କାଟେ ଅବାଧରେ,

ମାତୃଭୂମି,ପିତା ମାତା କନ୍ୟା,ଭାବ

ଭୂଲି ଅପକର୍ମ କରେ।

ତୋର ବଡଦାଣ୍ଡେ,ତୋ ବଡଦେଉଳେ

ନାହିଁ ତ ସେପରି ନୀତି,

ଦେଇ କି ପାରୁନୁ ଏ ମଣିଷ ହୃଦେ

ସୁଜ୍ଞାନ,ସ୍ନେହର ପ୍ରୀତି ।

କରୁଛି ବିନତି ଆହେ ଜଗନ୍ନାଥ

ଢାଳ କରୁଣାର ବାରି,

ହଟୁ ରାଗ ହିଂସା, ପାପର ପ୍ରବୃତ୍ତି

ଯାଉ ଧର୍ମ ଅନୁସରି।

ବୈକୁଣ୍ଠ ସମାନ ହେଉ ଧରାଧାମ

ନ ରହୁ ଆପଣା ପର,

ଦାନବରୁ ଦିବ୍ୟ ଦେବ ରୂପ ପୁଣ୍ୟାତ୍ମା

ହେଉ କଳିର।

ତୁ ଜଗତ ନାଥ ମୁଁ ଯେ ଅରକ୍ଷିତ

କିଞ୍ଚିତେ ସୁଦୟା କର,

ତୁମ୍ଭ ପଦଧ୍ୟାୟୀ ତୁମ୍ଭ ନାମଗାଇ

ବିତି ଯାଉ ଦିନ ମୋର।

ଏତିକି କରୁଣା କର ମହାବାହୁ

ଏତିକି ସୁଦୟା କର ।

ପ୍ରଣତି ମହାପାତ୍ର

ବାଲେଶ୍ଵର


Rate this content
Log in