Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ଦୀପାବଳି ଓ ବାଣ

ଦୀପାବଳି ଓ ବାଣ

1 min
6.8K



ପାଞ୍ଚିଛ କି ତିଳେ କିବା ଖୁସି ମିଳେ

ଫୁଟାଇ ଯେତେକ ବାଣ

ଦେଖ କମ୍ପମାନ ଯୁଦ୍ଧର ସମାନ

ଦୁଲୁକେ ଧରଣୀ ପ୍ରାଣ ।

ଦୀପାବଳୀ ପର୍ବ ପାଳି କରୁ ଗର୍ବ

ଦୁଇ ତିନି ଦିନ ଧରି

ମିଛ ଖୁସି ପାଇଁ ନିଆଁରେ ଜଳାଇ

କେତେ ଟଙ୍କା ଯାଏ ସରି ।

ତା'ର ପ୍ରତିଫଳ ଜୀବନ ବିଫଳ

ପ୍ରଦୂଷଣେ ହୋଇ ଘାଣ୍ଟି

ରସାୟନ ବିଷ ବଳେ ହୁଏ କିସ

ଏ ସାରା ପବନ ମାଟି ।

ଅଧୀର ଏ ଜୋର ଶବ୍ଦ ଘନ ଘୋର

ଫଟାଏ କ୍ଷଣିକେ କାନ

ରଜନୀ ଦିବସ ନିରୀହ ବିବଶ

ପକ୍ଷୀଙ୍କର ଯାଏ ପ୍ରାଣ ।

ରୋଗ ଶ୍ବାସଗତ ବଢିଲେ ଜଗତ

ଯାକର ଉଦ୍ଭିଦ ପ୍ରାଣୀ

ହେବେ ସଂକ୍ରମିତ ଏହିକଥା ମିତ

ହେଜିଥାଅ ମନେ ଜାଣି ।

ଶୁଣିବ କିଭଳି ଅଗ୍ନିକାଣ୍ଡେ ଜଳି

ଛାରଖାର ଗ୍ରାମ ପୁର

ଦେଖି ପ୍ରାଣୀକଷ୍ଟ ଧନଜନ ନଷ୍ଟ

ଖୁସି ହୋଇଯାଏ ଦୂର ।

ଦୀପଦାନ ଫଳେ ଉପକାର ଭଲେ

ଏକଥା ଜାଣିଲେ ସିନା

କରିବା ଶପଥ ଛାଡି ମନ୍ଦ ପଥ

ସୁଖେ ଥିବା ବାଣ ବିନା ।


ପ୍ରସନ୍ନ କୁମାର ମାଦଳା


Rate this content
Log in