ହେଉଛି ମୁଁ ଅରପଣ
ହେଉଛି ମୁଁ ଅରପଣ
1 min
1.0K
କେତେ ଭାବ ହେଲେ ପ୍ରଭୁ
ହେବି ମୁହିଁ ସମର୍ପଣ
ଏତିକି ମିନତି ମୋର
ହେଉଛି ମୁଁ ଅରପଣ ।
ତୁମ ଦାନ ଯେତେ ମୋତେ
ନାହିଁ ମୋର ଦେବି ସେତେ
ତୁମ ଇଛା ହେଉଥାଉ
ତୁମ ଦାନ ପ୍ରତ୍ୟର୍ପଣ
ଅଯାଚିତ ଭାବ ବୋହି
କେତେ ମୋତେ ଦେଉଥାଇ
ଅକୁଣ୍ଠିତ ମନ ନେଇ
ଝୁଲା ମୋର ଭରୁଥାଇ ।
କିଦେଇ ପୂଜିବି ପ୍ରଭୁ
ହେବି ନାହିଁ ଅଶରଣ
ଭାବହୀନ ଭାବ ମୋର
କରୁଅଛି ଅରପଣ
ଦେଇ ଅଛ ଏ ଜୀବନ
ତୋର ପାଦେ ଦେଲି ଦାନ
ମିନତି ମୋ ଘେନାକର
ମିନତି ମୋ ନିବେଦନ
ଦେଇଛୁ ତୁ ମୋତେ ଯେତେ
କିବା ଦେବି ମୁହିଁ ତୋତେ
ଦୟାମୟ ତୁମେ ପ୍ରଭୁ
ଥାଉ ଚିନ୍ତା ତୋର ଚିତ୍ତେ
ପ୍ରଶାନ୍ତ କୁମାର ହୋତା