Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Others

2  

SARATA KUMAR DAS

Others

ଫିକା ଫିକା ପୁନେଇଁର ଜହ୍ନ

ଫିକା ଫିକା ପୁନେଇଁର ଜହ୍ନ

1 min
7.1K



ଶରତର ନିରୋଳା ନିଷ୍କପଟ ଆକାଶଟା

ଫାଙ୍କା ଫାଙ୍କା ଲାଗୁଛି ,

ମୁହଁ ଫୁଲେଇଛି

ପୁନେଇଁର ମଖମଲି ରୂପା ଜହ୍ନ

ନା ଅଛି ରଙ୍ଗ ନା ଅଛି ଚମକ

ଆଗଭଳି ଢାଳିଦେଉନି ସେ

ଜୌସ୍ନା ର ଶୀତଳ ପୀୟୂଷ ।


ତୁଳସୀ ମୂଳରେ ଜଳୁନି ସଂଜବତୀ

ଧୂପ ,ଦୀପ, ନୈବେଦ୍ୟ ର ପବିତ୍ର ମହକ

ଆଜି ଯେପରି ବାସହୀନ

ସବୁ ଯେମିତି ସ୍ଥାଣୁ ପ୍ରାଣହୀନ।

ବୃନ୍ଦାବତୀ ମୂଳରେ ଶୁଭୁନି

ମଙ୍ଗଳ ଆଳତି ଶଙ୍ଖଧ୍ବନି

ହୁଳହୁଳି ଘଣ୍ଟ ଘଣ୍ଟା ମନ୍ତ୍ର ର ଝଂକାର।


ବଦଳି ଯାଇଛି ପାଣିପାଗ ,ଋତୁଚକ୍ର

ବର୍ଷ -ମାସ- ଦିନ- ଦଣ୍ଡ

ହଜିଯାଇଛି ଆତ୍ମୀୟତା

ଲିଭିଗଲାଣି ଭକ୍ତିର ପ୍ରାବଲ୍ୟ

ଅସଂଜତ ,ଅପ୍ରାକୃତିକ,କୃତିମ ଚେତନାର

ସ୍ପର୍ଦ୍ଧିତ ପ୍ରବେଶ

ଘେରିରହିଛି ଯାହା ବିଷଚକ୍ରର କ୍ରୁର ବଳୟ

ସବାର ହୋଇଛି ପଶୁତ୍ବର ନଗ୍ନ ଦୃଷ୍ଟିଭଙ୍ଗୀ

ଦୃଶ୍ୟ ରୁ ଅଦୃଶ୍ୟ କୁ ସ୍ପଷ୍ଟ ଧାବମାନ

ସରଳ ଓ ଅତୁଟ ବିଶ୍ବାସ ,ନିରପେକ୍ଷ ବିବେକ ।


କଇଁଫୁଲିଆ ଜହ୍ନରାତି ଟା ଲୁହଝରାଉଛି

ପଣତ କାନିରେ ଆଉ ଢାଙ୍କିଦେଉନି ଶସାଗରାଧରା

ବଣ ବିଲ ସବୁଜ କେଦାର ;

କାଚକେନ୍ଦୁ ଜଳରାଶି ର ସ୍ବଚ୍ଛ ଦର୍ପଣ

ମଉନେ ଖୋଜୁଛି ପୁନେଇଁ ର ଜହ୍ନ କୁ

ଅତି ସାନ୍ତର୍ପଣରେ

ଆକାଶରେ ,ପୃଥିବୀ ରେ ଓ

ବିନ୍ଦୁ ବିନ୍ଦୁ କାକରର ମୁଲାୟମ ଆସ୍ତରଣ ଉପରେ ।


ଖାଁ ଖାଁ ଲାଗୁଛି ଗାଁ ଦାଣ୍ଡ ,ଘାସ ପଡିଆ,

ନଈପଠା ,କାଶତଣ୍ଡି,ଶୀତୁଆ ପବନ

ଚଉଦିଗ ଶୂନଶାନ, ନୀରବି ଗଲାଣି

କୁଆଁରୀ କଣ୍ଠର ମଧୁର ମୂର୍ଚ୍ଛନା

"ଜହ୍ନୀଫୁଲ ଠୋ ଠା " "କାକୁଡି ଫୁଲ ଠୋ ଠା"

" ଫୁଲ ବଉଳବେଣୀ"

ଅନ୍ୟ ଯାହା ଥିଲା ପଲ୍ଲୀର ସଂଗୀତ ।।


ଲହଡି ଭାଙ୍ଗୁଛି ଗଭୀର ନୀରବତା

ପ୍ରତ୍ୟୟହୀନ ନିର୍ଜୀବ ଉଦ୍ଭଟ ଚିନ୍ତନ

ମାଦକତାହୀନ ଜୌସ୍ନାର ଚନ୍ଦନ ବଳୟ

ଫିକା ଫିକା ଲାଗେ ଯାହା ପୁନେଇଁ ର ରାତି

ଆଉ ଏ ପୁନେଇଁ ର ଜହ୍ନ ।।

==================

ଶରତ କୁମାର ଦାସ ,ବଡବିଲ ମହାବିଦ୍ୟାଳୟ, ବଡବିଲ ।


Rate this content
Log in