Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ସରସ୍ୱତୀ ଆବାହନ

ସରସ୍ୱତୀ ଆବାହନ

1 min
7.1K


ମା ସରସ୍ୱତୀ ସାରଦା ବ୍ରହ୍ମ ଦୁହିତା ।

ମହାମାୟୀ ବାକ୍ୟଦେବୀ ରୂପେ ହୋଇଲେ ପୂଜିତା

ସାରଳା ବିମଳା ଅବା ମଙ୍ଗଳା ବିଶ୍ଵ ବନ୍ଦିତା

ଜଗଦ୍ଧାତ୍ରୀ ମହାକାଳୀ ପାର୍ବତୀ ଗାୟତ୍ରୀ ଗୀତା ।

ଶୁଭ୍ର ବସନା ବରଦା ହଂସ ବାହନେ ଅର୍ଚ୍ଚିତା

ଅଜ୍ଞାନ ଅନ୍ଧକାରରେ ଜଗାଅ ଜ୍ଞାନ ଶୁଭ୍ରତା ।

ବସନ୍ତ ପଂଚମୀ ଆଣେ ଆଗମନୀ ବାରତା

ଋତୁରାଜ ବସନ୍ତର ଆବାହନୀ ହେ ମାତା ।

ପବିତ୍ର ଏ ଶୁଭଦିନ ବ୍ରତ ଗୃହ ପ୍ରତିଷ୍ଠା

ଶୁଭାରମ୍ଭ ଅନୁକୂଳ ଯଜ୍ଞ ତୁଷ୍ଟି ଦେବତା ।

ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା

ସବଂଶେ ହତ ରାବଣ ହରିଲା ଯେଣୁ ସେ ସୀତା ।

ନାରୀ ଯହିଁ ପୂଜାପାଏ ରମନ୍ତି ତହିଁ ଦେବତା

ସରସ୍ୱତୀ ପୁଜାର ଏ ମହତ୍ୱପୂର୍ଣ୍ଣ ବାରତା ।


ବିଶ୍ଵେଶ୍ୱର ମାଝୀ


Rate this content
Log in