Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Others

3  

Srinibas Mahalik

Others

ହେ ମଣିଷ ୨

ହେ ମଣିଷ ୨

1 min
155


ଜୀବଜନ୍ତୁଠାରୁ ଆରମ୍ଭ କରିକି

ଗୃକ୍ଷଲତା ପତ୍ର ଯାଏଁ

ସମସ୍ତଙ୍କ ସଂଖ୍ୟା ତୁମ ପ୍ରଭାବରୁ

କମିଲାଣି ଛାଏଁ ଛାଏଁ ।।

ବିଳାସ ଜୀବନ, ନିଜ ସ୍ବାର୍ଥ ପାଇଁ

ସବୁ ତ କରୁଛ କ୍ଷୟ

ଭବିଷ୍ୟତ କଥା ଭାବିକି ତୁମକୁ

ଟିକେ ବି ଲାଗୁନି ଭୟ !!

କେତେ ଦିନ ଯାଏଁ ପ୍ରକୃତିକୁ ତୁମେ

କରୁଥିବ ଅତ୍ୟାଚାର

ଅନ୍ତତଃ ତୁମ ପର ପିଢି କଥା

ଟିକେ ତ ବିଚାର କର ।।

ଜୀବଜଗତକୁ ଛାଡି ଦେଇ ତୁମେ

କେମିତି ବଞ୍ଚିବ କୁହ

ବ୍ୟସ୍ତ ହୁଅ ନାହିଁ ତୁମର ବି ଦିନେ

ସମୟ ଆସିବ ରୁହ !!



Rate this content
Log in