Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

ବିପ୍ଳବ

ବିପ୍ଳବ

1 min
7K


ବିପ୍ଳବ ଯେବେ ପ୍ରତିଶୋଧ ହୋଇ ଜଳେ
ଅଙ୍ଗେ ଅଙ୍ଗେ ବହେ
ଶାଣିତ କରତାଳ ।

ଅହିଂସା କୁ ଭୁଲି ହିଂସାକାଣ୍ଡ ରେ ମାତେ,
ଭୁଲିଯାଏ ତା'ର
ଉଦ୍ଧିଷ୍ଟ ପ୍ରତିଫଳ ।

ନ୍ୟାୟ ବଦଳରେ ସ୍ୱାର୍ଥ ସାଧନରେ ମାତି
କ୍ଷତିଗ୍ରସ୍ତ କରେ
ବିପ୍ଳବର ଭିତ୍ତିଭୂମି ।

ସଂକୀର୍ଣ୍ଣତା ବାଦୀ ସ୍ୱାର୍ଥ ହାସଲର ପାଇଁ
ଜନ ସ୍ୱାର୍ଥ ଭୁଲି
ହୁଏ ସଂକୀର୍ଣ୍ଣ ସଂଗ୍ରାମୀ ।

ବିପ୍ଳବ ଯେବେବି ବଳିଦାନ ରୂପ ନିଏ,
ନ୍ୟସ୍ତ ସ୍ୱାର୍ଥ ତେଜି
ଜନ ସ୍ୱାର୍ଥେ ପ୍ରାଣ ଦିଏ ।


ବୀର ଦର୍ପ ନେଇ ବଳିଦାନ ଦେଉ ଦେଉ
ସହିଦ୍ ହେବାକୁ
ଆଗଭର ହୋଇଯାଏ ।

ବଳିଷ୍ଠ ବିପ୍ଳବ ରକ୍ତପାତ ଚାହେଁ ନାହିଁ
ଚାହେଁ ନି କାହାରି
କ୍ଷୟକ୍ଷତି କରିବାକୁ ।

ଅହିଂସା ତାହାର ମାନସିକ ମାରଣାସ୍ତ୍ର
ସତ୍ୟରେ ସତ୍ୟରେ
ଲଙ୍ଘିଯାଏ ଅସତ୍ୟକୁ ।

ବିପ୍ଲବୀ ସେ ନୁହେଁ, ଧର୍ମ ନାମରେ ଯିଏ
ଅଧର୍ମ ପାହଚେ
ଜାଣି ଜାଣି ରଖେ ପାଦ ।

ହିଂସାରେ ହିଂସାରେ ଧର୍ମକୁ ହତଶ୍ରୀ କରେ,
ବିପ୍ଳବ ଭିତ୍ତିରୁ
ଜନ୍ମ ନିଏ ଜହ୍ଲାଦ ।

ବିପ୍ଳବ କର ହେ ବିପ୍ଲବୀଙ୍କ ଧର୍ମ ନେଇ
ସତ୍ୟର,ନ୍ୟାୟର
ଧର୍ମର ପ୍ରତିଷ୍ଠା ପାଇଁ ।

ସଂକୀର୍ଣ୍ଣ ସ୍ୱାର୍ଥକୁ ଅର୍ଦ୍ଧ ଅଭିଷିକ୍ତ କରି
ଖଳ କୂଟନୀତି
କାହିଁକି କରୁଛ ଭାଇ !

ମୃତ୍ୟୁ ବି ନିଜର ଆତ୍ମ ସମ୍ମାନକୁ ଜଗେ
ଉଲଙ୍ଘି ଯାଏନି
ସତ୍ୟନିଷ୍ଠ ତା'ବଚନ ।

ନିଜ ସ୍ୱାର୍ଥ ପାଇଁ ବିପ୍ଳବର ମର୍ଯ୍ୟାଦାକୁ
ଜାଳିଦେଇ, ତାକୁ
କରନାହିଁ ହୀନିମାନ ।


Rate this content
Log in