Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ମର୍ତ୍ତ୍ୟର ଭାରତ

ମର୍ତ୍ତ୍ୟର ଭାରତ

1 min
12.9K


ମାତୃଭୂମି ମାତୃ ଶିରରେ ଶୋଭିତ

ଶିରସ୍ତ୍ରାଣ ସମ ଶିରପା ମଣ୍ଡିତ

କାଶ୍ମୀର ଯେଉଁଠି ଭୂସ୍ଵର୍ଗ ବିଦିତ

ଯୁଦ୍ଧ ପାଇଁ ଯା’ର ପାର୍ବତ୍ୟ ପ୍ରସ୍ତୁତ

ଏହି ସେହି ଭୂମି ମର୍ତ୍ତ୍ୟର ଭାରତ ।

ଉତ୍ତର ପୂର୍ବରେ ଭଗିନୀ ସପତ

ଶୁଭ୍ର ସମ ବେଣୀ ଯାର ସୁଲମ୍ବିତ

ସୀମା ପଥେ ସୈନ୍ୟ ଦେଖାନ୍ତି ତାକତ

ସୀମାନ୍ତରେ ଯେତେ ଥାନ୍ତି ତୀର୍ଥ କାକ

ଏହି ସେହି ଭୂମି ମର୍ତ୍ତ୍ୟର ଭାରତ ।

ପଞ୍ଜାବ ପ୍ରଦେଶ ପଞ୍ଚଧାରେ ପ୍ରାଂଶ

ଆମ ଦେଶ ଶିର ମସ୍ତକ ମହୀଶ

ପାଉଥାଏ ଯେତେ ବାଧା ପ୍ରତିରୋଧ

ଦେଉଥାଏ ସେତେ ହେବାକୁ ନିରୋଧ

ଏହି ସେହି ଭୂମି ମର୍ତ୍ତ୍ୟର ଭାରତ ।

ବକ୍ଷରେ ହୃଦୟ ଯାର ସମାପନ

ଆମ ରାଜଧାନୀ ଦିଲ୍ଲୀ ତାର ନାମ

କେତେ ମୂକ ସାକ୍ଷୀ ଶତ୍ରୁ ବେନିୟତ

ଐତିହ୍ୟ ଯାହାର ବେପଥୁ ପୂରିତ

ଏହି ସେହି ଭୂମି ମର୍ତ୍ତ୍ୟର ଭାରତ ।

ହରିଆଣା ଠାରୁ ଆନ୍ଧ୍ର ହରିଆଲି

ବିସ୍ତାରେ ଯାହାର ସବୁଜିମା ଡୋଲି

ପଣତ ସମାନ ପ୍ରସାରେ ପ୍ରଶସ୍ତ

ତା ମଧ୍ୟେ ପ୍ରଦେଶ ବିସ୍ତାରିତ ବକ୍ଷ

ଏହି ସେହି ଭୂମି ମର୍ତ୍ତ୍ୟର ଭାରତ ।

ରାଜସ୍ଥାନ ଶିରୀ ଦେଶପ୍ରିତୀ ଡୋରି

ବାଜୁ ବନ୍ଧେ ବଳ ବିରାଜେ ଯେପରି

ବେଙ୍ଗଲ ଓଡିଶା ବିହାର ବିଖ୍ୟାତ

ଯଥା କଟିଦେଶେ କିଙ୍କିଣୀ କିଞ୍ଚିତ

ଏହି ସେହି ଭୂମି ମର୍ତ୍ତ୍ୟର ଭାରତ ।

ଶ୍ରୀପଦ ଶୃଙ୍ଗାର କନ୍ୟାକୁମାରୀର

ପଦ ଧୌତ କରେ ତ୍ରିପଦୀ ସାଗର

ଗୁଜୁରାଟ ଗାଥା ମରାଠା ମନ୍ମଥ

ବିଚ୍ଛୁରିତ ହୁଏ ଯା ଶୋଭା ମୟୂଖ

ଏହି ସେହି ଭୂମି ମର୍ତ୍ତ୍ୟର ଭାରତ ।

ପ୍ରଶାନ୍ତ କୁମାର ହୋତା


Rate this content
Log in