STORYMIRROR

Anam Charan Sahoo

Others

5.0  

Anam Charan Sahoo

Others

ମାଆର ଅଙ୍କରେ

ମାଆର ଅଙ୍କରେ

1 min
13.2K


ମାଆର ଅଙ୍କରେ ଶିଶୁ ଶୋଭାପାଏ

ଯେସନେ ଗଗନେ ଶଶୀ

ମୁଖ ମଣ୍ଡଳରେ ଆଭା ପରକାଶେ

ଅନ୍ଧାର ପଣକୁ ନାଶି।୦।

ପଣତ କାନିରେ ମାଆ ପୋଛିଥାଏ

ଦେହେ ଲାଗିଥିଲେ ଧୂଳି

ଶିଶୁର ଅଝଟ କରଇ ଆକଟ

ଅମୃତ ପରଶ ବୋଳି

ବକ୍ଷୋଜ ପୀୟୂଷ ରସ ଦେଇ ତୋଷ

କରିଥାଏ ହସି ହସି।୧।

କେଉଁ ଗୁଣେ ତା'ର ସରି ହେବ ଆନ

ହସିବା ଜଗତେ ସାର

ଅପତ୍ୟ ତାହାର ଅଟେ ଏହି ପିଣ୍ଡ

ଦୁଇଟି ନିଆଁର ଧାର

ସେନେହ ମମତା ଆଉ କିଏ ଦେବ

ତାହାଠାରୁ ବେଶୀ ବେଶୀ।୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍