ମୁଗ୍ଧ ଉପବନେ ସ୍ବପ୍ନ ନୀଳ ପୁଷ୍ପ
ମୁଗ୍ଧ ଉପବନେ ସ୍ବପ୍ନ ନୀଳ ପୁଷ୍ପ
1 min
6.5K
ମୁଗ୍ଧ ଉପବନେ ସ୍ବପ୍ନ ନୀଳ ପୁଷ୍ପ
ବାହାନା ଅଟେ ସେ ମନ ଅଳିର
ଚାଲୁ ଚାଲୁ କେବେ ଚାହାଣୀରେ କହେ
ଝିଅ ଅଟେ ମୁଁ ଯେ ତୁମ ଗଳିର ||
ଆହତ ଚଢେଇ ଆଜି ମୋ ସ୍ବପ୍ନ
ବସେ ମନ ତରୁ ସରୁଆ ଡାଳେ
ଗୁମ୍ ସୁମ ହୋଇ ବସି ଯାଏ କେବେ
କେବେ ପୁଣି ତାର ଡେଣାକୁ ଖୋଲେ ||
ସ୍ବପ୍ନ ଖଣ୍ଡି ଉଡା ଦେଇ ଚାଲି ଯାଏ
ଧୀରେ ତା ପାଶକୁ ମୁଁ ଯାଉ ଯାଉ
ସ୍ତବ୍ଧ ହୋଇ ଯାଏ ବନାନୀ କାକଳି
କାନେ ଶୁଭେ ତାର କାତର ଚୂଁ ||