Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ପ୍ରତୀକ୍ଷିତ

ପ୍ରତୀକ୍ଷିତ

1 min
496




ଗ୍ରହଟିଏ ଯାଇ ବିଲୀନ ହେଲା କି

କୃଷ୍ଣଗର୍ତ୍ତରେ ଆଜି

ଅଥବା ଅସୀମ ଗତିରେ ଦୁଇଟି

ତାରକା ଗଲା କି ବାଜି !

ଅନନ୍ତ ଖଗୋଳେ ହେଲା ହଲଚଲ

ତରଙ୍ଗ ବଳୟ ଖେଳେ

ଗର୍ଭରେ କେମିତି ଅନୁଭବ ହୁଏ

ପ୍ରକମ୍ପନ ଏହି ବେଳେ ।

ପ୍ରଳୟ କାଳରେ ସୂର୍ଯ୍ୟ କି ହୋଇଛି

ବିଭାଜନେ ଖଣ୍ଡ ଖଣ୍ଡ

ନତୁବା ବ୍ରହ୍ମାଣ୍ଡେ ସୃଜନେ ଉଦ୍ୟତ

ହିରଣ୍ମୟ ସେହି ଅଣ୍ଡ !

ମୋର ଗର୍ଭେ ସତ ସ୍ବାଭାବିକ ନୁହଁ

ଗତିବିଧି ଯାହା ଲାଗେ

ବୀଜ ଅଙ୍କୁରଣେ ଉଦ୍ଦୀପନା ନବ

ମାତୃତ୍ବ ଭାବନା ଜାଗେ ।

ମଧୁକୋଷ ପ୍ରାୟେ ରସରେ ପ୍ଳାବିତ

ଏହିକ୍ଷଣେ ଦୁଇ କୁଚ

ଦିବ୍ୟ ଅନୁଭୂତି କରଞ୍ଚେ ସଞ୍ଚାଳି

ପୂର୍ବାପେକ୍ଷା ଲାଗେ ଉଚ୍ଚ ।

ଉନ୍ମାଦନା ଭରା ଅପୂର୍ବ ଆନନ୍ଦେ

ପରିପୂର୍ଣ୍ଣ ମୋର ସୃଷ୍ଟି

ବିଶାଳ ସଂସାରେ ତୋ'ପ୍ରତି ଧନରେ

ନପଡୁ କୁଟିଳ ଦୃଷ୍ଟି ।

ଉଦାରତା ପୂର୍ଣ୍ଣ ଉଦରେ ଏବେ ତ

ପରମାଣୁ ଗତିଶୀଳ

ଅଞ୍ଚଳର ତଳେ ଦୃଷ୍ଟି ଆଢୁଆଳେ

ପ୍ରତୀକ୍ଷିତ ଏକ ତିଳ ।


ପ୍ରସନ୍ନ କୁମାର ମାଦଳା



Rate this content
Log in