ଏ ବେଳାଭୁମି ବି ନାରୀର
ଏ ବେଳାଭୁମି ବି ନାରୀର
ମୁଁ ଜଣେ ନାରୀ , ଏତିକି ପରିଚୟ କଣ ମୋର, ତୁମପାଇଂ ନୁହଁଇ ଯଥେଷ୍ଟ l
ପ୍ରମାଣ କରିବା ପାଇଂ ବାରମ୍ବାର, ସହିବାକୁ ହବ ମତେ ଅଗ୍ନି ପରୀକ୍ଷାର କଷ୍ଟ ll
ଯୋଉଥିରେ ଗଢା ତୁମ ଶରୀର ଓ ମନ, ସେଥିରେ ବି ଗଢା ମୋର l
ଅସମଯ୍ୟସତା ଯାହା ଅଛି ତାହା ସୃଷ୍ଟି ରକ୍ଷା ପାଇଂ ଅଟେ ବିଧିର ବିଚାର ll
ତୁମ ପରି ଅଛି ମୋର ନିଜସ୍ବତା, କିଛି ସ୍ବତନ୍ତ୍ରତା, କିଛି ସ୍ବପ୍ନ, କିଛି କାମନା l
ମିଚ୍ଛ ପ୍ରମାଣିତ କରି ପାରିବନି, ଯେତେ ଚେଷ୍ଟା କର, ସେତ ସ୍ରଷ୍ଟାକଂ ସର୍ଜନା ll
ଛୁଇଁ ବାକୁ ଇଛା ହୁଏ ବେଳେ ବେଳେ ମୋର ବି ଏ ଆକଶର ବିଶାଳତା l
ମୁଠାଏ ଖାଇବାକୁ, ଖଣ୍ଡେ ପିନ୍ଧିବାକୁ ଦେଇ, ଛଡାଇ ନେବା ପାଇଂ ସଦା ତତ୍ପର ମୋର ସ୍ବାଧିନତା ll
ଶରବିଧ ପକ୍ଷୀ ପରି ହୁଏ ଛଟପଟ ରହି ଆବଦ୍ଧ ଏକ ପଂଜୁରୀ ଭିତରେ l
ଝଲକାଏ ମୁକ୍ତ ବାୟୁର ଆଶାରେ ଶ୍ବାସରୁଦ୍ଧ ହୁଏ ମୁଁ ଯେ ପ୍ରତି ମୁହୂର୍ତରେ ll
ଏତିକି ବୁଝିବା ପାଇଂ କାହିଁ ଲାଗିଯାଏ ଦୁନିଆର ଲୋକକୁଂ ଏତେ ଯୁଗ l
କେବେ ଖୋଲିବ ତା ଆଖି, କେବେ ଖୋଲିବ ହୃଦୟ, କେବେ ହେବ ସେ ସଜାଗ ll
ତୁ ବୋଧେ ନିର୍ବୋଧ, ନାରୀ ! ନିଜେ ବାନ୍ଧି ହୋଇ ଯାଉ ଅନ୍ୟର ସ୍ବପ୍ନ ଇଲାକାରେ l
ସବୁ ଥାଇ ତୋର କାହିଁ ବିତେଇବକୁ ଚାହୁଁ, ଏ ଜୀବନ ଅନ୍ୟର ଦୟା କରୁଣାରେ ll
ନିଜ ହାତେ କାଟିଦେ ତୁ, ମଣିଷ ଗଢ| ସ୍ବାର୍ଥନ୍ବେସି ନିୟମ ଓ ବନ୍ଧନ ସବୁକୁ l
ଉଡି ଯା ନିଜ ଇଛା ମତେ ତୋର ଡ଼େଣା ଶକ୍ତ କରି, ଯେତେ ପାରୁ ସେ ଉର୍ଧକୁ ll
କାହା ପାଖେ ହାତ ପାତି ଭିକ୍ଷା କର ନାହିଁ ତୋ ନିଜର ସ୍ବାଧିନତା l
ତୋ ଅନ୍ତର୍ନିହିତ ଶକ୍ତିର କରି ଉପଯୋଗ, ଦେଖେଇଦେ ସଂସାରକୁ ତୋର ପାରଂଗତା ll
ତୋ ଇଛାରେ, ତୋ ସ୍ବପ୍ନର ଇଲାକ ଭିତରେ, ବନ୍ଚିବାର ଅଛି ତୋର ପୂର୍ଣ ଅଧିକାର l
ସେଥିପାଇଂ ଆବଶ୍ୟକତା ନାହିଁ କାହାର ଅନୁମତି ଆଉ କାହାରି ଦୟାର ll
କାହିଁ ମଥା ପାତି ସହି ନେବାକୁ ହେବ ତତେ ଅନ୍ୟର ନିର୍ନୟ, ଅନ୍ୟର ପାବନ୍ଧି l
ସାହାସ ଓ ଯୋଗ୍ୟତାର ବଳେ ତୁ ବି ଗଢି ପାରିବୁ ଶୀର୍ଷ|ରଦ୍ଧେ ତୋ ଦଧିନଉତିll
******